ମା’ ନା ଡାହାଣୀ? ନିଜ ପିଲାଙ୍କୁ ନିର୍ଯାତନା ଦେଇ ସ୍ୱାମୀ ପାଖକୁ ପଠାଉଥିଲା ଭିଡିଓ

ବିଶାଖାପାଟଣା(ଯଶୋବନ୍ତ ନାରାୟଣ ପାଢ଼ୀ): ମା’ ଶବ୍ଦ ହିଁ ଦୁନିଆରେ ଶ୍ରେଷ୍ଠ। ଗୋଟିଏ ମା’ ସବୁବେଳେ ନିଜ ପିଲାମାନଙ୍କ ଭଲ ଚାହେଁ। ସେମାନଙ୍କୁ ସବୁ ବିପଦରୁ ରକ୍ଷା କରେ। ନିଜ ପଣତକାନିରେ ମା’ ସବୁବେଳେ ନିଜ ପିଲାମାନଙ୍କୁ ଘୋରାଇ ରଖିଥାଏ। କିନ୍ତୁ ଏଠାରେ ଆଜି ଆମେ ମା’ ନାଁରେ ନିଜ ଛୁଆଙ୍କ ପ୍ରତି ଡାହାଣୀ ସାଜିଥିବା ଜଣେ ମହିଳାଙ୍କ ବିଷୟରେ କହିବୁ। ସ୍ୱାମୀଙ୍କ ଉପରେ ଥିବା ରାଗ ଶୁଝାଇବାକୁ ମହିଳା ଜଣଙ୍କ ନିଜ ଛୋଟ ଛୋଟ ପିଲାମାନଙ୍କୁ ନାନା […]

arrest

Hemant Lenka
  • Published: Monday, 30 August 2021
  • , Updated: 30 August 2021, 04:52 PM IST

ବିଶାଖାପାଟଣା(ଯଶୋବନ୍ତ ନାରାୟଣ ପାଢ଼ୀ): ମା’ ଶବ୍ଦ ହିଁ ଦୁନିଆରେ ଶ୍ରେଷ୍ଠ। ଗୋଟିଏ ମା’ ସବୁବେଳେ ନିଜ ପିଲାମାନଙ୍କ ଭଲ ଚାହେଁ। ସେମାନଙ୍କୁ ସବୁ ବିପଦରୁ ରକ୍ଷା କରେ। ନିଜ ପଣତକାନିରେ ମା’ ସବୁବେଳେ ନିଜ ପିଲାମାନଙ୍କୁ ଘୋରାଇ ରଖିଥାଏ। କିନ୍ତୁ ଏଠାରେ ଆଜି ଆମେ ମା’ ନାଁରେ ନିଜ ଛୁଆଙ୍କ ପ୍ରତି ଡାହାଣୀ ସାଜିଥିବା ଜଣେ ମହିଳାଙ୍କ ବିଷୟରେ କହିବୁ।

ସ୍ୱାମୀଙ୍କ ଉପରେ ଥିବା ରାଗ ଶୁଝାଇବାକୁ ମହିଳା ଜଣଙ୍କ ନିଜ ଛୋଟ ଛୋଟ ପିଲାମାନଙ୍କୁ ନାନା ପ୍ରକାରର ନିର୍ଯାତନା ଦେଉଥିଲା। ଏପରି କି ଏହାର ଭିଡିଓ ମଧ୍ୟ ରେକର୍ଡ କରି ସ୍ୱାମୀଙ୍କ ପାଖକୁ ପଠାଉଥିଲା। ତେବେ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ମା’ ରୂପୀ ଡାହାଣୀକୁ ଗିରଫ କରାଯାଇଛି।

ଏପରି ଏକ କଳଙ୍କିତ ଘଟଣା ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଆଲୋଡ଼ନ ସୃଷ୍ଟି କରିଛି। ଆନ୍ଧ୍ରର ଚିତୁର ଜିଲ୍ଲା ରାମପଲ୍ଲୀ ଗାଁର ତୁଳସୀ  ୫ ବର୍ଷ ତଳେ ତାମିଲନାଡୁର ଭିଲିପୁରମ୍ ଜିଲ୍ଳାର ମେଟୁର ଗାଁର ଭାଡିଭେଲାନଙ୍କୁ ବିବାହ କରିଥିଲେ। ଦାମ୍ପତ୍ୟ ଜୀବନ ଠିକଠାକ ଚାଲିଥିବା ବେଳେ ଉଭୟଙ୍କର ଗୋକୁଳ (୪) ଓ ପ୍ରଦୀପ (୨) ଦୁଇଟି ପୁଅ ରହିଛନ୍ତି।

ସେମାନଙ୍କ ସଂସାର ହସଖୁସିରେ ଚାଲୁଥିଲା। କିନ୍ତୁ ଗତ କିଛି ମାସ ହେଲା ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିଲା ଝଡ଼। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହିଥିବା ଝଗଡ଼ା ଶେଷରେ ବିସ୍ଫୋରକ ରୂପ ନେଇଥିଲା। ସ୍ୱାମୀଙ୍କ ଉପରେ କ୍ଷୁବ୍ଧ ହୋଇ ତୁଳସୀ ନିଜ ପିଲାଙ୍କୁ ସାଙ୍ଗରେ ଧରି ଚିତୁର୍ ଜିଲାର ରାମପଲ୍ଲୀକୁ ଚାଲି ଆସିଥିଲେ।

ପୂର୍ବଭଳି ଭାଡିଭେଲାନ ତାମିଲନାଡୁରେ ରହିଥିଲେ। କିନ୍ତୁ ତୁଳସୀ ସ୍ୱାମୀଙ୍କ ଉପରେ ରାଗ ଶୁଝାଇବା ପାଇଁ ନିଜ ଛୁଆଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ପ୍ରତିଦିନ ବିଭିନ୍ନ ପ୍ରକାରର ନିର୍ଯାତନା ଦେଇ ସେ ଏହାର ଭିଡିଓ ଶୁଟିଂ କରୁଥିଲେ। ଏହାପରେ ଏଗୁଡ଼ିକୁ ଭାଡିଭେଲାନଙ୍କୁ ପଠାଉଥିଲେ।

ପିଲାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଦେଖି ଭାଡିଭେଲାନ ବିଚଳିତ ହେବା ସହ ତାମିଲନାଡୁ ପୁଲିସ୍‌ରେ ଅଭିଯୋଗ କରିଥିଲେ। କିନ୍ତୁ ତୁଳସୀ ଆନ୍ଧ୍ରରେ ଥିବାରୁ ତାମିଲନାଡୁ ପୁଲିସ୍‌ କିଛି କରିପାରି ନଥିଲା। ଦିନକୁ ଦିନ ପିଲାଙ୍କ ଉପରେ ନିର୍ଯାତନା ବଢ଼ିବାରୁ ଭାଡିଭେଲାନ ସୋଶାଲ ମିଡିଆର ସହାୟତା ନେଇଥିଲେ।

ସେ ଉକ୍ତ ଭିଡିଓକୁ ସୋଶାଲ ମିଡିଆରେ ପୋଷ୍ଟ କରି ତାମିଲନାଡୁବାସୀଙ୍କୁ ସହାୟତା ପାଇଁ ହାତ ଯୋଡ଼ି ନିବେଦନ କରିଥିଲେ। ଭିଡିଓ ଭାଇରାଲ ହୋଇ ଶେଷରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟ।ଲିନଙ୍କ ପାଖରେ ପହଞ୍ଚିଥିଲା। ସେ ଏହାକୁ ଗୁରୁତ୍ୱର ସହ ନେଇ ପୁଲିସକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ତାମିଲନାଡୁ ପୁଲିସ୍‌ ଆନ୍ଧ୍ର ପ୍ରଶାସନ ସହ ଯୋଗାଯୋଗ କରି ଅଭିଯୁକ୍ତ ମା’କୁ ଗିରଫ କରିଥିଲା। ଏଥିସହ ନିର୍ଯାତନାର ଶିକାର ହୋଇଥିବା ୨ ପିଲାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି। ଏବେ ଦୁଇ ଜଣ ଯାକ ପିଲା ଚେନ୍ନାଇର ଗୋଟିଏ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାମିଲନାଡୁ ସରକାର ଉଭୟ ପିଲାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିଛନ୍ତି।

Related story