ଫଳାଫଳ ଆସିବା ପୂର୍ବରୁ ଯୋଗୀଙ୍କୁ ଗୋରଖପୁର ପଠାଇ ଦେଲା ବିଜେପି: ଅଖିଳେଶ

ଲକ୍ଷ୍ନୌ:  ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି।  ଏଥିରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ଗଡ଼ ଗୋରଖପୁର ଆସନ ମିଳିଛି। ତେବେ ଏହି ପ୍ରାର୍ଥୀ ତାଲିକାକୁ ନେଇ ସମାଜବାଦି ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ  କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ, ଫଳାଫଳ ଆସିବା ପୂର୍ବରୁ ଦଳ ଯୋଗୀଙ୍କୁ ଗୋରଖପୁର ପଠାଇ ଦେଇଛି।  ଯୋଗୀ ସେଠାରେ ରହିବା ଉଚିତ। ସେଠାରୁ ଆସିବା କୌଣସି […]

akhilesh

Tapas Behera
  • Published: Saturday, 15 January 2022
  • , Updated: 15 January 2022, 05:41 PM IST

ଲକ୍ଷ୍ନୌ:  ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି।  ଏଥିରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ଗଡ଼ ଗୋରଖପୁର ଆସନ ମିଳିଛି। ତେବେ ଏହି ପ୍ରାର୍ଥୀ ତାଲିକାକୁ ନେଇ ସମାଜବାଦି ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ  କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ, ଫଳାଫଳ ଆସିବା ପୂର୍ବରୁ ଦଳ ଯୋଗୀଙ୍କୁ ଗୋରଖପୁର ପଠାଇ ଦେଇଛି।  ଯୋଗୀ ସେଠାରେ ରହିବା ଉଚିତ।

ସେଠାରୁ ଆସିବା କୌଣସି ଆବ୍ୟଶ୍ୟକ ନାହିଁ ବୋଲି ବ୍ୟଙ୍ଗାତ୍ମକ ଢଙ୍ଗରେ କହିଛନ୍ତି ଅଖିଳେଶ । ସେ କହିଛନ୍ତି ଯେ, ଯୋଗୀ କେବେ ଅଯୋଧ୍ୟାରୁ ପୁଣି କେବେ ମଥୁରାରୁ ଲଢ଼ିବେ ବୋଲି କହୁଥିଲେ। ପୁଣି କେବେ ପ୍ରୟାଗରାଜରୁ ଳଢ଼ିବେ ବୋଲି କହୁଥିଲେ।  କିନ୍ତୁ  ବିଜେପି ତାଙ୍କୁ ଗୋରଖପୁର ପଠେଇ ଦେଇଥିବାରୁ ମୋତେ ଭଲ ଲାଗିଲା । ବର୍ତ୍ତମାନ ଯୋଗୀ ସେଠାରେ ରହିବା ଉଚିତ,। ଭୀମ ସେନା  ସହ ମେଣ୍ଟ ବାତିଲ ହୋଇଯିବା ନେଇ ମଧ୍ୟ ଅଖିଳେଶ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି ଯେ, ଭୀମ ସେନାର ମୁଖ୍ୟ  ଚନ୍ଦ୍ରଶେଖର ଆଜାଦ ଗତକାଲି ମୋ ପାଖକୁ ଆସିଥିଲେ। ସେ ନିର୍ବାଚନ ଲଢ଼ିବା ପାଇଁ ଚାହିଁଲେ।  ମୁଁ ଲୋକ ଦଳ ସହ କଥା ହୋଇ ତାଙ୍କୁ ଗାଜିଆବାଦ ଏବଂ ରାମପୁର ମନିହାରନ ଆସନ ଦେଇଥିଲି।  ପରେ ସେ  କାହା ସହିତ ଫୋନ୍‌ରେ କଥା ହୋଇ ଲଢ଼ିବାକୁ ମନା କରିଦେଇଥିଲେ। । ଏହା କାହାର ଫୋନ୍ ଥିଲା ? କିଏ ଷଡଯନ୍ତ୍ର କରିଥିଲା? ଜାଣିନି । ସେଥିପାଇଁ ଆମେ କହୁଛୁ ଯେ, ବର୍ତ୍ତମାନ ଆମେ  ଅନ୍ୟ କୌଣସି ଦଳରୁ ବିଧାୟକ କିମ୍ବା ନେତାଙ୍କୁ ସପାରେ ସାମିଲ ରକିବୁ ନାହିଁ।   

Related story