ରାଷ୍ଟ୍ରପତିଙ୍କ ପରେ ଗୃହ ମନ୍ତ୍ରୀଙ୍କୁ ଭେଟିଲେ ପଶ୍ଚିମବଙ୍ଗ ରାଜ୍ୟପାଳ, ଲାଗୁ ହେବ କି ରାଷ୍ଟ୍ରପତି ଶାସନ?

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାର ମଧ୍ୟରେ ବିବାଦ ବଢ଼ି ବଢ଼ି ଚାଲିଛି। ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖେର ଏବେ ପଶ୍ଚିମବଙ୍ଗ ଗସ୍ତରେ ରହିଛନ୍ତି। ନିକଟରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ ଏବେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ରାଜ୍ୟପାଳଙ୍କ ଏହି ହାବଭାବକୁ ନେଇ ଟିଏମସି ଅସନ୍ତୋଷ ପ୍ରକାଶ କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ନେଇ କହିଛନ୍ତି ମୋ ସରକାରକୁ ଭାଙ୍ଗିଦେବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି। ଟିଏମସି ନେତା କୃଣାଳ ଘୋଷ […]

dhankhar

Subhransu Sekhar
  • Published: Thursday, 17 June 2021
  • , Updated: 17 June 2021, 08:38 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାର ମଧ୍ୟରେ ବିବାଦ ବଢ଼ି ବଢ଼ି ଚାଲିଛି। ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖେର ଏବେ ପଶ୍ଚିମବଙ୍ଗ ଗସ୍ତରେ ରହିଛନ୍ତି। ନିକଟରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ ଏବେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ରାଜ୍ୟପାଳଙ୍କ ଏହି ହାବଭାବକୁ ନେଇ ଟିଏମସି ଅସନ୍ତୋଷ ପ୍ରକାଶ କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ନେଇ କହିଛନ୍ତି ମୋ ସରକାରକୁ ଭାଙ୍ଗିଦେବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି।

ଟିଏମସି ନେତା କୃଣାଳ ଘୋଷ କହିଛନ୍ତି, ରାଜ୍ୟପାଳ ବିଜେପି ସଦସ୍ୟଙ୍କ ପରି ବ୍ୟବହାର କରୁଛନ୍ତି। ସେ ରାଜ୍ୟ ସରକାରଙ୍କୁ ହଇରାଣ କରିବାକୁ ଚାହୁଁଛନ୍ତି। ସେ ବିଜେପିର ଷଡ଼ଯନ୍ତ୍ରର ଜଣେ ଅଂଶୀଦାର ହୋଇଯାଇଛନ୍ତି। ଜନମତକୁ ସେମାନେ ଗ୍ରହଣ କରିପାରୁ ନାହାନ୍ତି। ତେଣୁ ନିର୍ବାଚନ ପରେ ବାରମ୍ୱାର ବିଜେପି ନେତା ଏବଂ ରାଜ୍ୟପାଳ ନିର୍ବାଚନୀ ପରବର୍ତ୍ତୀ ହିଂସା ବାବଦରେ ମତ ରଖୁଛନ୍ତି ବୋଲି ସେ କହିଛନ୍ତି। ଏଭଳି ସ୍ଥିତିରେ ରାଜ୍ୟପାଳ ଧାରା 355 ନହେଲେ 356 ଜରିଆରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ରାଜ୍ୟପାଳ ଅମିତ ଶାହଙ୍କୁ ଭେଟିବା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦୁଙ୍କୁ ଭେଟିଥିଲେ। ଏହି ଘେଟଘାଟ ୨ ଘଣ୍ଟାର ବୋଲି ଜଣାପଡ଼ିଛି। ହେଲେ ଏହି ବୈଠକରେ କଣ ଆଲୋଚନା ହୋଇଛି ସେ ବାବଦରେ କିଛି ସୂଚନା ମିଳିପାରି ନାହିଁ। ହେଲେ ରାଷ୍ଟ୍ରପତିଙ୍କ ପରେ ଗୃହମନ୍ତ୍ରୀଙ୍କୁ ରାଜ୍ୟପାଳ ଭେଟିବା ରାଷ୍ଟ୍ରପତି ଶାସନ ଆଡକୁ ଇଙ୍ଗିତ କରିଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଜି ଏ ନେଇ ଏକ ପ୍ରେସ କନଫରେନସ କରି କହିଛନ୍ତି, ଯେମିତି ଟ୍ୱିଟରକୁ କଣ୍ଟ୍ରୋଲ କରିନପାରି ତା ବିରୋଧରେ ଗୋଟିଏ ପରେ ଗୋଟିଏ ମକଦ୍ଦମା ରୁଜୁ କରୁଛନ୍ତି ସେହିପରି ଏବେ ତାଙ୍କ ସରକାର ଉପରେ ‘ବୁଲଡୁଜର’ ଚଳାଇବାକୁ କେନ୍ଦ୍ର ସରକାର ଚିନ୍ତା କରୁଥିବା ସେ କହିଛନ୍ତି। ନିକଟରେ ପଶ୍ଚିମବଙ୍ଗରେ ଏକ ପିଆଇଏଲ ଦାଖଲ ହୋଇଛି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପାଇଁ। ଅନ୍ୟପଟେ ରାଜ୍ୟପାଳ ଦିଲ୍ଲୀ ଯାଇ କେନ୍ଦ୍ର ନେତାଙ୍କୁ ଭେଟୁଛନ୍ତି। ତେଣୁ ସେମାନଙ୍କ ଉଦ୍ଦେଶ୍ୟ ଠିକ ନାହିଁ ବୋଲି ମମତା କହିଛନ୍ତି।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମମତା ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ ରାଜ୍ୟପାଳଙ୍କୁ ଫେରାଇ ନେବା ପାଇଁ ନିବେଦନ କରିଛନ୍ତି। ତାଙ୍କର ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ବଢ଼ୁଛି। ହେଲେ ଉଭୟ ସାମ୍ୱିଧାନିକ ପଦବୀରେ ରହିଛନ୍ତି। ତେଣୁ ରାଜ୍ୟପାଳଙ୍କୁ କେନ୍ଦ୍ର ସରକାର ଫେରାଇ ନେବା ଦରକାର ବୋଲି ମମତା ମୋଦିଙ୍କୁ ନିବେଦନ କରିଛନ୍ତି।

Related story