ଟ୍ରୋଲ ପରେ ଶଶୀ ଥରୁରଙ୍କ ସହ ଫଟୋକୁ ଡିଲିଟ୍ କଲେ ମହିଳା

ନୂଆଦିଲ୍ଲୀ : ହରଡ଼ଘଣାରେ କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର୍‌। ଜଣେ ମହିଳାଙ୍କ ସହ ଫଟୋକୁ ନେଇ   ଅଡ଼ୁଆରେ ଫସିଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶୀ ତରୁର୍‌। କିଛିଦିନ ତଳେ ଟାଟା ସାହିତ୍ୟ ଉତ୍ସବରେ ଥରୁର୍‌ ଯୋଗ ଦେଇଥିବା ବେଳେ ଜଣେ ମହିଳା ତାଙ୍କ ସହ ଫଟୋ ଉଠାଇଥିଲେ। ସେହି ଫଟୋକୁ ମହିଳାଜଣକ ସୋଶାଲ ମିଡିଆରେ ଟ୍ୱିଟ୍‌ କରିଛନ୍ତି। ଏହାକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ହେବା ସହ ତାଙ୍କ ସଂପର୍କକୁ ନେଇ ବିଭିନ୍ନ ପ୍ରକାର ଟିପ୍ପଣୀ […]

sashi-tharoor

sashi-tharoor

Tapas Behera
  • Published: Thursday, 17 November 2022
  • Updated: 17 November 2022, 07:48 AM IST

Sports

Latest News

ନୂଆଦିଲ୍ଲୀ : ହରଡ଼ଘଣାରେ କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର୍‌। ଜଣେ ମହିଳାଙ୍କ ସହ ଫଟୋକୁ ନେଇ   ଅଡ଼ୁଆରେ ଫସିଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶୀ ତରୁର୍‌। କିଛିଦିନ ତଳେ ଟାଟା ସାହିତ୍ୟ ଉତ୍ସବରେ ଥରୁର୍‌ ଯୋଗ ଦେଇଥିବା ବେଳେ ଜଣେ ମହିଳା ତାଙ୍କ ସହ ଫଟୋ ଉଠାଇଥିଲେ। ସେହି ଫଟୋକୁ ମହିଳାଜଣକ ସୋଶାଲ ମିଡିଆରେ ଟ୍ୱିଟ୍‌ କରିଛନ୍ତି। ଏହାକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ହେବା ସହ ତାଙ୍କ ସଂପର୍କକୁ ନେଇ ବିଭିନ୍ନ ପ୍ରକାର ଟିପ୍ପଣୀ ଦିଆଯାଉଛି। ଏହା ପରେ   ସଂପୃକ୍ତ ମହିଳା ଟ୍ୱିଟର୍‌ରୁ ସେହି ଫଟୋକୁ ହଟାଇ ଦେଇଥିଲେ।

ଏ ସଂପର୍କରେ ମତ ଦେଇ ‌ଥରୁରୁ  କହିଥିଲେ କିଛି ନ ବୁଝି କେତେକ ବ୍ୟକ୍ତି ତାଙ୍କ ସହ ସଂପୃକ୍ତ ମହିଳାଙ୍କ ସଂପର୍କକୁ ନେଇ ଅରୁଚିକର ମନ୍ତବ୍ୟ ଦେଇଛନ୍ତି। ଏପରି ମନ୍ତବ୍ୟ ଜଣଙ୍କ ଜୀବନ ଉପରେ କୁପ୍ରଭାବ ପକାଏ ତାହା ସମସ୍ତେ ବୁଝିବା ଆବଶ୍ୟକ। ସେହିପରି ସଂପୃକ୍ତ ମହିଳା ଜଣକ ନିଜ ପ୍ରତିକ୍ରିୟାରେ ଦର୍ଶାଇଥିଲେ କେତେକ ବ୍ୟକ୍ତି ତାଙ୍କର ଓ ତରୁର୍‌ଙ୍କ ଫଟୋ ଉପରେ ଅଶୋଭନୀୟ ମନ୍ତବ୍ୟ ଦେଇଛନ୍ତି।

ଲୋକଙ୍କୁ ବିଭ୍ରାନ୍ତ କରିବା ସହ ରାଜନୈତିକ ସ୍ୱାର୍ଥ ହାସଲ କରିବାକୁ ସେମାନେ ଏପରି କରିଛନ୍ତି। ଥରୁର୍‌ ଜଣେ ପ୍ରତିଷ୍ଠିତ ଲେଖକ। ତେଣୁ ତାଙ୍କ ସହ ଅନ୍ୟ କେତେକ ବ୍ୟକ୍ତି ଫଟୋ ଉଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos