ଡିଜିପି ରାଜେଶ ଦାସଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ଚେନ୍ନାଇ: ଆଇପିଏସ ଅଫିସର ରାଜେଶ ଦାସଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ। ଜଣେ ମହିଳା ଆଇପିଏସ ଅଫିସର ରାଜେଶଙ୍କ ବିରୋଧରେ ଏହି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ରାଜେଶଙ୍କ ଗାଡିରେ ଯାଉଥିବା ବେଳେ ମହିଳା ଆଇପିଏସ ଅଫିସର ଜଣଙ୍କ ରାଜେଶଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଥିବା ସେ କହିଛନ୍ତି। ଏବେ ଏହି ମାମଲାର ତଦନ୍ତ ପାଇଁ ଏକ ୬ ଜଣିଆ କମିଟି ଗଠନ ହୋଇଛି। ବୁଧବାର ତାମିଲନାଡୁର ଗୃହ ବିଭାଗ ଏହି ୬ ଜଣିଆ କମିଟି ବାବଦରେ ଘୋଷଣା […]

IPS-Rajesh-das

Subhransu Sekhar
  • Published: Wednesday, 24 February 2021
  • , Updated: 24 February 2021, 06:44 PM IST

ଚେନ୍ନାଇ: ଆଇପିଏସ ଅଫିସର ରାଜେଶ ଦାସଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ। ଜଣେ ମହିଳା ଆଇପିଏସ ଅଫିସର ରାଜେଶଙ୍କ ବିରୋଧରେ ଏହି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ରାଜେଶଙ୍କ ଗାଡିରେ ଯାଉଥିବା ବେଳେ ମହିଳା ଆଇପିଏସ ଅଫିସର ଜଣଙ୍କ ରାଜେଶଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଥିବା ସେ କହିଛନ୍ତି। ଏବେ ଏହି ମାମଲାର ତଦନ୍ତ ପାଇଁ ଏକ ୬ ଜଣିଆ କମିଟି ଗଠନ ହୋଇଛି।

ବୁଧବାର ତାମିଲନାଡୁର ଗୃହ ବିଭାଗ ଏହି ୬ ଜଣିଆ କମିଟି ବାବଦରେ ଘୋଷଣା କରିଛି। ରାଜେଶ ଦାସ ତାମିଲନାଡୁର ସ୍ୱତନ୍ତ୍ର ପୁଲିସ ମହାନିର୍ଦ୍ଦେଶକ (ଆଇନ୍ ଓ ଶୃଙ୍ଖଳା)। ଯୋଜନା କମିଶନ ବିଭାଗର ଅତିରିକ୍ତ ଶାସନ ସଚିବ ଜୟଶ୍ରୀ ରଘୁନନ୍ଦନଙ୍କ ନେତୃତ୍ୱରେ ଏହି ମାମଲାର ତଦନ୍ତ ହେବ ବୋଲି ତାମିଲନାଡୁର ଗୃହ ବିଭାଗ କହିଛି।

ସୂଚନା ଅନୁଯାୟୀ, ମହିଳା ଆଇପିଏସ ଜଣଙ୍କ ରାଜେଶ ଦାଶଙ୍କ ଗାଡ଼ିରେ ଯାଉଥିଲେ। ସେ ସମୟରେ ରାଜେଶ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ତେବେ ସାଙ୍ଗ ହୋଇ ଗାଡ଼ିରେ ମହିଳା ଆଇପିଏସ ଅଫିସରଙ୍କ ଆସିଥିଲେ। ପରେ ମାମଲା ଦାୟର କରିଥିଲେ। ସଂପୃକ୍ତ ମହିଳା ଅଫିସରଙ୍କୁ ଅନ୍ୟ ମହିଳା ଅଫିସର ସମର୍ଥନ କରୁଥିବା ଜଣାପଡ଼ିଛି।

ଡିଏମକେ ନେତ୍ରୀ କାନ୍ନିମୋଝୀ ମଧ୍ୟ ଏ ପ୍ରସଙ୍ଗରେ ଟ୍ୱିଟ୍ କରିଛନ୍ତି। ସରକାର ଅଫିସରଙ୍କ ବିରୋଧରେ ଏତଲା ରଖୁନାହିଁ। ପରୋକ୍ଷରେ ଏଆଇଡିଏମକେ ଅଭିଯୁକ୍ତକୁ ସୁରକ୍ଷା ଦେଉଛି ବୋଲି କହିଥିଲେ। ତେବେ କାନ୍ନିମୋଝୀଙ୍କ ଟ୍ୱିଟ ପରେ ରାଜ୍ୟ ସରକାର ଆଇପିଏସ ରାଜେଶ ଦାସଙ୍କ ବିରୋଧରେ ତଦନ୍ତ ନେଇଥିଲେ।

Related story