କାହିଁକି ନିଜ ଘରକୁ ବାଛିଲେ ଯୋଗୀ ଆଦିତ୍ୟନାଥ ?

ଲକ୍ଷ୍ନୌ: ଅଯୋଧ୍ୟା, ମଥୁରା କିମ୍ବା ଆଉ କେଉଁଠି ନୁହଁ। ନିଜ ଘର ଛାଡ଼ିବେନି ଯୋଗୀ ଆଦିତ୍ୟ ନାଥ। ଅର୍ଥାତ ଯେଉଁ ନିର୍ବାଚନମଣ୍ଡଳୀରୁ କ୍ରମାଗତ ଜିତି ଆସୁଛନ୍ତି ଏବେ ସେଇ ଆସନରୁ ହିଁ ଲଢ଼ିବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଶନିବାର ବିଜେପି ପକ୍ଷରୁ  ପ୍ରକାଶ ପାଇଥିବା ପ୍ରାର୍ଥୀଙ୍କ ତାଲିକାର ଏହା ସ୍ପଷ୍ଟ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୦୭ ଜଣଙ୍କ  ତାଲିକା ପ୍ରକାଶ କରିଛି ଦଳ । ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ଯୋଗୀ […]

Yogi

Tapas Behera
  • Published: Saturday, 15 January 2022
  • , Updated: 15 January 2022, 06:12 PM IST

ଲକ୍ଷ୍ନୌ: ଅଯୋଧ୍ୟା, ମଥୁରା କିମ୍ବା ଆଉ କେଉଁଠି ନୁହଁ। ନିଜ ଘର ଛାଡ଼ିବେନି ଯୋଗୀ ଆଦିତ୍ୟ ନାଥ। ଅର୍ଥାତ ଯେଉଁ ନିର୍ବାଚନମଣ୍ଡଳୀରୁ କ୍ରମାଗତ ଜିତି ଆସୁଛନ୍ତି ଏବେ ସେଇ ଆସନରୁ ହିଁ ଲଢ଼ିବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଶନିବାର ବିଜେପି ପକ୍ଷରୁ  ପ୍ରକାଶ ପାଇଥିବା ପ୍ରାର୍ଥୀଙ୍କ ତାଲିକାର ଏହା ସ୍ପଷ୍ଟ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୦୭ ଜଣଙ୍କ  ତାଲିକା ପ୍ରକାଶ କରିଛି ଦଳ । ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମ ରହିଛି।  ପ୍ରକାଶ ପାଇଥିବା ସୂଚୀ ଅନୁଯାୟୀ, ଯୋଗୀ ଅଯୋଧ୍ୟା କିମ୍ବା ମଥୁରା ନୁହେଁ ଗୋରଖପୁରରୁ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ସେହି ସମାନ ସ୍ଥାନ ଯାହା ତାଙ୍କ ପାଇଁ ଗଡ଼ ହୋଇଆସୁଛି।

ବିଜେପିର ପ୍ରଥମ ତାଲିକା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ, ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସମେତ କିଛି ବିଧାୟକ ଦଳ ଛାଡ଼ିବା ପରେ ମଧ୍ୟ ଦଳ ଅଧିକ ଏକ୍ସପେରିମେଣ୍ଟ ମୋଡ୍‌ରେ ନାହିଁ। କାରଣ ଗତ କିଛି ଦିନ ହେବ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଥର ଅଯୋଧ୍ୟାରୁ ଲଢ଼ିବା ନେଇ ଚର୍ଚ୍ଚା ହେଉଥଲା। ଅଯୋଧ୍ୟାରେ ରାମ ମନ୍ଦିର ଏବଂ ଅନ୍ୟ ମନ୍ଦିର ନିର୍ମାଣ ବିଜେପିର ଏଜେଣ୍ଡା ହୋଇଥିବା ବେଳେ ଏଥିରେ ମୁଖ୍ୟ ଚେହେରା ଭାବେ ଯୋଗୀଙ୍କୁ ନେଇ ଚାଲିଥିଲା ଘମାଘୋଟ୍ ମନ୍ଥନ। ସେହିପରି ଯୋଗୀ ମଥୁରାରୁ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ମଧ୍ୟ ଆଲୋଚନା ହେଉଥିଲା। କାରଣ ବିଜେପି ନେତାଙ୍କ ବିବୃତ୍ତିରେ ମଥୁରା ବାରମ୍ବାର କୁହାଯାଉଥିଲା। ହେଲେ ଯୋଗୀ ନିଜ ପୂର୍ବ ଆସନରୁ ଲଢ଼ିବା ନେଇ ସ୍ପଷ୍ଟ  କରାଯାଇଛି।

ଯୋଗୀ ଆଦିତ୍ୟନାଥ ୧୯୯୮ରେ ପ୍ରଥମ ଥର ପାଇଁ ଗୋରଖପୁରରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ବିଜୟ ହୋଇଥିଲେ।  ସେ ୨୦୧୭ରେ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ  କ୍ରମାଗତ ପାଞ୍ଚ ଥର ଗୋରଖପୁରରୁ ସାଂସଦ ହୋଇଥିଲେ। ଗୋରଖପୁର ହେଉଛି ଯୋଗୀର ଗଡ଼। ଯୋଗୀ ଅଯୋଧ୍ୟା କିମ୍ବା ମଥୁରା ପରିବର୍ତ୍ତେ ଗୋରଖପୁରକୁ ପୁଣି ଥରେ ବାଛିନ୍ତି। କାରଣ ଯୋଗୀଙ୍କୁ  ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏଠି କଠିନ ପରିଶ୍ରମ କରିବାକୁ ପଡିବ ନାହିଁ। ଏଠିକାର ଆସନ ତାଙ୍କ ପାଇଁ ସହଜ ବଜୟ ସମ୍ଭାବନା ଥିବାରୁ ଯୋଗୀ ସାରାରାଜ୍ୟରେ ଫୋସ୍ କରିପାରିବେ। ଅନ୍ୟ ନିର୍ବାଚନମଣ୍ଡଳୀରେ ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିପାରିବେ। ଆସିଥିବା ପ୍ରଥମ ଚରଣ ତାଲିକାରେ  ବିଜେପି ଅତି ସତର୍କ ହୋଇପଡ଼ିଥିବା ଜଣାପଡ଼ିଛି। ପୂର୍ବରୁ ଦଳ ୪୦ ପ୍ରତିଶତ ଟିକା କାଟିବା ନେଇ ଆଲୋଚନା ହୋଇଥିଲା। ଏଥର  ଯୁବ ଚେହେରାକୁ ପାର୍ଟି ଅଧିକ ଗୁରୁତ୍ୱ ଦେଇଛି।

ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶ ବିଧାନସଭାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେପିର ୟୁପି ଇନଜାର୍ଜ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟ ଭୋଟିଂ ଫେବୃଆରୀ ୧୦ରେ ହେବ। ସେହିପରି ୧୪ ତାରିଖରେ ଲୋକମାନେ ଦ୍ୱିତୀୟ ପର୍ଯ୍ୟାୟରେ ମତାଧିକାର ସାବ୍ୟସ୍ତ କରିବ।

ପ୍ରଥମ ପର୍ଯ୍ୟାୟରେ ଭୋଟିଂ ହେବାକୁ ଥିବା ୫୮ଟି ଆସନରୁ ବିଜେପି ୫୭ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟିଂ ହେବାକୁ ଥିବା ୫୫ଟି ଆସନରୁ ୪୮ଟି ଆସନ ପାଇଁ ପ୍ରାର୍ଥୀ ଚୟନ କରିଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଆଜି ଘୋଷଣା ୧୦୭ ଆସନରେ ବିଜେପି ୨୦ ଜଣ ନୂଆ ନେତାଙ୍କୁ ପ୍ରାର୍ଥୀ କରିଛି।

Related story