ପୁଲିସ ହାଜତରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶର କସଗଞ୍ଜରେ ସାଦର କୋଟୱାଲିରେ ହାଜତ ମୃତ୍ୟୁ। ମଙ୍ଗଳବାର ପୁଲିସ ଜିମାରେ ଥିବା ବେଳେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ପୁଲିସ ଏହାକୁ ଆତ୍ମହତ୍ୟା ବୋଲି କହିଛି। ଅନ୍ୟପଟେ ସମ୍ପୃକ୍ତ ଯୁବକଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତ ଯୁବକ ଜଣକ ହେଲେ  ସାଦର କୋଟୱାଲି ଅଞ୍ଚଳର ନାଗଲା ସୟିଦ ଅହ୍ରୋଲି ନିବାସୀ ଅଲତାଫଙ୍କ ପୁଅ ଚାନ୍ଦ ମିଆନ। ଅଲତାଫ କହିଛନ୍ତି  ସୋମବାର ସନ୍ଧ୍ୟାରେ ମୋ ପୁଅକୁ ପୁଲିସ ନେଇଯାଇଥିଲା। ହେଲେ […]

yio

yio

Tapas Behera
  • Published: Wednesday, 10 November 2021
  • Updated: 10 November 2021, 03:50 PM IST

Sports

Latest News

ଲକ୍ଷ୍ନୌ: ଉତ୍ତରପ୍ରଦେଶର କସଗଞ୍ଜରେ ସାଦର କୋଟୱାଲିରେ ହାଜତ ମୃତ୍ୟୁ। ମଙ୍ଗଳବାର ପୁଲିସ ଜିମାରେ ଥିବା ବେଳେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ପୁଲିସ ଏହାକୁ ଆତ୍ମହତ୍ୟା ବୋଲି କହିଛି। ଅନ୍ୟପଟେ ସମ୍ପୃକ୍ତ ଯୁବକଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତ ଯୁବକ ଜଣକ ହେଲେ  ସାଦର କୋଟୱାଲି ଅଞ୍ଚଳର ନାଗଲା ସୟିଦ ଅହ୍ରୋଲି ନିବାସୀ ଅଲତାଫଙ୍କ ପୁଅ ଚାନ୍ଦ ମିଆନ।

ଅଲତାଫ କହିଛନ୍ତି  ସୋମବାର ସନ୍ଧ୍ୟାରେ ମୋ ପୁଅକୁ ପୁଲିସ ନେଇଯାଇଥିଲା। ହେଲେ ଏହାର ୨୪ ଘଣ୍ଟା ପରେ ତାର ମୃତ୍ୟୁ ଘଟିଥିବା ଖବର ଆସିଥିଲା।  ପୁଲିସ କହିଛି ଯେ, ତାଙ୍କ ପୁଅ ଆତ୍ମହତ୍ୟା କରିଛି। ପୁଲିସର କହିବା ଅନୁଯାୟୀ,  ପଚରାଉଚରା ବେଳେ ଚାନ୍ଦ ମିଆନ ଶୌଚାଳୟ ଯିବାକୁ ବାହାନା କରିଥିଲା। ସେ ଦୀର୍ଘ ସମୟ ଧରି ନବାହାରିବାରୁ ପୁଲିସ ଯାଇ ଦେଖିବାରୁ ସେ ଝୁଲିବା ଅବସ୍ଥାରେ ଥିଲେ।

ପୁଲିସ କହିଛି ଯେ, ଚାନ୍ଦ ମିଆନ୍ ଏକ ହୁଡ୍ ସହିତ ଏକ ଜ୍ୟାକେଟ୍ ପିନ୍ଧିଥିଲେ। ଯେଉଁଥିରେ ଷ୍ଟ୍ରିଙ୍ଗ୍ ଲାଗି ଥିଲା ସେ ଷ୍ଟ୍ରିଙ୍ଗ ମାଧ୍ୟମରେ ଏକ ପାଇପରେ ଝୁଲି ପଡ଼ିଥିଲେ।   ଏହି ଘଟଣାରେ ଏସପି ରୋହନ ପ୍ରମୋଦ ୫ ଜଣ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ଏସପି କହିଛନ୍ତି ଯେ, ଯୁବକଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି।  ପ୍ରାଥମିକ ଅନୁସନ୍ଧାନରୁ ଅବହେଳା ପାଇଁ ୫ ଜଣ  ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଚାନ୍ଦ ମିଆନ୍ ନିଜ ହୁଡ଼ିଂ ଷ୍ଟ୍ରିଙ୍ଗ ବ୍ୟବହାର କରି ନିଜକୁ ଟାଙ୍ଗି ଦେଇଥିବା ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos