ଭାରତରେ କିଏ ନେଲେ ସ୍ପୁଟନିକ-ଭି ଟିକାର ପ୍ରଥମ ଡୋଜ୍‌

ହାଇଦ୍ରାବାଦ: ରୁଷ ପ୍ରସ୍ତୁତ କରୁଥିବା କରୋନା ଟିକା ସ୍ପୁଟନିକ-ଭି ଖୁବଶୀଘ୍ର ମାର୍କେଟରେ ଉପଲବ୍ଧ ହେବ। ଭାରତରେ ଏହାର ଉତ୍ପାଦନ ଦାୟିତ୍ୱ ପାଇଥିବା ହାଇଦ୍ରାବାଦର ଡା ରେଡ୍ଡୀ ଲ୍ୟାବ ସ୍ପୁଟନିକ ଭିର ଡୋଜ୍‌ ପିଛା ଦାମ ଘୋଷଣା କରିଛି। ୫% ଜିଏସ୍‌ଟିକୁ ମିଶାଇ ପ୍ରଥମ ଦଫାରେ ରୁଷର ଆସିଥିବା ସ୍ପୁଟନିକ ଭି ଟିକାର ଗୋଟିଏ ଡୋଜ୍‌ର ମୂଲ୍ୟ ପ୍ରାୟ ୯୯୫.୪୦ ଟଙ୍କା ରହିଛି। ଏଯାଏ ଭାରତରେ ଉପଲବ୍ଧ ହୋଇଥିବା ଟିକା ମଧ୍ୟରୁ ସ୍ପୁଟନିକ-ଭି ସବୁଠାରୁ ଦାମୀ। କରୋନା ବିରୋଧରେ […]

Vaccine

Hemant Lenka
  • Published: Friday, 14 May 2021
  • , Updated: 14 May 2021, 05:12 PM IST

ହାଇଦ୍ରାବାଦ: ରୁଷ ପ୍ରସ୍ତୁତ କରୁଥିବା କରୋନା ଟିକା ସ୍ପୁଟନିକ-ଭି ଖୁବଶୀଘ୍ର ମାର୍କେଟରେ ଉପଲବ୍ଧ ହେବ। ଭାରତରେ ଏହାର ଉତ୍ପାଦନ ଦାୟିତ୍ୱ ପାଇଥିବା ହାଇଦ୍ରାବାଦର ଡା ରେଡ୍ଡୀ ଲ୍ୟାବ ସ୍ପୁଟନିକ ଭିର ଡୋଜ୍‌ ପିଛା ଦାମ ଘୋଷଣା କରିଛି। ୫% ଜିଏସ୍‌ଟିକୁ ମିଶାଇ ପ୍ରଥମ ଦଫାରେ ରୁଷର ଆସିଥିବା ସ୍ପୁଟନିକ ଭି ଟିକାର ଗୋଟିଏ ଡୋଜ୍‌ର ମୂଲ୍ୟ ପ୍ରାୟ ୯୯୫.୪୦ ଟଙ୍କା ରହିଛି।

ଏଯାଏ ଭାରତରେ ଉପଲବ୍ଧ ହୋଇଥିବା ଟିକା ମଧ୍ୟରୁ ସ୍ପୁଟନିକ-ଭି ସବୁଠାରୁ ଦାମୀ। କରୋନା ବିରୋଧରେ ୯୧.୬% ଫଳପ୍ରଦ ହେଉଥିବା ସ୍ପୁଟନିକ-ଭିକୁ ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ସରକାର ଅନୁମତି ଦେଇଛନ୍ତି। ପ୍ରଥମ ଦଫାରେ ରୁଷରୁ ଏହି ଟିକା ମେ’ ୧ରେ ଭାରତରେ ପହଞ୍ଚିଥିଲା।

ଆଜି ଏହାର ଦାମ ଘୋଷଣା ହେବା ପରେ ହାଇଦ୍ରାବାଦରେ ଡା ରେଡ୍ଡୀ ପକ୍ଷରୁ ଜଣଙ୍କୁ ଟିକାର ପ୍ରଥମ ଡୋଜ୍‌ ଦିଆଯାଇଛି। ଡା ରେଡ୍ଡୀ ଲ୍ୟାବର କଷ୍ଟମ ଫାର୍ମା ସର୍ଭିସର ଗ୍ଲୋବାଲ ମୁଖ୍ୟ ଦୀପକ ସପ୍ରା ଭାରତରେ ପ୍ରଥମ ବ୍ୟକ୍ତି ଭାବେ ସ୍ପୁଟନିକ-ଭିର ଡୋଜ୍‌ ନେଇଛନ୍ତି। ବର୍ତ୍ତମାନ ସ୍ପୁଟନିକ-ଭି ବାହାରୁ ଆସିଥିବାରୁ ଏହାର ଦାମ ଅଧିକ ରହିଛି। ଭାରତରେ ଏହା ଉତ୍ପାଦନ ହେଲେ ଡୋଜ୍‌ ପିଛା ଦାମ ହ୍ରାସ ପାଇବ ବୋଲି ଡା ରେଡ୍ଡୀ ଲ୍ୟାବ କହିଛି।


ପୂର୍ବରୁ ଭାରତରେ କୋଭାକ୍ସିନ ଓ କୋଭିସିଲ୍ଡ ନାଁରେ ଦୁଇଟି ଟିକାକୁ ବ୍ୟବହାର କରାଯାଉଥିଲା। ଆର ସପ୍ତାହରୁ ସ୍ପୁଟନିକ-ଭି ମଧ୍ୟ ମାର୍କେଟରେ ମିଳିବ। ରୁଷର ଗାମେଲିୟା ଇନଷ୍ଟିଚ୍ୟୁଟ ତିଆରି କରିଥିବା ସ୍ପୁଟନିକ-ଭି ଟିକାକୁ ରୁଷ ସରକାର ଗତବର୍ଷ ଅଗଷ୍ଟରୁ ଦେଶରେ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ। ଏହି କମ୍ପାନୀ ସ୍ପୁଟନିକ ଲାଇଟ ଟିକା ମଧ୍ୟ ତିଆରି କରିଛି। ଏହାର ସିଙ୍ଗଲ ଡୋଜ୍‌ ଟିକା।

ସ୍ପୁଟନିକ-ଭିର ଡବଲ ଡୋଜ୍‌ ନେଲେ ଜଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହା କରୋନାକୁ ମାତ୍‌ ଦେବାରେ ୯୧.୬% ଫଳପ୍ରଦ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। ରୁଷ ସମେତ ବିଶ୍ୱର ଏକାଧିକ ରାଷ୍ଟ୍ରରେ ଏହାର ଜରୁରୀ କାଳୀନ ବ୍ୟବହାର କରାଯାଉଛି। ଭାରତରେ ମଧ୍ୟ ଏହାର ବ୍ୟବହାର ପାଇଁ ଅନୁମତି ମିଳିଛି।

ରୁଷ ବ୍ୟବତୀତ ଏକାଧିକ ରାଷ୍ଟ୍ର ସ୍ପୁଟନିକ ଭିର ବ୍ୟବହାର କରୁଥିଲେ ହେଁ ୟୁରୋପିଆନ ମେଡିସନ ଏଜେନ୍ସି ଏଯାଏ ଏହାର ବ୍ୟବହାର ପାଇଁ ଅନୁମତି ଦେଇନାହିଁ।

Related story