ମୋଦିଙ୍କର କ୍ଷତି କରିବାକୁ କଂଗ୍ରେସ ଚେଷ୍ଟା କରିଥିଲା: ସ୍ମୃତି ଇରାଣୀ

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ତ୍ରୁଟିକୁ ନେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାଣୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏଥିପାଇଁ ସେ କଂଗ୍ରେସ ବିରୋଧରେ ଅସନ୍ତୋଷ ଝାଡ଼ିଛନ୍ତି। ପଞ୍ଜାବର କଂଗ୍ରେସ ସରକାରଙ୍କୁ କଡ଼ା ସମାଲୋଚନା କରି ସ୍ମୃତି କହିଛନ୍ତି ଯେ, ଆମେ ଜାଣିଛୁ  କଂଗ୍ରେସ ମୋଦିଙ୍କୁ ଘୃଣା କରେ । ହେଲେ ଆଜି ସେମାନେ ପ୍ରଧାନମନ୍ତ୍ରୀଙ୍କର କ୍ଷତି କରିବାକୁ ଚେଷ୍ଟା କରିଥିଲେ ବୋଲି ସ୍ମୃତି କହିଛନ୍ତି। ଆଜିର ଘଟଣା ପାଇଁ ସେ ପଞ୍ଜାବ ସରକାରଙ୍କୁ ଦାୟୀ […]

smruti

Tapas Behera
  • Published: Wednesday, 05 January 2022
  • , Updated: 05 January 2022, 05:57 PM IST

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ତ୍ରୁଟିକୁ ନେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାଣୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏଥିପାଇଁ ସେ କଂଗ୍ରେସ ବିରୋଧରେ ଅସନ୍ତୋଷ ଝାଡ଼ିଛନ୍ତି। ପଞ୍ଜାବର କଂଗ୍ରେସ ସରକାରଙ୍କୁ କଡ଼ା ସମାଲୋଚନା କରି ସ୍ମୃତି କହିଛନ୍ତି ଯେ, ଆମେ ଜାଣିଛୁ  କଂଗ୍ରେସ ମୋଦିଙ୍କୁ ଘୃଣା କରେ । ହେଲେ ଆଜି ସେମାନେ ପ୍ରଧାନମନ୍ତ୍ରୀଙ୍କର କ୍ଷତି କରିବାକୁ ଚେଷ୍ଟା କରିଥିଲେ ବୋଲି ସ୍ମୃତି କହିଛନ୍ତି। ଆଜିର ଘଟଣା ପାଇଁ ସେ ପଞ୍ଜାବ ସରକାରଙ୍କୁ ଦାୟୀ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କର ଆଜି କ୍ଷତି ହେଉ ବୋଲି ସରକାର ଚାହୁଁଥିଲେ ବୋଲି ସ୍ମୃତି କହିଛନ୍ତି।

ସୂଚନା ଅନୁଯାୟୀ, ଆଜି ପଞ୍ଜାବ ଗସ୍ତରେ ପ୍ରଧାନମନ୍ତ୍ରୀ ଯାଇଥିବା ବେଳେ ସେଠାରେ ତାଙ୍କର ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ଢିଲା କରାଯାଇଥିବା ନଜରକୁ ଆସିଛି ।  ଫଳରେ ପଞ୍ଜାବରେ ଏକ ଫ୍ଲାଇ ଓଭରରେ ୧୫ରୁ ୨୦ ମିନିଟ୍ ଅଟକି ରହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଏହାପରେ ସେଠାରେ ଏକ କାର୍ଯ୍ୟକ୍ରମକୁ ବାତିଲ କରି ଫେରିଯାଇଥିଳେ ପ୍ରଧାନମନ୍ତ୍ରୀ। ଏହି ଘଟଣାକୁ ବଡ ଧରଣର ସୁରକ୍ଷାରେ ତ୍ରୁଟି ବୋଲି କହିବା ସହ ପଞ୍ଜାବ ସରକାରଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରିପୋର୍ଟ ମାଗିଛି। ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ପ୍ରଧାନମନ୍ତ୍ରୀ  ଆଜି ପଞ୍ଜାବର ଫିରୋଜପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ।  ପ୍ରଧାନମନ୍ତ୍ରୀ ହୁସେନ୍ଓ୍ୱାଲାସ୍ଥିତ ଜାତୀୟ ସହିଦ ସ୍ମାରକ ସ୍ଥଳଠାରୁ ୩୦କିଲୋମିଟର ଦୂରରେ ଏକ ଫ୍ଲାଏ ଓଭରରେ ପ୍ରଧାନମନ୍ତ୍ରୀଙ୍କ କାର୍ କେଡ୍ ପହଞ୍ଚିଥିଲା  ହେଲେ ଏହି ସମୟରେ ଜଣାପଡିଥିଲା, ଯେ ରାସ୍ତାକୁ ବିକ୍ଷୋଭକାରୀମାନେ ଅବରୋଧ କରି ରଖିଛନ୍ତି। ଫ୍ଲାଏ ଓଭରରେ ପ୍ରଧାନମନ୍ତ୍ରୀ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଅଟକି ଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏହା ବଡ ଧରଣର ତ୍ରୁଟି ବୋଲି ଗୃହ ମନ୍ତ୍ରଣାଳୟ କହିଛି ।  ଏହି ତ୍ରୁଟି ପରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଭଟିଣ୍ଡା ଏୟାରପୋର୍ଟକୁ ଫେରି ଯାଇଥିଲା ।

ସେପଟେ ଫିରୋଜପୁରରେ ହୋଇଥିବା କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ନେଇ ସେଠାରେ ଉପସ୍ଥିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ୍ ମାଣ୍ଡଭ୍ୟା ସୂଚନା ଦେଇଛନ୍ତି। ଭଟିଣ୍ଡା ଏୟାରପୋର୍ଟକୁ ଫେରିବା ପରେ ସେଠାରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ମୋଦି। ସେଠାରେ ଉପସ୍ଥିତ ଥିବା ରାଜ୍ୟ ଅଧିକାରଙ୍କୁ ମୋଦି ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିଜର ଅସନ୍ତୋଷବ୍ୟକ୍ତ କରିଥିବା ଜଣାପଡ଼ିଛି । ଅଭିମାନ  ଛଳରେ ମୋଦି କହିଥିଲେ ଯେ, ‘ମୁଁ ଭାଟିଣ୍ଡା ବିମାନ ବନ୍ଦରକୁ ଜୀବିତ ଅବସ୍ଥାରେ ଫେରି ଆସିଛି। ତେଣୁ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ  ଧନ୍ୟବାଦ ଜଣାଇ ଦେବ।”। ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିବା ସହ ବିଜେପି ରାଷ୍ଟ୍ରିୟୀ ଅଧ୍ୟକ୍ଷ ଜେପି ନଡ୍ଡା ନିନ୍ଦା ପ୍ରକାଶ କରିଛନ୍ତି । ସେପଟେ ପ୍ରଧାମନ୍ତ୍ରୀଙ୍କ ସୁରକ୍ଷାରେ କୌଣସି ଢିଲାକରାଯାଇ ନାହିଁ ବୋଲି ପଞ୍ଜାବ ସରାକରଙ୍କ ମୁଖପାତ୍ର କହିଛନ୍ତି।  ସେ ଓଲଟି କହିଛନ୍ତି ଯେ, ମୋଦିଙ୍କ କାର୍ଯ୍ୟକ୍ରମକୁ ଲୋକଙ୍କୁ ଆକର୍ଷିତ କରିବାରେ ବିଜେପି କର୍ମୀମାନେ ଅସମର୍ଥ ହୋଇଛନ୍ତି  ତେଣୁ କାର୍ଯ୍ୟକ୍ରମ ବାତିଲ କରାଯାଇଥିବା ସେ କହିଛନ୍ତି।

Related story