ଉତ୍ତରାଖଣ୍ଡ ହିମସ୍ଖଳନ: ମୃତକଙ୍କ ପରିବାରଙ୍କୁ ମିଳିବ ୪ ଲକ୍ଷ ଟଙ୍କା

ଚମୋଲୀ: ଉତ୍ତରାଖଣ୍ଡର ଜୋଶୀମଠରେ ଭୟଙ୍କର ଅଘଟଣ ଘଟିଛି। ଚମୋଲୀ ଜିଲ୍ଲାରେ ହୋଇଥିବା ହିମସ୍ଖଳନ ଯୋଗୁ ରବିବାର ଋଷିଗଙ୍ଗା ପାୱାର ପ୍ରୋଜେକ୍ଟକୁ ବହୁତ କ୍ଷତି ହୋଇଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ। ଚମୋଲୀରେ ହୋଇଥିବା ଏଭଳି ଅଘଟଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ମୋଦି ରିଲିଫ୍ ଫଣ୍ଡ ତରଫରୁ ମୃତକଙ୍କ ପରିବାରଙ୍କୁ ୨ ଲକ୍ଷ […]

uttarakhand.jpg1

Ranjit Kumar Jena
  • Published: Sunday, 07 February 2021
  • , Updated: 07 February 2021, 09:12 PM IST

ଚମୋଲୀ: ଉତ୍ତରାଖଣ୍ଡର ଜୋଶୀମଠରେ ଭୟଙ୍କର ଅଘଟଣ ଘଟିଛି। ଚମୋଲୀ ଜିଲ୍ଲାରେ ହୋଇଥିବା ହିମସ୍ଖଳନ ଯୋଗୁ ରବିବାର ଋଷିଗଙ୍ଗା ପାୱାର ପ୍ରୋଜେକ୍ଟକୁ ବହୁତ କ୍ଷତି ହୋଇଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ। ଚମୋଲୀରେ ହୋଇଥିବା ଏଭଳି ଅଘଟଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ମୋଦି ରିଲିଫ୍ ଫଣ୍ଡ ତରଫରୁ ମୃତକଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତ ହୋଇଥିବା ଲୋକଙ୍କ ପରିବାର ୫୦ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।

ଚମୋଲୀରେ ହୋଇଥିବା ପ୍ରକୃତିର ଏହି ତାଣ୍ଡବକୁ ନେଇ ମୁଖ୍ୟମନ୍ତ୍ରୀ ରାୱତ କହିଛନ୍ତି, ରବିବାର ହୋଇଥିବାରୁ ବହୁ ଲୋକଙ୍କ ଜୀବନ ରକ୍ଷା କରାଯାଇଛି। ସେନା, ଏନଡିଆରଏଫ୍, ଏସଡିଆରଏଫ୍ ଟିମର ଏବେବି ଉଦ୍ଧାର କାମରେ ଲାଗିଛନ୍ତି। ୧୨୫ରୁ ଅଧିକ ସମେତ ଋଷି ଗଙ୍ଗା ପ୍ରୋଜେକ୍ଟର ୩୦ ଜଣ ଲୋକ ନିଖୋଜ ଅଛନ୍ତି।

ଚମୋଲୀର ତପୋବନ ଡ୍ୟାମ ନିକଟରେ ନିର୍ମାଣଧୀନ ଟନେଲରୁ ଆଟିବିପି ସମସ୍ତ ୧୬ଜଣ ଲୋକଙ୍କୁ ବଞ୍ଚାଇଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ନେଭିର ୭ଟି ଡାଇଭିଂ ଟିମକୁ ଆଲର୍ଟ ରଖାଯାଇଛି। ଉତ୍ତରାଖଣ୍ଡରେ ଏହି ଭୟଙ୍କର ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୦ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଏହି ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି। ତେବେ ଉତ୍ତରାଖଣ୍ଡର ମୁଖ୍ୟ ସଚିବ ଦୁର୍ଘଟଣାରେ ୧୫୦ ଲୋକଙ୍କର ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରିଛନ୍ତି।

Related story