କାହିଁକି ସାନଭାଇର ଶବକୁ କୋଢ଼ରେ ଧରି ବସିଛି ଗୁଲସନ?  ମଧ୍ୟପ୍ରଦେଶରେ ଦାନମାଝି ଚିତ୍ର

ଭୋପାଳ: ଆଖିରୁ ବୋହି ଯାଉଥିଲା ଠପ୍‌ ଠପ୍‌ ଲୁହ। କୋଢ଼ରେ ଥିଲା ସାନ ଭାଇର ଶବ। ଆଉ ଶବ ଉପରେ ଘୋଡ଼ାଯାଇଥିଲା ଏକ ଧଳା କପଡ଼ା। ହେଲେ ମୃତ ଦେହର ଭାର ଉଠାଇବାକୁ ତାର ବୟସ ହୋଇ ନଥିଲେ ମଧ୍ୟ ଉପାୟ କିଛି ନଥିଲା। ଯେତେ ହେଲେବି ନିଜ ରକ୍ତର ଭାଇ। ତାକୁ ଛାଡ଼ି ଦେବ କେମିତି ?  ଜଣେ ୮ ବର୍ଷର ଛୁଆ ନିଜ ସାନ ଭାଈର ମୃତ ଦେହ ଧରି ରାସ୍ତା କଡ଼ରେ ବସିରହିବା […]

pqqq

Tapas Behera
  • Published: Sunday, 10 July 2022
  • , Updated: 11 July 2022, 10:04 AM IST

ଭୋପାଳ: ଆଖିରୁ ବୋହି ଯାଉଥିଲା ଠପ୍‌ ଠପ୍‌ ଲୁହ। କୋଢ଼ରେ ଥିଲା ସାନ ଭାଇର ଶବ। ଆଉ ଶବ ଉପରେ ଘୋଡ଼ାଯାଇଥିଲା ଏକ ଧଳା କପଡ଼ା। ହେଲେ ମୃତ ଦେହର ଭାର ଉଠାଇବାକୁ ତାର ବୟସ ହୋଇ ନଥିଲେ ମଧ୍ୟ ଉପାୟ କିଛି ନଥିଲା। ଯେତେ ହେଲେବି ନିଜ ରକ୍ତର ଭାଇ। ତାକୁ ଛାଡ଼ି ଦେବ କେମିତି ?  ଜଣେ ୮ ବର୍ଷର ଛୁଆ ନିଜ ସାନ ଭାଈର ମୃତ ଦେହ ଧରି ରାସ୍ତା କଡ଼ରେ ବସିରହିବା ବେଶ ଆଲୋଡ଼ନ ସୃଷ୍ଟି କରିଛି। ମଧ୍ୟପ୍ରେଦେଶର ମୋରାନା ଟାଉନ୍‌ରୁ ଏମିତି ଏକ ଦାରୁଣ ଚିତ୍ର ଆସିଛି। ଏକ ରୋଗରେ ପୀଡ଼ିତ ହୋଇ ଏଠିକାର ସରକାରୀ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ପରେ ଶବ ନେବାକୁ ଆମ୍ବୂଲାନ୍ସ ଦେବାକୁ ମନା କରିଦେବା ପରେ ଏମିତି ଘଟଣା ଘଟିଛି। ହସପିଟାଲରୁ ନିରାଶ ହୋଇ ଫେରିବା ପରେ ବାପା ଆମ୍ବୁଲାନ୍ସ ପାଇଁ ଯୋଗାଡ଼ କରୁଥିବା ବେଳେ କୁନି ବଡ଼ ଭାଇ ଜଣକ ସାନଭାଇର ମୃତ ଦେହକୁ ଧରି ବସିଥିଲା। ଯାହା ଦେଖଣାହାରୀଙ୍କୁ ଖୁବ୍‌ ମର୍ମାହତ କରଥିଲା।  ସୂଚନା ଅନୁଯାୟୀ ମଧ୍ୟପ୍ରଦେଶର ଆମବାହର ବଦଫ୍ରା ଗ୍ରାମର ପୋଜାରାମ ଜଟାଭଙ୍କ ୨ ବର୍ଷର ସାନ ପୁଅ ରାଜା  ଆନେମିଆ ରୋଗରେ ପୀଡ଼ିତ ହୋଇଥିଲେ।

ଚିକିତ୍ସା ପାଇଁ ପୁଅକୁ ସେ ମୋରେନା ଜିଲ୍ଲା ହସପିଟାଲକୁ ଆଣିଥିଲେ। ସାଙ୍ଗରେ ତାଙ୍କର ଆଉ ଜଣେ ପୁଅ ଗୁଲସନନ୍ ଆସିଥିଲେ। ଗୁଲସନଙ୍କୁ ୮ ବର୍ଷ।  ଭୋପାଳଠାରୁ ୪୫୦ କିମି ଦୂରରେ ଏହି ହସପିଟାଲ ଅବସ୍ଥିତ। ତେବେ ଉକ୍ତ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ରାଜାର ମୃତ୍ୟୁ ଘଟିଥିଲା। ପୋଜାରାମ ଗରିବ ଶ୍ରେଣୀର ହୋଇଥିବା ବେଳେ ପୁଅର ମୃତ ଦେହକୁ  ଆମ୍ବୁଲାନ୍ସ  ଯୋଗେଇ ଦେବାକୁ ହସପିଟାଲ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ। ହେଲେ ସେଠାରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ପରେ ସାନ ପୁଅର ଶବକୁ ଧରି ସେମାନେ ହସପିଟାଲ ବାହାରକୁ ପଲାଇ ଆସିଥିଲେ।  ହସପିଟାଲ ବାହାରେ ଆସି ରାଜାର ଶବକୁ କୁଢ଼ରେ ବଡ଼ଭାଇ ଗୁଲସନ୍‌ ଧରି ବସିଥିଲେ। ଏହି ସୟମରେ ରାଜାର ବାପା ବାହାରେ ଆମ୍ବୁଲାନ୍ସ ଯୋଗାଡ଼ କରିବାକୁ ଯାଇଥିଲେ। କିନ୍ତୁ ବାହାର ଆମ୍ବୁଲାନ୍ସ  ଅଧିକ ଭଡ଼ା କହିଥିଲେ। ପୋଜାରାମଙ୍କ ଘର ୩୦ କିମିକୁ ୧୫୦୦ ଟଙ୍କା ଭଡ଼ା କହିଥିଲେ।  ହେଲେ ଏତେ ଟଙ୍କା ଦେବାକୁ ପୋଜାରାମ ଅସମର୍ଥ ଥିଲେ। ଏହି ସମୟରେ ଜଣେ ୮ ବର୍ଷର ପିଲା ହାତରେ ଶବ ରହିବା ସ୍ଥାନୀୟ ଲୋକଙ୍କ ନଜରରେ  ଆସିଥିଲା।

ପରେ ପୁଲିସକୁ ଖବର ଦିଆଯିବାରୁ ଆସି ପହଞ୍ଚିଥିଲା। ପୁଲିସ ଶବକୁ ନେଇ ମୋରେନା ଜିଲ୍ଲା ହସପିଟାଲକୁ ଆଣିଥିଲା । ପୁଲିସର ହସ୍ତକ୍ଷେପ ପରେ ଶବ ନେବା ପାଇଁ ହସପିଟାଲ ପକ୍ଷରୁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା। ଆଉ ପୁଅର ଶବକୁ ନେଇ ବାପା ପୋଜାରାମ ଘରକୁ ଫେରିଥିଲେ। ଏହି ଦୃଶ୍ୟ କଳାହାଣ୍ଡିର ଦାନମାଝୀ ଘଟଣା ସହ କିଞ୍ଚିତ ସାମଞ୍ଜସ୍ୟ ଥିବା ମନେ ହେଉଛି। ଯେଉଁଠି ମୃତ ସ୍ତ୍ରୀର ଶବକୁ ନେବାକୁ ମେଡିକାଲ ପକ୍ଷରୁ ଆମ୍ବୁଲାନ୍ସ ନମିଳିବା ପରେ ଦାନମାଝି କାନ୍ଧରେ ବୋହି ୬୦ କିମି ଘରକୁ ଚାଲି ଚାଲି ଫେରିଥିଲେ। ସାଙ୍ଗରେ ତାଙ୍କର ଜଣେ ଝିଅ ଥିଲା। ଏହି ଦୃଶ୍ୟ ସେତେବେଳେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

Related story