ଆଷ୍ଟ୍ରାଜେନେକାର ବୁଷ୍ଟର ଡୋଜ୍‌ ଓମିକ୍ରନ ବିରୋଧରେ ଅଧିକ ଫଳପ୍ରଦ!

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ଟିକା ଉତ୍ପାଦନକାରୀ କମ୍ପାନୀ ସେମାନଙ୍କ ବୁଷ୍ଟର ଡୋଜ୍‌ କରୋନାର ଓମିକ୍ରନ ଭାରିଏଣ୍ଟ ବିରୋଧରେ ଫଳପ୍ରଦ ହେଇପାରୁଥିବା ଦାବି କରିବା ଆରମ୍ଭ କରିଛନ୍ତି। ବୁଧବାର ଭାରତ ବାୟୋଟେକ କହିଥିଲା ଯେ କୋଭାକ୍ସିନର ବୁଷ୍ଟର ଡୋଜ୍‌ ଓମିକ୍ରନ ବିରୋଧରେ ବେଶ ଫଳପ୍ରଦ। ଆଜି ଆଷ୍ଟ୍ରାଜେନେକା ସମାନ ଦାବି କରିଛି। କମ୍ପାନୀ ପ୍ରସ୍ତୁତ କରୁଥିବା କରୋନା ଟିକା ଭାକ୍ସଜେଭରିଆର ବୁଷ୍ଟର ଡୋଜ୍‌ ଓମିକ୍ରନ ବିରୋଧରେ ଅଧିକ ଆଣ୍ଟିବଡି ସୃଷ୍ଟି କରୁଛି। କେବଳ ଓମିକ୍ରନ ନୁହେଁ, ଡେଲ୍ଟା, […]

Vaccine

Hemant Lenka
  • Published: Thursday, 13 January 2022
  • , Updated: 13 January 2022, 05:30 PM IST

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ଟିକା ଉତ୍ପାଦନକାରୀ କମ୍ପାନୀ ସେମାନଙ୍କ ବୁଷ୍ଟର ଡୋଜ୍‌ କରୋନାର ଓମିକ୍ରନ ଭାରିଏଣ୍ଟ ବିରୋଧରେ ଫଳପ୍ରଦ ହେଇପାରୁଥିବା ଦାବି କରିବା ଆରମ୍ଭ କରିଛନ୍ତି। ବୁଧବାର ଭାରତ ବାୟୋଟେକ କହିଥିଲା ଯେ କୋଭାକ୍ସିନର ବୁଷ୍ଟର ଡୋଜ୍‌ ଓମିକ୍ରନ ବିରୋଧରେ ବେଶ ଫଳପ୍ରଦ।

ଆଜି ଆଷ୍ଟ୍ରାଜେନେକା ସମାନ ଦାବି କରିଛି। କମ୍ପାନୀ ପ୍ରସ୍ତୁତ କରୁଥିବା କରୋନା ଟିକା ଭାକ୍ସଜେଭରିଆର ବୁଷ୍ଟର ଡୋଜ୍‌ ଓମିକ୍ରନ ବିରୋଧରେ ଅଧିକ ଆଣ୍ଟିବଡି ସୃଷ୍ଟି କରୁଛି। କେବଳ ଓମିକ୍ରନ ନୁହେଁ, ଡେଲ୍ଟା, ଆଲ୍ଫା, ବିଟା, ଗାମା ଭଳି ଭାରିଏଣ୍ଟକୁ ମଧ୍ୟ ଏହା ମାତ ଦେଇ ପାରୁଛି। ପ୍ରାଥମିକ ଟ୍ରାଏଲରୁ ଏପରି ତଥ୍ୟ ସାମ୍ନାକୁ ଆସିଥିବା କମ୍ପାନୀ ଦାବି କରିଛି।

କମ୍ପାନୀ କହିଛି ଯେ ପୂର୍ବରୁ ଯେଉଁମାନେ ଭାକ୍ସଜେଭରିଆ କିମ୍ବା କୌଣସି ଏମଆରଏନଏ ଟିକା ନେଇଥିଲେ, ସେମାନଙ୍କ ଶରୀରରେ ବୁଷ୍ଟର ଡୋଜ୍ ଅଧିକ ଆଣ୍ଟିବଡି ସୃଷ୍ଟି କରିପାରୁଛି। ଖୁବଶୀଘ୍ର କମ୍ପାନୀ ବିଶ୍ୱର ବିଭିନ୍ନ ଟିକା ଅନୁମୋଦନକାରୀ ସଂସ୍ଥା ଗୁଡ଼ିକ ନିକଟରେ ଏହାର ବୁଷ୍ଟର ଡୋଜ୍‌ ଆରମ୍ଭ କରିବାକୁ ଆବେଦନ କରିବ।

ଆଷ୍ଟ୍ରାଜେନେକା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ସହ ମିଶି ଏହି ଟିକାକୁ ବିକଶିତ କରିଛି। ଟିକାର ଲ୍ୟାବ ଟେଷ୍ଟରୁ ଜଣାପଡ଼ିଛି ଯେ ଭାକ୍ସଜେଭରିଆର ୩ଟି ଡୋଜ୍‌ ଦ୍ରୁତଗତିରେ ମାଡ଼ୁଥିବା କରୋନାର ନୂଆ ଭାରିଏଣ୍ଟ ବିରୋଧରେ ବେଶ ଫଳପ୍ରଦ। କମ୍ପାନୀ ପାଖରେ ଟିକାର ବୁଷ୍ଟର ଡୋଜ୍‌ କାହିଁକି ଲାଭଦାୟକ, ସେନେଇ ଅନେକ ତଥ୍ୟ ରହିଥିବା ଜଣାପଡ଼ିଛି।

Related story