ମୁମ୍ଵାଇ ଆକ୍ରମଣକାରୀ ତହୱୁରକୁ ଭାରତ ପଠାଇବ ଆମେରିକା

ନ୍ୟୁୟର୍କ: ଭାରତକୁ ପ୍ରତ୍ୟାର୍ପଣ ହେବ ମୁମ୍ୱାଇ ଆକ୍ରମଣର ଅନ୍ୟତମ ମାଷ୍ଟର ମାଇଣ୍ଡ ତହୱୁର ରାଣା। ଭାରତକୁ ପ୍ରତ୍ୟାର୍ପଣ କରିବା ପାଇଁ କାଲିଫର୍ଣ୍ଣିଆର ଏକ ଫେଡେରାଲ କୋର୍ଟକୁ ଅନୁରୋଧ କରିଛି ଆମେରିକାର ବାଇଡେନ ସରକାର। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବାରୁ ରାଣାକୁ ଅଧିକ ଜେରା ପାଇଁ ଭାରତ ଦାବି କରିଆସୁଛି। ୫୯ ବର୍ଷିୟ ରାଣାକୁ ଭାରତ ପଳାତକ ଘୋଷିତ କରିଛି। ଚିକାଗୋରେ ବ୍ୟବସାୟ କରେ ତହୱୁର ରାଣା। ୨୦୦୮ ମସିହାରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ […]

Chicago businessman Tahawwur Rana

Chicago businessman Tahawwur Rana

Subhransu Sekhar
  • Published: Wednesday, 21 July 2021
  • Updated: 21 July 2021, 10:45 AM IST

Sports

Latest News

ନ୍ୟୁୟର୍କ: ଭାରତକୁ ପ୍ରତ୍ୟାର୍ପଣ ହେବ ମୁମ୍ୱାଇ ଆକ୍ରମଣର ଅନ୍ୟତମ ମାଷ୍ଟର ମାଇଣ୍ଡ ତହୱୁର ରାଣା। ଭାରତକୁ ପ୍ରତ୍ୟାର୍ପଣ କରିବା ପାଇଁ କାଲିଫର୍ଣ୍ଣିଆର ଏକ ଫେଡେରାଲ କୋର୍ଟକୁ ଅନୁରୋଧ କରିଛି ଆମେରିକାର ବାଇଡେନ ସରକାର। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବାରୁ ରାଣାକୁ ଅଧିକ ଜେରା ପାଇଁ ଭାରତ ଦାବି କରିଆସୁଛି। ୫୯ ବର୍ଷିୟ ରାଣାକୁ ଭାରତ ପଳାତକ ଘୋଷିତ କରିଛି। ଚିକାଗୋରେ ବ୍ୟବସାୟ କରେ ତହୱୁର ରାଣା।

୨୦୦୮ ମସିହାରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବାରୁ ସେ ଭାରତରେ ଅନେକ ଅପରାଧିକ ଅଭିଯୋଗରେ ଛନ୍ଦି ହୋଇଛି। ଏହି ଆକ୍ରମଣରେ ୬ ଜଣ ଆମେରିକୀୟଙ୍କ ସମେତ ୧୬୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଭାରତ ପ୍ରତ୍ୟାର୍ପଣ ପାଇଁ ଅନୁରୋଧ କରିବା ପରେ ଦ୍ୱିତୀୟ ଥର ୧୦ ଜୁନ୍ ୨୦୨୦ରେ ଲସ୍ ଏଞ୍ଜେଲସରେ ରାଣାକୁ ଗିରଫ କରାଯାଇଥିଲା।

ଭାରତରେ ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ରାଣାର ସମ୍ପୃକ୍ତ ରହିଛି। ୨୦୧୮ ଅଗଷ୍ଟରେ ଭାରତ ରାଣା ବିରୋଧରେ ୱାରେଣ୍ଟ ଜାରି କରିଥିଲା। ତହୱୁର ରାଣା ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବକୁ ୨୦୦୮ ମୁମ୍ବାଇ ବିସ୍ଫୋରଣ କରିବାରେ ସହଯୋଗ କରିଥିଲା ବୋଲି ଭାରତ କହିଛି।

କାଲିଫର୍ଣ୍ଣିଆର ଲସ୍ ଏଞ୍ଜେଲସରେ ଏକ କୋର୍ଟରେ ଆମେରିକା ସରକାର ଦାବି କରିଛନ୍ତି ଯେ ରାଣାକୁ ପ୍ରତ୍ୟାର୍ପଣ କରିବା ଦରକାର। ଭାରତ ଏଥିପାଇଁ ଆବେଦନ କରିଛି। ରାଣାକୁ ନେବା ପୂର୍ବରୁ ଭାରତ ପର୍ଯ୍ୟାପ୍ତ ପ୍ରମାଣ ଉପସ୍ଥାପନ କରିଛି। ତେବେ ରାଣାର ଓକିଲ ପ୍ରତ୍ୟାର୍ପଣକୁ ବିରୋଧ କରିଛନ୍ତି। ଜୁଲାଇ ୧୫ରେ ଉଭୟ ପକ୍ଷ କୋର୍ଟରେ ନିଜ ନିଜର ପକ୍ଷ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos