ୟୁପିଏସ୍‌ସି ପରୀକ୍ଷା ମିସ୍‌ କରିଥିବା ଶିକ୍ଷାର୍ଥୀଙ୍କୁ ଆଉ ଥରେ ମିଳିବ ସୁଯୋଗ

ନୂଆଦିଲ୍ଲୀ: ୨୦୨୦ ମସିହା ୟୁପିଏସ୍‌ସି ପରୀକ୍ଷା କରୋନା ମହାମାରୀ ଯୋଗୁ ଦେଇପାରି ନଥିବା ଶିକ୍ଷାର୍ଥୀଙ୍କୁ ଆଉ ଥରେ ସୁଯୋଗ ଦେବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି। କରୋନା ଯୋଗୁ ସାଧାରଣ ପ୍ରଶାସନିକ ସେବା ପରୀକ୍ଷା ଦେଇପାରି ନଥିବା ରଚନା ସିଂହ ନାମକ ଜଣେ ଛାତ୍ରୀ ଆଉ ଥରେ ସୁଯୋଗ ମିଳିବା ଦାବିରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ମଧ୍ୟ ଏହାର ଶୁଣାଣି କରିବାକୁ ରାଜି ହୋଇଥିଲେ। ସିଭିଲ ସର୍ଭିସେସ୍‌ ପାଇଁ ପ୍ରିଲିମିନାରୀ ପରୀକ୍ଷା ୨୦୨୦ ଅକ୍ଟୋବର ୪ରେ […]

cc

Hemant Lenka
  • Published: Friday, 05 February 2021
  • , Updated: 05 February 2021, 03:41 PM IST

ନୂଆଦିଲ୍ଲୀ: ୨୦୨୦ ମସିହା ୟୁପିଏସ୍‌ସି ପରୀକ୍ଷା କରୋନା ମହାମାରୀ ଯୋଗୁ ଦେଇପାରି ନଥିବା ଶିକ୍ଷାର୍ଥୀଙ୍କୁ ଆଉ ଥରେ ସୁଯୋଗ ଦେବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି। କରୋନା ଯୋଗୁ ସାଧାରଣ ପ୍ରଶାସନିକ ସେବା ପରୀକ୍ଷା ଦେଇପାରି ନଥିବା ରଚନା ସିଂହ ନାମକ ଜଣେ ଛାତ୍ରୀ ଆଉ ଥରେ ସୁଯୋଗ ମିଳିବା ଦାବିରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସୁପ୍ରିମକୋର୍ଟ ମଧ୍ୟ ଏହାର ଶୁଣାଣି କରିବାକୁ ରାଜି ହୋଇଥିଲେ। ସିଭିଲ ସର୍ଭିସେସ୍‌ ପାଇଁ ପ୍ରିଲିମିନାରୀ ପରୀକ୍ଷା ୨୦୨୦ ଅକ୍ଟୋବର ୪ରେ ହୋଇଥିଲା। ପ୍ରକୃତରେ ଏହା ମେ’ ମାସରେ ହେବାର ଥିଲା। କିନ୍ତୁ କରୋନା ପାଇଁ ଏହା ଅକ୍ଟୋବର ୪ରେ ଅନୁଷ୍ଠିତ ହୋଇଥିଲା। ତଥାପି କରୋନା ଯୋଗୁ ଅନେକ ଶିକ୍ଷାର୍ଥୀ ପରୀକ୍ଷା ଦେଇ ପାରି ନଥିଲେ।

ସେପ୍ଟେମ୍ବର ମାସରେ ସୁପ୍ରିମକୋର୍ଟ ଆଶାୟୀଙ୍କୁ ଆଉ ଥରେ ପରୀକ୍ଷା ପାଇଁ ସୁଯୋଗ ଦେବା ଉପରେ ନିଷ୍ପତ୍ତି ନେବାକୁ କେନ୍ଦ୍ର ସରକାର ଓ ୟୁପିଏସ୍‌ସିକୁ କହିଥିଲେ। ୨୦୨୦ରେ ଯେଉଁମାନଙ୍କ ପାଖରେ ଶେଷଥର ପରୀକ୍ଷା ଦେବାର ସୁଯୋଗ ରହିଥିଲା, ସେମାନଙ୍କ କଥା ଆଗ ବିଚାର କରିବାକୁ ସୁପ୍ରିମକୋର୍ଟ କହିଥିଲେ।

ଏବେ କେନ୍ଦ୍ର ସରକାର ଶିକ୍ଷାର୍ଥୀଙ୍କୁ ଆଉ ଥରେ ପରୀକ୍ଷା ଦେବାକୁ ସୁଯୋଗ ଦେଇଛନ୍ତି। ଏନେଇ ଫେବୃଆରୀ ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ।

Related story