ଭୋଟ୍‌ ଦେବା ପରେ ମୋଦିଙ୍କ ବିଷୟରେ କ’ଣ କହିଲେ ବଡ଼ଭାଇ

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ଭାଇ ସୋମାଭାଇ ମୋଦି ସୋମବାର ଅହମ୍ମଦାବାଦରେ ଭୋଟ୍ ଦେଇଛନ୍ତି। ସୋମାଭାଇ ମୋଦି ଅହମ୍ମଦାବାଦର ସାବରମତି ବିଧାନସଭା କ୍ଷେତ୍ର ରାନିପ ନିଶାନ ପବ୍ଲିକ ସ୍କୁଲରେ ଭୋଟ୍ ଦେଇଛନ୍ତି। ଏହି ବୁଥ୍‌ରେ ପ୍ରଧାନମନ୍ତ୍ରୀ ମୋଦି ନିଜର ମତଦାନ କରିଛନ୍ତି। ଆଜି ସକାଳେ ନିଜ ବଡ଼ ଭାଇ ସୋମାଭାଇ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଥିଲେ। ତେବେ ଆଜି ସୋମାଭାଇ ଭୋଟ ଦେବାକୁ ଆସିଥିବା ବେଳେ ଭାବପ୍ରବଣ […]

iop1

  • Published: Monday, 05 December 2022
  • , Updated: 05 December 2022, 02:45 PM IST

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ଭାଇ ସୋମାଭାଇ ମୋଦି ସୋମବାର ଅହମ୍ମଦାବାଦରେ ଭୋଟ୍ ଦେଇଛନ୍ତି। ସୋମାଭାଇ ମୋଦି ଅହମ୍ମଦାବାଦର ସାବରମତି ବିଧାନସଭା କ୍ଷେତ୍ର ରାନିପ ନିଶାନ ପବ୍ଲିକ ସ୍କୁଲରେ ଭୋଟ୍ ଦେଇଛନ୍ତି। ଏହି ବୁଥ୍‌ରେ ପ୍ରଧାନମନ୍ତ୍ରୀ ମୋଦି ନିଜର ମତଦାନ କରିଛନ୍ତି। ଆଜି ସକାଳେ ନିଜ ବଡ଼ ଭାଇ ସୋମାଭାଇ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଥିଲେ। ତେବେ ଆଜି ସୋମାଭାଇ ଭୋଟ ଦେବାକୁ ଆସିଥିବା ବେଳେ ଭାବପ୍ରବଣ ହୋଇପଡ଼ିଥିଲେ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୋମାଭାଇ କହିଛନ୍ତି ଯେ, ମୁଁ ଆଜି ମୋ ଭାଇ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଥିଲି। କଥାବାର୍ତ୍ତା ସମୟରେ ମୁଁ କହିଥିଲି ଯେ, ତୁମେ ଦେଶ ପାଇଁ ଅନେକ କାମ କରୁଛ। ତେଣୁ କିଛିଟା ବିଶ୍ରାମ ନେବା ପାଇଁ ମୁଁ ତାଙ୍କୁ ପରାମର୍ଶ ଦେଇଛି।

ସେ କହିଛନ୍ତି ଯେ, ୨୦୧୪ମସିହାରୁ ଜାତୀୟ ସ୍ତରରେ ଯେଉଁ ପ୍ରକାର କାର୍ଯ୍ୟ କରାଯାଉଛି ତାହା ଦେଶର ଲୋକମାନେ ଅଣଦେଖା କରିପାରିବେ ନାହିଁ। ଯାହାର ପ୍ରତିଫଳନ ଗୁଜରାଟରେ ଦେଖିବାକୁ ମିଳିବା ନେଇ ସେ ଆଶା ରଖିଛନ୍ତି। ଭୋଟରଙ୍କୁ ବାର୍ତ୍ତା ଦେଇ ସେ କହିଛନ୍ତି ଯେ, ସେମାନେ ନିଜର ଭୋଟ ଦେଶର ଭଲ ପାଇଁ ବ୍ୟବହାର କରିବା ଉଚିତ୍। ସେମାନେ ଏପରି ଦଳକୁ  ଭୋଟ୍ ଦେବା ଉଚିତ ଯାହା ଦେଶର ବିକାଶ ପାଇଁ କାର୍ଯ୍ୟ କରିବ। ୨୦୧୪ରୁ ଦେଶରେ ଯେଉଁଭଳି କାର୍ଯ୍ୟ ହୋଇଛି ତାହା ଲୋକେ କେବେ ଅଣଦେଖା କରିପାରିବେ ନାହିଁ। ସେହି କାର୍ଯ୍ୟଧାରାକୁ ଆଧାର କରି ଳୋକେ ସେମାନଙ୍କର ନିର୍ଣ୍ଣୟ ନେବେ। ଏହାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ମୋଦି ନିଜର ମତଦାନ କରି ହିମାଚଳ ପ୍ରଦେଶ, ଦିଲ୍ଲୀ ଏବଂ ଗୁଜରାଟର ଲୋକଙ୍କୁ ଗଣତନ୍ତ୍ରର ଉତ୍ସବ ପାଳନ କରିଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ଗୁଜରାଟ, ହିମାଚଳ ପ୍ରଦେଶ ଏବଂ ଦିଲ୍ଲୀବାସୀ ଗଣତନ୍ତ୍ରର ପର୍ବ ପାଳନ କରିଛନ୍ତି। ମୁଁ ଦେଶର ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ନିର୍ବାଚନ ଆୟୋଗକୁ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିଥିବାରୁ ମୁଁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ଆଜି  ସକାଳେ ବେଶ ଭିଡ଼ ଜମିଥିଲା। ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପରେ ଆମେ ଅତ୍ୟନ୍ତ ଗର୍ବିତ ବୋଲି ସ୍ଥାନୀୟ  ଲୋକେ କହିଛନ୍ତି। ସେହିପରି ଅନ୍ୟମାନଙ୍କ ମଧ୍ୟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ ଭୋଟ୍ ଦେଇଛନ୍ତି । ଅହମ୍ମଦାବାଦ ବିଧାନସଭା କ୍ଷେତ୍ରର ବୁଥ ନଂ-୯୫ ଶିଲଜା ଅନୁପମ ସ୍କୁଲରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ଭୋଟ୍ ଦେଇଛନ୍ତି।

ଗୁଜରାଟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ମୋଟ୍ ୯୩ଟି ସିଟରେ ଚାଲିଛି ଭୋଟ୍‌। ୧୪ଟି ଜିଲ୍ଲାରେ ୮୩୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି। ଆସନ୍ତା ଡିସେମ୍ବର ୮ ତାରିଖରେ ଫଳାଫଳ ଆସିବ।

Related story