ସ୍ୱାମୀ ପାଠପଢ଼ିବାକୁ ଯାଇଥିବା ବେଳେ ବୋହୂଙ୍କୁ ଦୁଷ୍କର୍ମ କଲେ ଶ୍ୱଶୁର!

ଗୁନା: ଶ୍ୱଶୂରଙ୍କୁ ବାପା କୁହାଯାଏ। ହେଲେ ସେହି ଶ୍ୱଶୁରଙ୍କ ବିରୋଧରେ ବୋହୂ ଆଣିଛନ୍ତି ଦୁଷ୍କର୍ମ ଭଳି ସାଂଘାତିକ ଅଭିଯୋଗ। ସ୍ୱାମୀ ସ୍କୁଲକୁ ପାଠପଢ଼ିବାକୁ ଯାଇଥିବା ବେଳେ ଶ୍ୱଶୁର ତାଙ୍କୁ ଏକାକୀ ପାଇ ଦୁଷ୍କର୍ମ କରିଥିବା ବୋହୂ କହିଛନ୍ତି। ମଧ୍ୟପ୍ରଦେଶର ଗୁନା ଜିଲ୍ଲାର ପୁଲିସ୍ ଅଭିଯୋଗ ପାଇବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗୁରୁବାର ଦିନ ମହିଳା ଜଣଙ୍କ ମ୍ୟାନା ପୁଲିସ୍‌ ଷ୍ଟେସନରେ ପହଞ୍ଚି ସବୁ କଥା କହିଥିଲେ। ସ୍ୱାମୀ ସ୍କୁଲକୁ ଯାଇଥିବା ବେଳେ […]

Stoprape

Hemant Lenka
  • Published: Friday, 26 November 2021
  • , Updated: 26 November 2021, 05:26 PM IST

ଗୁନା: ଶ୍ୱଶୂରଙ୍କୁ ବାପା କୁହାଯାଏ। ହେଲେ ସେହି ଶ୍ୱଶୁରଙ୍କ ବିରୋଧରେ ବୋହୂ ଆଣିଛନ୍ତି ଦୁଷ୍କର୍ମ ଭଳି ସାଂଘାତିକ ଅଭିଯୋଗ। ସ୍ୱାମୀ ସ୍କୁଲକୁ ପାଠପଢ଼ିବାକୁ ଯାଇଥିବା ବେଳେ ଶ୍ୱଶୁର ତାଙ୍କୁ ଏକାକୀ ପାଇ ଦୁଷ୍କର୍ମ କରିଥିବା ବୋହୂ କହିଛନ୍ତି। ମଧ୍ୟପ୍ରଦେଶର ଗୁନା ଜିଲ୍ଲାର ପୁଲିସ୍ ଅଭିଯୋଗ ପାଇବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଗୁରୁବାର ଦିନ ମହିଳା ଜଣଙ୍କ ମ୍ୟାନା ପୁଲିସ୍‌ ଷ୍ଟେସନରେ ପହଞ୍ଚି ସବୁ କଥା କହିଥିଲେ। ସ୍ୱାମୀ ସ୍କୁଲକୁ ଯାଇଥିବା ବେଳେ ଶ୍ୱଶୁର ତାଙ୍କୁ ଦୁଷ୍କର୍ମ କରିଥିଲେ। ଏବେ ତାଙ୍କୁ ହତ୍ୟା ଧମକ ମିଳୁଥିବାରୁ ସେ ଶ୍ୱଶୁରଙ୍କ ବିରୋଧରେ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିବା ମହିଳା ଜଣଙ୍କ କହିଛନ୍ତି।

ମହିଳାଙ୍କ ବୟସ ୨୧ ବର୍ଷ ହୋଇଥିବା ବେଳେ ତାଙ୍କ ଘର ରାଜସ୍ଥାନରେ। ସେ ମଧ୍ୟପ୍ରଦେଶର ଗୁନାରେ ରହୁଥିବା ଜଣେ ୨୨ ବର୍ଷୀୟ ଯୁବକଙ୍କୁ ବିବାହ କରିଥିଲେ। ଯୁବକଙ୍କୁ ୨୨ ବର୍ଷ ବୟସ ହୋଇଥିଲେ ମଧ୍ୟ ସେ  ଦ୍ୱାଦଶ ଶ୍ରେଣୀରେ ପାଠ ପଢ଼ିବାକୁ ନିକଟରେ ନାଁ ଲେଖାଇଛନ୍ତି।

ତେଣୁ ସେ ବାହାଘରେ ମଧ୍ୟ ସ୍କୁଲ ଯାଉଥିଲେ। ଏହାର ସୁଯୋଗ ନେଇ ତାଙ୍କ ବାପା ହିଁ ପତ୍ନୀଙ୍କ ସହ ଏପରି କାଣ୍ଡ ଘଟାଇଛନ୍ତି। ଏକଥା ଜାଣିବା ପରେ ମ୍ୟାନ ପୁଲିସ୍‌ ଷ୍ଟେସନକୁ ଯୁବକ ଜଣଙ୍କ ତାଙ୍କ ପତ୍ନୀଙ୍କ ସହ ଆସି ବାପାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି।

ପୁଲିସ୍‌ର ସୂଚନା ଅନୁଯାୟୀ, ଗୁନା ଟାଉନରେ ଥିବା ଗୋଟିଏ ସ୍କୁଲରେ ଯୁବକ ଜଣଙ୍କ ଦ୍ୱାଦଶ ଶ୍ରେଣୀରେ ନାଁ ଲେଖାଇଛନ୍ତି। କ୍ଲାସ କରିବାକୁ ସେ ସବୁ ଦିନ ଗାଁରୁ ଗୁନା ସହରକୁ ଆସନ୍ତି। ଏହାର ସୁଯୋଗ ନେଇ ତାଙ୍କ ବାପା ଘରେ ଏକାକୀ ଥିବା ବୋହୂଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ମହିଳାଙ୍କୁ ତାଙ୍କ ଶ୍ୱଶୁର ବିଭିନ୍ନ ପ୍ରକାରର ବେଆଇନ ଅସ୍ତ୍ରଶସ୍ତ୍ର ଦେଖାଇ ଜୀବନରୁ ମାରି ଦେବାକୁ ଧମକ ଦେଉଥିବା ମଧ୍ୟ ଅଭିଯୋଗ ଆସିଛି। କେବଳ ନିଜ ବୋହୂଙ୍କୁ ନୁହେଁ, ବ୍ୟକ୍ତି ଜଣଙ୍କ ପରିବାରର ଅନ୍ୟ ମହିଳାମାନଙ୍କୁ ମଧ୍ୟ ଦୁଷ୍କର୍ମ କରିବା ସହ ସେମାନଙ୍କୁ ହତ୍ୟାର ଧମକ ଦେଇ ଚୁପ ରଖୁଥିବା ମହିଳା ଜଣଙ୍କ କହିଛନ୍ତି।

ତେବେ ଅଭିଯୁକ୍ତ ଜଣଙ୍କ ଓଲଟା ଅଭିଯୋଗ ଆଣିଛନ୍ତି। ପରିବାର ସହ ଜମି ବିବାଦ ଚାଲିଥିବାରୁ ତାଙ୍କୁ ଫସାଇବା ପାଇଁ ଏପରି ଅଭିଯୋଗ କରାଯାଇଛି। ପୁଲିସ୍ ପ୍ରାଥମିକ ତଦନ୍ତ କରି ଦୁଷ୍କର୍ମ ମାମଲା ରୁଜୁ କରିଛି। ହେଲେ ଘଟଣାରେ କାହାକୁ ବି ଗିରଫ କରିନି। ଏବେ ଏହାର ଅଧିକ ତଦନ୍ତ କରାଯାଉଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

Related story