ବିସ୍ତାରା ଯାତ୍ରୀବାହୀ ବିମାନର ଇଞ୍ଜିନ୍‌ ଫେଲ୍‌, ବ୍ୟାଙ୍କକ୍‌ରୁ ଦିଲ୍ଲୀ ଫେରୁଥିଲା

ନୂଆଦିଲ୍ଲୀ: ବିମାନରେ କେତେବେଳେ ଯାନ୍ତ୍ରିକ ତ୍ରୁଟି ଦେଖାଉଛି ତ ଆଉ କେତେବେଳେ ପକ୍ଷୀ ମାଡ ହେଉଛି। ଏହି ଘଟଣା ଏବେ ଦିନ କୁ ଦିନ ବଢ଼ିବାରେ ଲାଗିଛି। ସ୍ପାଇସ୍‌ଜେଟ୍‌ ପରେ ବିସ୍ତାରା ଯାତ୍ରୀବାହୀ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ବ୍ୟାଙ୍କକ୍‌ରୁ ଦିଲ୍ଲୀ ଫେରୁଥିବା ବିସ୍ତାରା ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନର ଇଞ୍ଜିନ୍‌ ଫେଲ୍‌ ହୋଇଯାଇଛି। ଏହି ଘଟଣା ପରେ ବିମାନର ସମସ୍ତ ଯାତ୍ରୀ କିନ୍ତୁ ସୁରକ୍ଷିତ ଅଛନ୍ତି। ଇଞ୍ଜିନ୍‌ ଫେଲ୍‌ ହୋଇଥିବା ସତ୍ତ୍ୱେ ବିମାନଟିକୁ ସିଙ୍ଗିଲ ଇଞ୍ଜିନ୍‌ରେ […]

vistara-plane

Madhupriya Mistry
  • Published: Wednesday, 06 July 2022
  • , Updated: 06 July 2022, 05:53 PM IST

ନୂଆଦିଲ୍ଲୀ: ବିମାନରେ କେତେବେଳେ ଯାନ୍ତ୍ରିକ ତ୍ରୁଟି ଦେଖାଉଛି ତ ଆଉ କେତେବେଳେ ପକ୍ଷୀ ମାଡ ହେଉଛି। ଏହି ଘଟଣା ଏବେ ଦିନ କୁ ଦିନ ବଢ଼ିବାରେ ଲାଗିଛି। ସ୍ପାଇସ୍‌ଜେଟ୍‌ ପରେ ବିସ୍ତାରା ଯାତ୍ରୀବାହୀ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ବ୍ୟାଙ୍କକ୍‌ରୁ ଦିଲ୍ଲୀ ଫେରୁଥିବା ବିସ୍ତାରା ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନର ଇଞ୍ଜିନ୍‌ ଫେଲ୍‌ ହୋଇଯାଇଛି।

ଏହି ଘଟଣା ପରେ ବିମାନର ସମସ୍ତ ଯାତ୍ରୀ କିନ୍ତୁ ସୁରକ୍ଷିତ ଅଛନ୍ତି। ଇଞ୍ଜିନ୍‌ ଫେଲ୍‌ ହୋଇଥିବା ସତ୍ତ୍ୱେ ବିମାନଟିକୁ ସିଙ୍ଗିଲ ଇଞ୍ଜିନ୍‌ରେ ସୁରକ୍ଷିତ ଭାବେ ପାଇଲଟ୍‌ ଲ୍ୟାଣ୍ଡିଂ କରିଛନ୍ତି। ଦିଲ୍ଲୀ ବିମାନ ବନ୍ଦରର ପାର୍କିଂ ୱେରେ ରଖାଯାଇଛି । ଏନେଇ ଡଜିସିଏକୁ ଜଣାଇ ମଧ୍ୟ ଦିଆଯାଇଛି।

ବିସ୍ତାରା ଏୟାରଲାଇନ୍ସର ପ୍ରବକ୍ତାଙ୍କ କହିବା ମୁତାବକ, ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ବିମାନଟିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଏହାପରେ ବିମାନଟିକୁ ପାର୍କିଂ ୱେରେ ଲ୍ୟାଣ୍ଡିଂ କରାଯାଇଥିଲା। ତେବେ ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ତେବେ ବିମାନରେ ଏଭଳି ଯାନ୍ତ୍ରିକ ତ୍ରୁଟି ଦେଖାଦେବା ମାମଲା ପ୍ରଥମ ନୁହେଁ। ଏହାପୂର୍ବରୁ ଆଜି ସ୍ପାଇସ୍‌ଜେଟ୍‌ କାର୍ଗୋ ବିମାନରେ ମଧ୍ୟ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଚୀନ୍‌କୁ ଉଡାଣ ଭରିଥିବା ବିମାନଟି କୋଲକାତା ଫେରି ଆସିଥିଲା। ସ୍ପାଇସଜେଟ୍ ବିମାନରେ ଲଗାତାର ଏଭଳି ତ୍ରୁଟି ଖବର ଆସିବା ପରେ ଆକ୍ସନକୁ ଆସିଛି ବେସାମରିକ ବିମାଳ ଚଳାଚଳ ମନ୍ତ୍ରଣାଳୟ। ସ୍ପାଇସଜେଟକୁ କାରଣ ଦର୍ଶାଅ ନୋଟିସ ଜାରି କରି ମନ୍ତ୍ରଣାଳୟ ଜବାବ ମାଗିଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ୧୮ ଦିନରେ ସ୍ପାଇସଜେଟର ବିମାନରେ ୮ଟି ଯାନ୍ତ୍ରିକ ତ୍ରୁଟି ଘଟଣା ପରେ ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ୨୦୨୧ ସେପ୍ଟେମ୍ୱରରେ ସ୍ପାଇସଜେଟର ଅଡିଟ୍ ସମୟରେ ଅନେକ ତ୍ରୁଟି ଧରିଥିଲା ଡିଜିସିଏ। ଯନ୍ତ୍ରାଂଶ ଯୋଗାଉଥିବା ସଂସ୍ଥା ଗୁଡିକୁ ନିୟମିତ ଭାବେ ଟଙ୍କା ପୈଠ କରୁ ନଥିବା ଅଡିଟ୍‌ରୁ ଜଣାପଡିଥିଲା।

ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ଦିଲ୍ଲୀ-ଦୁବାଇ ଉଡାଣ ବେଳେ ଫ୍ୟୁଲ ଇଣ୍ଡିକେଟରରେ ତ୍ରୁଟି ଜଣାପଡିବା ପରେ ବିମାନକୁ ପାକିସ୍ତାନର କରାଚୀରେ ଜରୁରୀ ଅବତରଣ କରାଯାଇଥିଲା। ଅନ୍ୟପଟେ ସେହିଦିନ ହିଁ, ଆକାଶରେ ବିମାନର ୱିଣ୍ଡ ସିଲ୍ଡରେ ତ୍ରୁଟି ଯୋଗୁଁ କାଣ୍ଡଲା-ମୁମ୍ୱାଇ ଉଡାଣକୁ ମହାରାଷ୍ଟ୍ରର ରାଜଧାନୀରେ ଜରୁରୀ ଅବତରଣ କରାଯାଇଥିଲା। ମଙ୍ଗଳବାର ଏହି ଦୁଇ ଘଟଣା ସାମନାକୁ ଆସିବା ପରେ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରାଯାଉଛି।

Related story