କାହିଁକି ଧନଖଡଙ୍କୁ ରାଜ୍ୟପାଳ ପଦରୁ ବିରତି ଦେବାକୁ ଚାହିଁଲା ବିଜେପି?

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିଭିନ୍ନ ସମୟରେ ଚ୍ୟାଲେଞ୍ଜ ଦେଉଥିଲେ ରାଜ୍ୟପାଳ ଜଗଦୀପ ଧନଖଡ। ହେଲେ ତାଙ୍କୁ କାହିଁକି ବିଜେପି ଉପରାଷ୍ଟ୍ରପତି ପ୍ରାର୍ଥୀ କରାଇଲା? ନା ରାଜ୍ୟପାଳଙ୍କୁ ନେଇ ମମତା ବାରମ୍ବାର ଅସନ୍ତୋଷ ଜାହିର କରିବା ପରେ କେନ୍ଦ୍ର ସରକାର ବାଧ୍ୟ ହୋଇ ଜଗଦୀପଙ୍କୁ ଏହି ପଦରୁ ବିରତି ଦେବାକୁ ପ୍ରୟସା କରିଛନ୍ତି। ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବାର ୨୪ ଘଣ୍ଟା ବିତିନାହିଁ । କିନ୍ତୁ ଏଭଳି କିଛି ପ୍ରଶ୍ନ ପଲ୍ଲୀରୁ ଦିଲ୍ଲୀ ଯାଏଁ […]

jagdeep-dhankhar

jagdeep-dhankhar

Madhupriya Mistry
  • Published: Sunday, 17 July 2022
  • Updated: 17 July 2022, 01:03 PM IST

Sports

Latest News

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିଭିନ୍ନ ସମୟରେ ଚ୍ୟାଲେଞ୍ଜ ଦେଉଥିଲେ ରାଜ୍ୟପାଳ ଜଗଦୀପ ଧନଖଡ। ହେଲେ ତାଙ୍କୁ କାହିଁକି ବିଜେପି ଉପରାଷ୍ଟ୍ରପତି ପ୍ରାର୍ଥୀ କରାଇଲା? ନା ରାଜ୍ୟପାଳଙ୍କୁ ନେଇ ମମତା ବାରମ୍ବାର ଅସନ୍ତୋଷ ଜାହିର କରିବା ପରେ କେନ୍ଦ୍ର ସରକାର ବାଧ୍ୟ ହୋଇ ଜଗଦୀପଙ୍କୁ ଏହି ପଦରୁ ବିରତି ଦେବାକୁ ପ୍ରୟସା କରିଛନ୍ତି। ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବାର ୨୪ ଘଣ୍ଟା ବିତିନାହିଁ । କିନ୍ତୁ ଏଭଳି କିଛି ପ୍ରଶ୍ନ ପଲ୍ଲୀରୁ ଦିଲ୍ଲୀ ଯାଏଁ ଚର୍ଚ୍ଚା ହେଉଛି।

ରାଜନୀତିରେ ଯେଉଁ ଓଲଟ ପାଲଟ ହୁଏ ତା'ପଛରେ ଅନେକ ସମୀକରଣ ଲୁଚି ରହିଥାଏ। ନିକଟରେ ମୁଖତାର ଆବାସ ନକଭୀ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। କାରଣ ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ଶେଷ ହୋଇଥିଲା। ତେଣୁ ଜଣେ ମୁସଲିମ ଚେହେରାକୁ ବିଜେପି ଉପରାଷ୍ଟ୍ରପତି ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ବିଜେପି ଧନଖଡଙ୍କୁ ଏହି ପଦରେ ପ୍ରାର୍ଥୀ କରି ବିରୋଧୀ ଶିବିର ଉପରେ ହମଲା କରିଥିବା ଜଣାପଡିଛି।

କାରଣ ଜଗଦୀପ ଧନଖଡଙ୍କ ନାମ ଚୂଡାନ୍ତ କରି ବିଜେପି ଚାଷୀ କାର୍ଡ ଖେଳିବାକୁ ଚେଷ୍ଟା କରିଛି। କୃଷି ଆନ୍ଦୋଳନ ପରଠାରୁ କେନ୍ଦ୍ରରେ ମୋଦି ସରକାରକୁ ନେଇ ଚାଷୀଙ୍କ ମଧ୍ୟରେ ଅନେକ ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷରେ ଧନଖଡ ଏକ କୃଷକ ପରିବାରରୁ ଆସିଛନ୍ତି। ସେଥିପାଇଁ ଧନଖଡଙ୍କୁ ଉପ-ରାଷ୍ଟ୍ରପତି ଭଳି ସମ୍ମାନଜନକ ପଦବୀ ଦେଇ ବିଜେପି ଚାଷୀଙ୍କ ଅସନ୍ତୋଷ ହ୍ରାସ କରିବାକୁ ଚାହୁଁଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।

୨୦୨୩ରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବ। ଏବେ ସେଠାରେ କଂଗ୍ରେସ କ୍ଷମତାରେ ଅଛି। ଅଶୋକ ଗେହଲୋଟ୍ ହେଉଛନ୍ତି ମୁଖ୍ୟମନ୍ତ୍ରୀ। ସେଠାରେ ସଚିନ୍ ପାଇଲଟ୍ ଏବଂ ଗେହଲୋଟ୍ କ୍ୟାମ୍ପ ମଧ୍ୟରେ ବିବାଦ ଚାଲିଛି। ରାଜସ୍ଥାନରେ ବିରୋଧୀ ଆସନରେ ବସିଥିବା ବିଜେପି ଏହାର ଫାଇଦା ନେବାକୁ ଚାହୁଁଛି। କେବଳ ରାଜସ୍ଥାନ ନୁହେଁ ହରିୟାଣା ଉପରେ ମଧ୍ୟ ନଜର ପକାଇଛି ବିଜେପି।

ରାଜସ୍ଥାନର ନେତା ହେଉଛନ୍ତି ଜଗଦୀପ। ଚାଷୀ ପରିବାରରୁ ଆସି ସେ ନେତା ହୋଇଛନ୍ତି। ଏଥିସହ ସେ ଜଣେ ଜାଠ୍ ନେତା। ବିଜେପିରେ ଯୋଗଦେବା ପୂର୍ବରୁ ସେ ସୁପ୍ରିମକୋର୍ଟରେ ଜଣେ ନାମକରା ଓକିଲ ମଧ୍ୟ ଥିଲେ। ହରିୟାଣାରେ ଅନେକ ଜାଠ୍ ନେତା ରହିଛନ୍ତି। ଆଉ ଜାଠ୍ ନେତାଙ୍କ ମଧ୍ୟରେ ଅସ୍ମିତାର ଭାବ ରହିଛି। ତେଣୁ ଜାଠ୍, ଚାଷୀ ଏବଂ ରାଜସ୍ଥାନ କାର୍ଡ ଖେଳି ବିଜେପି ଗୋଟିଏ ବଡ଼ ଭୋଟ୍ ବ୍ୟାଙ୍କ ହାତେଇବା ଯୋଜନା କରିଥିବା କୁହାଯାଉଛି।

ଅନ୍ୟପଟେ ସଂସଦରେ ବିଜେପିର ସାଂସଦଙ୍କ ସଂଖ୍ୟା ବହୁତ ଅଧିକ ରହିଛି। ତେଣୁ ଉପରାଷ୍ଟ୍ରପତି ଆସନରେ ଧନଖଡ ବସିବା ଏକ ପ୍ରକାର ସୁନିଶ୍ଚିତ। ଯଦି ଏପରି ହୁଏ ତା'ହେଲେ ରାଜସ୍ଥାନ ପାଇବ ଦ୍ୱିତୀୟ ଉପରାଷ୍ଟ୍ରପତି। ପୂର୍ବରୁ ଭୈରବ ସିଂହ ଶେଖୱାତ ମଧ୍ୟ ଉପରାଷ୍ଟ୍ରପତି ହୋଇଥିଲେ। ସେ ରାଜସ୍ଥାନର ଅଟନ୍ତି।

ସେହିପରି ଧନଖଡଙ୍କୁ ପ୍ରାର୍ଥୀ କରି ପଶ୍ଚିମବଙ୍ଗର ଶାସକ ଦଳ ଟିଏମସିକୁ ଗୋଟିଏ ବଡ ଚ୍ୟାଲେଞ୍ଜ ଦେଇଛି ବିଜେପି। ଟିଏମସି ଏବେ ଧନଖଡ଼ଙ୍କୁ ସମର୍ଥନ କରିବ କି ନାହିଁ ତା' ଉପରେ ସମସ୍ତଙ୍କ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story