ରାମ ନବମୀ ବେଳେ ହିଂସାକାଣ୍ଡ ଘଟାଇଥିବା ଦୁର୍ବୃତ୍ତଙ୍କ ଘରେ ବୁଲିଲା ବୁଲଡୋଜର୍‌

ଭୋପାଲ: ମଧ୍ୟପ୍ରଦେଶର ଖରଗୋନରେ ରାମ ନବମୀ ବେଳେ ହୋଇଥିବା ହିଂସାକୁ ନେଇ ଆକ୍ସନ ମୋଡ୍‌ରେ ଶିବରାଜ ସିଂହ ସରକାର। ହିଂସାକାଣ୍ଡ ଘଟାଇଥିବା ଦୁର୍ବୃତ୍ତଙ୍କ ଘର ଉପରେ ବୁଲିଲା ବୁଲଡୋଜର। ସହରର ସମ୍ବେଦନଶୀଳ ସ୍ଥାନ କୁହାଯାଉଥିବା ମୋହନ ଟକିଜ ଅଞ୍ଚଳରେ ବୁଲିଲା ବୁଲଡୋଜର। ବ୍ୟାପକ ପୁଲିସ ଫୋର୍ସର ଉପସ୍ଥିତିରେ ହିଂସା ଘଟାଇଥିବା ଦୁର୍ବୃତ୍ତଙ୍କ ଘର ଭାଙ୍ଗିଦେଲେ ସରକାର। ରବିବାର ରାମନବମୀ ଶୋଭାଯାତ୍ରା ବେଳେ ମଧ୍ୟପ୍ରଦେଶରେ ବ୍ୟାପକ ସଂଘର୍ଷ ହୋଇଥିଲା। ଏହାପରେ ସୋମବାର ଏହି ସଂଘର୍ଷ ଘଟାଇଥିବା ଅଭିଯୁକ୍ତଙ୍କୁ ଚିହ୍ନଟ […]

violence-accused-home-demolished

violence-accused-home-demolished

Madhupriya Mistry
  • Published: Monday, 11 April 2022
  • Updated: 11 April 2022, 04:02 PM IST

Sports

Latest News

ଭୋପାଲ: ମଧ୍ୟପ୍ରଦେଶର ଖରଗୋନରେ ରାମ ନବମୀ ବେଳେ ହୋଇଥିବା ହିଂସାକୁ ନେଇ ଆକ୍ସନ ମୋଡ୍‌ରେ ଶିବରାଜ ସିଂହ ସରକାର। ହିଂସାକାଣ୍ଡ ଘଟାଇଥିବା ଦୁର୍ବୃତ୍ତଙ୍କ ଘର ଉପରେ ବୁଲିଲା ବୁଲଡୋଜର। ସହରର ସମ୍ବେଦନଶୀଳ ସ୍ଥାନ କୁହାଯାଉଥିବା ମୋହନ ଟକିଜ ଅଞ୍ଚଳରେ ବୁଲିଲା ବୁଲଡୋଜର। ବ୍ୟାପକ ପୁଲିସ ଫୋର୍ସର ଉପସ୍ଥିତିରେ ହିଂସା ଘଟାଇଥିବା ଦୁର୍ବୃତ୍ତଙ୍କ ଘର ଭାଙ୍ଗିଦେଲେ ସରକାର।

ରବିବାର ରାମନବମୀ ଶୋଭାଯାତ୍ରା ବେଳେ ମଧ୍ୟପ୍ରଦେଶରେ ବ୍ୟାପକ ସଂଘର୍ଷ ହୋଇଥିଲା। ଏହାପରେ ସୋମବାର ଏହି ସଂଘର୍ଷ ଘଟାଇଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଘର ଭାଙ୍ଗିବା ଆରମ୍ଭ କରିଛନ୍ତି ସରକାର। ତେବେ ମଧ୍ୟପ୍ରଦେଶ ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ ତୀବ୍ର ବିରୋଧ କରିଛି।

କଂଗ୍ରେସ ବରିଷ୍ଠ ନେତା ଦିଗବିଜୟ ସିଂହ ଟ୍ୱିଟ୍‌ କରି ଶିବରାଜ ସିଂହ ଚୌହାନାଙ୍କୁ ତେର୍‌ଚ୍ଛା ବାଣ ମାରିଛନ୍ତି। ସେ କହିଛନ୍ତି, 'ମାମୁଁର ବୁଲଡୋଜର ଦୁଷ୍କର୍ମକାରୀ କିମ୍ବା ସେମାନଙ୍କ ସହଯୋଗୀଙ୍କ ଉପରେ ବୁଲୁନି। କେବଳ ମୁହଁ ଦେଖି ଏଠାରେ ବୁଲଡୋଜର ବୁଲାଯାଉଛି।'

ଏପ୍ରିଲ ୧୦ ତାରିଖ ରାମ ନବମୀ ଅବସରରେ ଖରଗୋନରେ ଶୋଭାଯାତ୍ରା ବାହାରିଥିଲା। ଏହି ଯାତ୍ରା ବେଳେ କିଛି ଲୋକେ ପଥରମାଡ଼ କରିଥିଲେ। ଏହାପରେ ପୂରା ଅଞ୍ଚଳରେ ହିଂସାକାଣ୍ଡ ଆରମ୍ଭ ହୋଇଥିଲା। ଏହି ହିଂସା ବେଳେ କିଛି ଲୋକେ ପେଟ୍ରୋଲ ବୋମା ମଧ୍ୟ ଫିଙ୍ଗିଥିଲେ। ଏହି ପୂରା ମାମଲାରେ ସାଧାରଣ ନାଗରିକଙ୍କ ସମେତ ୧୦ ପୁଲିସ କର୍ମଚାରୀ ଆହତ ହୋଇଥିଲେ।

ପରେ ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାରେ ସାମିଲ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବ। ସେମାନଙ୍କୁ କ୍ଷମା କରାଯିବ ନାହିଁ। ପବିତ୍ର ରାମ ନବମୀ ଅବସରରେ ଏଭଳି ଘଟଣା ଘଟିବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story