ବିନା ଟ୍ରେନିଂରେ ବିମାନ ଲ୍ୟାଣ୍ଡ କଲେ ପାଇଲଟ୍‌, ୧୦ ଲକ୍ଷ ଗଣିବ 'ଭିସ୍ତାରା'

ନୂଆଦିଲ୍ଲୀ: ଶହ ଶହ ଯାତ୍ରୀଙ୍କ ଜୀବନ ସହ ଖେଳ। ବିନା ଟ୍ରେନିଂରେ ବିମାନ ଲ୍ୟାଣ୍ଡ କଲେ ପାଇଲଟ୍‌। ଇନ୍ଦୋର ବିମାନବନ୍ଦରରେ ଜଣେ ଅପ୍ରିଶିକ୍ଷିତ ପାଇଲଟ୍‌ ବିମାନ ଲ୍ୟାଣ୍ଡ କରିଛନ୍ତି। ଯାହା ଏବେ ଭିସ୍ତାରା ଏୟାରଲାଇନ୍ସକୁ ମହଙ୍ଗା ପଡିଛି। ଟ୍ରେନିଂ ନେଇନଥିବା ପାଇଲଟ୍‌ଙ୍କୁ ବିମାନ ଲ୍ୟାଣ୍ଡ କରିବାକୁ ଅନୁମତି ଦେଇଥିବା ଯୋଗୁ ଡିଜିସିଆଇ ଭିସ୍ତାରା ଏୟାରଲାଇନ୍ସ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଅଧିକାରୀଙ୍କ କହିବା ମୁତାବକ, ବିମାନର ପ୍ରଥମ ଅଫିସର ଥିବା ପାଇଲଟ ସିମ୍ୟୁଲେଟରରେ ଆବଶ୍ୟକ […]

VISTARA

Madhupriya Mistry
  • Published: Thursday, 02 June 2022
  • , Updated: 02 June 2022, 03:49 PM IST

ନୂଆଦିଲ୍ଲୀ: ଶହ ଶହ ଯାତ୍ରୀଙ୍କ ଜୀବନ ସହ ଖେଳ। ବିନା ଟ୍ରେନିଂରେ ବିମାନ ଲ୍ୟାଣ୍ଡ କଲେ ପାଇଲଟ୍‌। ଇନ୍ଦୋର ବିମାନବନ୍ଦରରେ ଜଣେ ଅପ୍ରିଶିକ୍ଷିତ ପାଇଲଟ୍‌ ବିମାନ ଲ୍ୟାଣ୍ଡ କରିଛନ୍ତି। ଯାହା ଏବେ ଭିସ୍ତାରା ଏୟାରଲାଇନ୍ସକୁ ମହଙ୍ଗା ପଡିଛି। ଟ୍ରେନିଂ ନେଇନଥିବା ପାଇଲଟ୍‌ଙ୍କୁ ବିମାନ ଲ୍ୟାଣ୍ଡ କରିବାକୁ ଅନୁମତି ଦେଇଥିବା ଯୋଗୁ ଡିଜିସିଆଇ ଭିସ୍ତାରା ଏୟାରଲାଇନ୍ସ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି।

ଅଧିକାରୀଙ୍କ କହିବା ମୁତାବକ, ବିମାନର ପ୍ରଥମ ଅଫିସର ଥିବା ପାଇଲଟ ସିମ୍ୟୁଲେଟରରେ ଆବଶ୍ୟକ ତାଲିମ ନ ପାଇ ଇନ୍ଦୋର ବିମାନ ବନ୍ଦରରେ ବିମାନକୁ ଲ୍ୟାଣ୍ଡ କରିଥିଲେ। ଏହା ନିୟମର ଗୁରୁତର ଉଲ୍ଲଂଘନ। ଏଭଳି କରିବା ବିମାନରେ ଥିବା ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ଆଣିପାରେ ବୋଲି ସେ କହିଛନ୍ତି।

ଏହି ମାମଲାରେ ଡିଜିସିଆ ଭିସ୍ତାରା ଏୟାରଲାଇନ୍ସକୁ ଦୋଷୀ ସାବ୍ୟସ୍ତ କରିଛି। ଏଥିସହ ୧୦ ଲକ୍ଷ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି। ତେବେ ବର୍ତ୍ତମାନ ଯାଏ ସ୍ପଷ୍ଟ ହୋଇନାହିଁ ଯେ, ଉକ୍ତ ବିମାନଟି କେଉଁଠାରୁ ଉଡାଣ ଭରିଥିଲା ଏବଂ ଏହି ଘଟଣା କେବେ ଘଟିଥିଲା।

ବିମାନର ପ୍ରଥମ ଅଧିକାରୀ ଭାବରେ ନିଯୁକ୍ତ ହୋଇଥିବା ପାଇଲଟଙ୍କୁ ପ୍ରଥମେ ଏକ ସିମ୍ୟୁଲେଟରରେ ବିମାନ ଅବତରଣ କରିବାକୁ ତାଲିମ ଦିଆଯାଏ। ଏହାପରେ ସେ ଯାତ୍ରୀମାନଙ୍କ ସହିତ ବିମାନ ଅବତରଣ କରିବାକୁ ଯୋଗ୍ୟ ବିବେଚିତ ହୁଅନ୍ତି। ଏହା ବ୍ୟତୀତ ବିମାନର କ୍ୟାପଟେନ ମଧ୍ୟ ସିମ୍ୟୁଲେଟରରେ ତାଲିମ ନେବା ଆବଶ୍ୟକ।

Related story