ସାମ୍ନାକୁ ଆସିଲା କରୋନା ଭ୍ୟାରିଏଣ୍ଟ ‘ମୁ’, ଚିନ୍ତାରେ ହୁ’

ନୂଆଦିଲ୍ଲୀ: ବହୁରୂପୀ ମହାମାରୀ କରୋନା ପୁଣିଥରେ ରୂପ ବଦଳାଇଛି। ଏବେ କରୋନାର ନୂଆ ଭ୍ୟାରିଏଣ୍ଟ ‘ମୁ’ ସାମ୍ନାକୁ ଆସିଛି। ଏହାର ବିଜ୍ଞାନ ଭିତ୍ତିକ ନାଁ ହେଉଛି B.1.621। ଏହି ନୂଆ ଭ୍ୟାରିଏଣ୍ଟ ‘ମୁ’କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଚିନ୍ତା ପ୍ରକଟ କରିଛି। କାରଣ ଏହା କରୋନା ଟିକାକୁ ମଧ୍ୟ ମାତ ଦେବାର କ୍ଷମତା ରଖିଥିବା କୁହାଯାଉଛି। ତେଣୁ ହୁ’ ପକ୍ଷରୁ ଏହା ଭ୍ୟାରିଏଣ୍ଟ ଅଫ ଇଣ୍ଟରେଷ୍ଟ ତାଲିକାରେ ରଖାଯାଇଛି। ଏହାର ଅର୍ଥ କରୋନା ଟିକାକୁ ଏହା […]

MU

Hemant Lenka
  • Published: Wednesday, 01 September 2021
  • , Updated: 01 September 2021, 05:28 PM IST

ନୂଆଦିଲ୍ଲୀ: ବହୁରୂପୀ ମହାମାରୀ କରୋନା ପୁଣିଥରେ ରୂପ ବଦଳାଇଛି। ଏବେ କରୋନାର ନୂଆ ଭ୍ୟାରିଏଣ୍ଟ ‘ମୁ’ ସାମ୍ନାକୁ ଆସିଛି। ଏହାର ବିଜ୍ଞାନ ଭିତ୍ତିକ ନାଁ ହେଉଛି B.1.621। ଏହି ନୂଆ ଭ୍ୟାରିଏଣ୍ଟ ‘ମୁ’କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଚିନ୍ତା ପ୍ରକଟ କରିଛି। କାରଣ ଏହା କରୋନା ଟିକାକୁ ମଧ୍ୟ ମାତ ଦେବାର କ୍ଷମତା ରଖିଥିବା କୁହାଯାଉଛି।

ତେଣୁ ହୁ’ ପକ୍ଷରୁ ଏହା ଭ୍ୟାରିଏଣ୍ଟ ଅଫ ଇଣ୍ଟରେଷ୍ଟ ତାଲିକାରେ ରଖାଯାଇଛି। ଏହାର ଅର୍ଥ କରୋନା ଟିକାକୁ ଏହା କେତେ ପରିମାଣର ମାତ୍‌ ଦେବାକୁ ସକ୍ଷମ ଓ ସଂକ୍ରମଣ ହାର କେମିତି ରହୁଛି, ତା’ ଉପରେ ଗବେଷଣା କରାଯାଉଛି। ହୁ’ ପକ୍ଷରୁ ଜାରି ବୁଲେଟିନରେ ମୁ’ ଭ୍ୟାରିଏଣ୍ଟ ସମ୍ପର୍କରେ ସୂଚନା ମିଳିବା ପରେ ସମସ୍ତଙ୍କ ମନରେ ଛନକା ପଶିଛି।

‘ମୁ’ ଭ୍ୟାରିଏଣ୍ଟ ସମ୍ପର୍କରେ କିଛି ତଥ୍ୟ

୧- ମୁ’ ଭ୍ୟାରିଏଣ୍ଟ ପ୍ରଥମେ ୨୦୨୧ ମସିହା ଜାନୁଆରୀ ମାସରେ କଲୋମ୍ବିଆରେ ଚିହ୍ନଟ ହୋଇଥିଲା।

୨- ହୁ’ ପକ୍ଷରୁ ଏହାକୁ ଅଗଷ୍ଟ ୩୦ ତାରିଖରେ ଭ୍ୟାରିଏଣ୍ଟ ଅଫ ଇଣ୍ଟରେଷ୍ଟ ଭାବେ ନାମିତ କରାଯାଇଛି।

୩-ଦକ୍ଷିଣ ଆଫ୍ରିକା ଓ ୟୁରୋପରେ ଏହି ଭ୍ୟାରିଏଣ୍ଟରେ ଲୋକମାନେ ସଂକ୍ରମିତ ହୋଇଛନ୍ତି।

୪- ଟିକା ଦ୍ୱାରା କିମ୍ବା କରୋନାରୁ ସୁସ୍ଥ ହେବା ପରେ ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତିକୁ ‘ମୁ’ ଭ୍ୟାରିଏଣ୍ଟ ମାତ୍ ଦେଇ ପାରୁଛି କି ନାହିଁ, ତା’ର ଗବେଷଣା ବୈଜ୍ଞାନିକମାନେ କରୁଛନ୍ତି।

୫-ହୁ’ ତା’ର ଶେଷ ରିପୋର୍ଟରେ କହିଥିଲା ଯେ ‘ମୁ’ ନିୟମିତ ଭାବେ ମ୍ୟୁଟେସନ ହେଉଛି। ତେଣୁ ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମାତ ଦେବାର ଆଶଙ୍କା ରହିଛି।

୬- ‘ମୁ’ ଭ୍ୟାରିଏଣ୍ଟର ପ୍ରଭାବ ବିଷୟରେ ନିର୍ଦ୍ଦିଷ୍ଟ ତଥ୍ୟ ହାସଲ ପାଇଁ ଅଧିକ ଗବେଷଣାର ଆବଶ୍ୟକ ରହିଥିବା ହୁ’ କହିଛି।

୭-ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ ମାତ୍ର ୦.୧% ଲୋକ ‘ମୁ’ ଭ୍ୟାରିଏଣ୍ଟରେ ଆକ୍ରାନ୍ତ ହୋଇଛନ୍ତି।

୮-ପ୍ରଥମ ଚିହ୍ନଟ ହେବା ପରେ ‘ମୁ’ ଭ୍ୟାରିଏଣ୍ଟ ଜନିତ ସଂକ୍ରମଣ ସାରା ବିଶ୍ୱରେ ହ୍ରାସ ପାଇଥିଲା। ତେବେ କଲୋମ୍ବିଆରେ ୩୯% ଓ ଇକ୍ୱିଡରରେ ୧୩% ଲୋକ ଏହି ଭ୍ୟାରିଏଣ୍ଟରେ ସଂକ୍ରମିତ ହୋଇଛନ୍ତି। ଏବେ ସେଠାରେ ପୁଣି ଏହି ଭ୍ୟାରିଏଣ୍ଟ ଦବଦବା ଦେଖାଇବା ଆରମ୍ଭ କରିଛି।

୯- କରୋନାର ୫ ଭ୍ୟାରିଏଣ୍ଟ ଭାବେ ହୁ’ ପକ୍ଷରୁ ‘ମୁ’କୁ ଭ୍ୟାରିଏଣ୍ଟ ଅଫ ଇଣ୍ଟରେଷ୍ଟ ଭାବେ ବିବେଚନା କରାଯାଇଛି। ଏହା ପୂର୍ବରୁ ଇଟା, ଲୋଟା, କାପ୍ପା ଓ ଲାମ୍ବଡା ଭାରିଏଣ୍ଟକୁ ଏପରି ମାନ୍ୟତା ମିଳିଥିଲା।

Related story