ମହଙ୍ଗା ପଡ଼ିଲା ପିଲା ଚୋରି, ୨ ଜଣଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ  

ଭରତପୁର: ମହଙ୍ଗା ପଡ଼ିଲା ଅପହରଣ। ଜଣେ ଏକାଦଶ ଛାତ୍ରଙ୍କୁ ୨ ଜଣ ଅପହରଣ କରିବା ଅଭିଯୋଗରେ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିଛି। ସମ୍ପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି। ଘଟଣାଟି ରାଜସ୍ଥାନର ଭରତପୁରରେ ଘଟିଛି।  ଗାଁ ଲୋକମାନେ ଅଭିଯୁକ୍ତ ୨ ଜଣଙ୍କୁ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଥୋଇଥିଲେ। ପିଲାଟି ମଙ୍ଗଳବାର ସରକାରୀ ସ୍କୁଲରୁ ଘରକୁ ଫେରୁଥିଲା ବେଳେ ଅପହରଣର ଶିକାର ହୋଇଥିଲେ। ୪ ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ପିଲାଟିକୁ […]

ppp

ppp

Tapas Behera
  • Published: Wednesday, 14 September 2022
  • Updated: 14 September 2022, 04:53 PM IST

Sports

Latest News

ଭରତପୁର: ମହଙ୍ଗା ପଡ଼ିଲା ଅପହରଣ। ଜଣେ ଏକାଦଶ ଛାତ୍ରଙ୍କୁ ୨ ଜଣ ଅପହରଣ କରିବା ଅଭିଯୋଗରେ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିଛି। ସମ୍ପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି। ଘଟଣାଟି ରାଜସ୍ଥାନର ଭରତପୁରରେ ଘଟିଛି।  ଗାଁ ଲୋକମାନେ ଅଭିଯୁକ୍ତ ୨ ଜଣଙ୍କୁ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଥୋଇଥିଲେ। ପିଲାଟି ମଙ୍ଗଳବାର ସରକାରୀ ସ୍କୁଲରୁ ଘରକୁ ଫେରୁଥିଲା ବେଳେ ଅପହରଣର ଶିକାର ହୋଇଥିଲେ। ୪ ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ପିଲାଟିକୁ ଅପହରଣ କରିନେଇଥିଲେ। କିନ୍ତୁ ସେଠାରେ ଥିବା ଗ୍ରାମବାସୀ ୨ ଜଣ ଯୁବକଙ୍କୁ କୌଶଳକ୍ରମେ କାବୁ କରିନେଇଥିଲେ। ଆଉ ୨ ଜଣ ଅଭିଯୁକ୍ତ ଖସିଯିବାରେ ସଫଳ ହୋଇଥିଲେ।

ପରେ ଗ୍ରାମବାସୀମାନେ ଧରାପଡ଼ିଥିବା ୨ ଜଣ ଯୁବକଙ୍କୁ ଆଣି ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ ମାରିବା ପରେ ଗ୍ରାମବାସୀମାରନେ ଉଭୟଙ୍କୁ ଗୋପାଳଗଡ଼ ପୁଲିସକୁ ହସ୍ତାନ୍ତର କରିଥିଲେ। ତେବେ ଧରାପଡ଼ିଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପୁଲିସ ରେକର୍ଡ଼ରେ ହତ୍ୟା ଅଭିଯୁକ୍ତ ବୋଲି ଜଣାପଡ଼ିଛି।

ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଫେରାର ଥିଲେ। ଏମାନେ ସମସ୍ତେ ମିଶି ବନ୍ଧୁକ ଦେଖାଇ ପିଲାଟିକୁ ଅପହରଣ କରିଥିଲେ। ଗ୍ରାମବାସୀମାନେ ଅଭିଯୁକ୍ତ ମାନଙ୍କୁ କାବୁ କରିବା ସହ ସେମାନଙ୍କଠାରୁ ପିଲାଟିକୁ  ମୁକୁଳାଇ ଥିଲେ। ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଅବଦୁଲ ଖାନ୍‌ ଏବଂ ଆଜାରଉଦ୍ଦିନ। ଗୋପାଳଗଡ଼ ପୁଲିସ ଷ୍ଟେସନ ଥାନା ଅଧିକାରୀ  ରାଜଭୀର ସିଂହ କହିଛନ୍ତି ଯେ, ଜଣେ ବ୍ୟକ୍ତି ତାଙ୍କୁ ପୁଅକୁ ୪ ଜଣ ଅପହରଣ କରିଥିବା ଥାନାରେ ଅଭିଯୋଗ କରିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଧରାପଡ଼ିଛନ୍ତି। ପୁଲିସ ଉଭୟଙ୍କୁ ନିଜ ହେପାଜତକୁ ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos