ସ୍ୱାମୀ ନିଶାରେ ଥିଲେ, ସ୍ତ୍ରୀକୁ ଟେକି ନେଇ ଗଣଦୁଷ୍କର୍ମ

ଜୟପୁର: ରେଲୱେଟ୍ରାକ ନିକଟରେ ଗଣଦୁଷ୍କର୍ମ। ଜଣେ ୩୫ ବର୍ଷୀୟ ଯୁବତୀଙ୍କ ପ୍ରତି ହୋଇଛି ପାଶବିକ ଅତ୍ୟାଚାର। ରାଜସ୍ଥାନର ଜୟପୁରୁରୁ ଆସିଛି ଏମିତି ଅଭିଯୋଗ। ବୁଧବାର ରାତି ୧୦ଟାରୁ ୧୨ଟା ମଧ୍ୟରେ ଏହି ଅଭାବନୀୟ ଘଟଣା ଘଟିଛି। ସମ୍ପୃକ୍ତ ଯୁବତୀଙ୍କୁ ୫ ଜଣ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।  ଜୟପୁର ଡିସିପି କ୍ରିଷ୍ଣା ସିଂହଙ୍କ ନେତୃତ୍ୱରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ  ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଗଠନ କରାଯାଇଛି। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ସେ ଏବଂ ତାଙ୍କ ସ୍ୱାମୀ ଜୟପୁର ରେଲୱେ ଜଂସନ ନିକଟରେ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ଦୁହେଁ  ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ଥିଲା। ସେଠାରୁ ସେମାନେ ତ୍ରିପୁରା ଯାତ୍ରା କରିଥାନ୍ତେ। ଏହି ସମୟରେ ତାଙ୍କ ସ୍ୱାମୀ ନିଶାରେ ଥିଲେ। ଭୋକ ଲାଗିବାରୁ ମହିଳା ଜଣକ ନିକଟସ୍ଥ ରେଷ୍ଟୁରାଣ୍ଟକୁ ଡିନର ଆଣିବା ପାଇଁ ଯାଇଥିଲେ।

ଖାଦ୍ୟ ନେଇ ବାଟରେ ଆସୁଥିବା ବେଳେ ୫ ଜଣ ଆସି ତାଙ୍କୁ ନିକସ୍ଥ ରେଲୱେ ଜଂସନରେ ଛାଡ଼ିଦେବା ପାଇଁ କହିଥିଲେ। ହେଲେ ମହିଳା ଜଣକ ଏହି ପ୍ରସ୍ତାବରେ ରାଜି ହୋଇ ନଥିଲେ। ଏହି ସମୟରେ ଜଣେ ଅଭିଯୁକ୍ତ ମହିଳା ଜଣକଙ୍କୁ ଟେକିନେଇ ରେଲୱେ ଟ୍ରାକ ପାଖରେ ଫିଙ୍ଗି ଦେଇଥିଲେ। ଏହା ପରେ ୩ ଜଣ ଅଭିଯୁକ୍ତ ବଳପୂର୍ବ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ପ୍ରାୟ ୨ଘଣ୍ଟାରୁ ଊର୍ଦ୍ଧ ଧରି  ଅଭିଯୁକ୍ତମାନେ ମହିଳା ଜଣଙ୍କୁ ଶାରିରୀକ ନିର୍ଯାତନା ଦେଇଥିଲେ।

ଏହା ପରେ ଅଭିଯୁକ୍ତମାନେ ସ୍ଥାନ ଛାଡ଼ି ପଳାଇ ଯାଇଥିଲେ। ମହିଳା ଜଣକ ଗୁରୁତର ଅବସ୍ଥାରେ ବହୁ କଷ୍ଟରେ ଉଠି ଜିଆରପିକୁ ଜଣାଇ ଥିତଲେ। ଘଟଣାସ୍ଥଳଠାରୁ ୨୦୦ ମିଟର ଦୂର ଅବସ୍ଥିତ ରେଲୱେ ପୁଲସିକୁ ଯାଇ ମହିଳା ଜଣକ ଦୁଖଃଦ କହାଣୀ ବଖାଣି ଥିଲେ।  ଏହା ପରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଜଣାଥିଲେ ଏବଂ ଏକ ଏତଲା ଦେଇଥିଲେ। ପରେ ପୀଡ଼ିତା ଜଣଙ୍କୁ ମେଡିକାଲ ପରୀକ୍ଷା ପାଇଁ ପୁଲିସ ପଠାଇବା ସହ ତାଙ୍କ ବୟାନ ରେକର୍ଡ଼ କରିଛି। ଏହି ଜଘନ୍ୟ ଅପରାଧରେ ୫ଜଣ ଅଭିଯୁକ୍ତ  ସାମିଲ ଥିବା ମହିଳା ଜଣକ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।