ଚାଷୀଙ୍କ ସହ ସ୍ୱର ମିଳାଇଲେ ବିଜେପି ସାଂସଦ, କେନ୍ଦ୍ରକୁ ମାରିଲେ ଏମଏସ୍‌ପି ବାଣ

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ସହ ସ୍ୱର ମିଳାଇଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧି। ସେ କେନ୍ଦ୍ରକୁ ଏମଏସ୍‌ପି ବାଣ ମାରି ପରୋକ୍ଷରେ ତୀବ୍ର ସମାଲୋଚନା କରିଛନ୍ତି। ଫସଲ ଉପରେ ଏମଏସ୍‌ପିର ଆଇନଗତ ମାନ୍ୟତା ନିଶ୍ଚିତ ନ କରିବା ଯାଏ ଚାଷୀମାନେ ମଣ୍ଡିରେ ଶୋଷିତ ହୋଇ ଚାଲିଥିବେ ବୋଲି ବରୁଣ ଗାନ୍ଧି କହିଛନ୍ତି। ଆନ୍ଦୋଳନରତ ଚାଷୀମାନେ ମଧ୍ୟ କୃଷି ଆଇନକୁ ପ୍ରତ୍ୟାହାର କରିବା ସହ ଏମଏସପି ଉପରେ ଆଇନଗତ ମାନ୍ୟତା ଦାବି […]

MSP

Hemant Lenka
  • Published: Friday, 29 October 2021
  • , Updated: 29 October 2021, 03:59 PM IST

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ସହ ସ୍ୱର ମିଳାଇଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧି। ସେ କେନ୍ଦ୍ରକୁ ଏମଏସ୍‌ପି ବାଣ ମାରି ପରୋକ୍ଷରେ ତୀବ୍ର ସମାଲୋଚନା କରିଛନ୍ତି। ଫସଲ ଉପରେ ଏମଏସ୍‌ପିର ଆଇନଗତ ମାନ୍ୟତା ନିଶ୍ଚିତ ନ କରିବା ଯାଏ ଚାଷୀମାନେ ମଣ୍ଡିରେ ଶୋଷିତ ହୋଇ ଚାଲିଥିବେ ବୋଲି ବରୁଣ ଗାନ୍ଧି କହିଛନ୍ତି।

ଆନ୍ଦୋଳନରତ ଚାଷୀମାନେ ମଧ୍ୟ କୃଷି ଆଇନକୁ ପ୍ରତ୍ୟାହାର କରିବା ସହ ଏମଏସପି ଉପରେ ଆଇନଗତ ମାନ୍ୟତା ଦାବି କରୁଛନ୍ତି। ଏଥିପାଇଁ ସେମାନେ ଦିଲ୍ଲୀର ସୀମାନ୍ତ ଅଞ୍ଚଳଗୁଡ଼ିକରେ ୨୦୨୦ ମସିହା ନଭେମ୍ବର ୨୮ରୁ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ହେଲେ କେନ୍ଦ୍ର ସରକାର ସେମାନଙ୍କ ଦାବି ପୂରଣ କରୁନାହାନ୍ତି। ଏବେ ଖୋଦ୍‌ ବିଜେପି ସାଂସଦ କେନ୍ଦ୍ର ସରକାରଙ୍କ ନିକଟରେ ଫସଲର ଏମଏସ୍‌ପି ନିଶ୍ଚିତ କରିବାକୁ କହିଛନ୍ତି।

ସେ ଟ୍ୱିଟ କରି କହିଛନ୍ତି, “ଯେଉଁ ପର୍ଯ୍ୟନ୍ତ ଏମଏସ୍‌ପି ଉପରେ ବୈଧାନିକ ଗ୍ୟାରେଣ୍ଟିର ବ୍ୟବସ୍ଥା ନ ହେବ, ସେ ଯାଏ ଚାଷୀମାନେ ମଣ୍ଡିରେ ଶୋଷିତ ହୋଇ ଚାଲିଥିବେ। ଏହା ଉପରେ କଠୋରରୁ କଠୋର ଦଣ୍ଡ ବିଧାନର ବ୍ୟବସ୍ଥା ହେବା ଦରକାର।” ଗତ ସପ୍ତାହରେ ବରୁଣ ଗାନ୍ଧି ଗୋଟିଏ ଭିଡିଓ କ୍ଲିପ ଜାରି କରିଥିଲେ। ଏଥିରେ ଜଣେ ଚାଷୀ ନିଜ ଧାନାକୁ ମଣ୍ଡିରେ ବିକ୍ରି କରିବାରେ ବିଫଳ ହେବା ପରେ କେମିତି ଗଦାରେ ନିଆଁ ଲଗାଇ ଦେଉଛନ୍ତି, ତା’ର ଦୃଶ୍ୟ ରହିଥିଲା। ଏହି ଭିଡିଓକୁ ଜାରି କରି ସମସ୍ତଙ୍କୁ କାହିଁକି ଚାଷୀମାନେ ଏପରି ପଦକ୍ଷେପ ନେଉଛନ୍ତି, ତା’ ଉପରେ ଚିନ୍ତା କରିବାକୁ କହିଥିଲେ।

କେବଳ ଚାଷୀ ପ୍ରସଙ୍ଗରେ ନୁହେଁ, ଉତ୍ତର ପ୍ରଦେଶର ଲଖିମପୁର ଖେରି ହିଂସା ଘଟଣାରେ ମଧ୍ୟ ବରୁଣ ଗାନ୍ଧି ଭିଡିଓ ଜାରି ପରୋକ୍ଷରେ ବିଜେପିକୁ ବାଣ ମାରିଥିଲେ।

ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯାଉଥିବା ବେଳର ଭିଡିଓ ବରୁଣ ଟ୍ୱିଟ କରିବା ପରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ସମ୍ଭବତଃ ଏହି କାରଣ ପାଇଁ ବିଜେପି ବରୁଣ ଓ ତାଙ୍କ ମା’ ମାନେକା ଗାନ୍ଧିଙ୍କୁ ଦଳର ଜାତୀୟ କାର୍ଯ୍ୟକାରିଣୀରୁ ବାଦ ଦେଇଛି। ତଥାପି ବରୁଣ ଚାଷୀଙ୍କ ପାଇଁ ନିଜର ସ୍ୱର ଉଠାଇ ଚାଲିଛନ୍ତି।

Related story