ଅନ୍ୟ ଜାତିର ଝିଅକୁ ନେଇ ପଳାଇଲା ପୁଅ, ମା’କୁ ଖୁଣ୍ଟରେ ବାନ୍ଧି ପିଟିଲେ ଲୋକେ

ଚେନ୍ନାଇ: ପୁଅର ପ୍ରେମ ପାଇଁ ଅକଥନୀୟ ନିର୍ଯାତନା ସହିଛି ମା’। ପୁଅ ଗାଁରେ ରହୁଥିବା ଅନ୍ୟ ଜାତିର ଝିଅକୁ ନେଇ ଫେରାର ହୋଇ ଯିବାରୁ କିଛି ଲୋକ ମା’କୁ ଖୁଣ୍ଟରେ ବାନ୍ଧି ପ୍ରବଳ ମାଡ଼ ମାରିଛନ୍ତି। ଲୋକଙ୍କ ଆକ୍ରମଣରେ ୪୫ ବର୍ଷୀୟ ମହିଳା ଜଣଙ୍କ ଗୁରୁତର ହୋଇଛନ୍ତି। ତାମିଲନାଡୁର ବିରୁଦ୍ଧୁନଗର ଜିଲ୍ଲା ଅନ୍ତର୍ଗତ ବାଗାଇକୁଲମ ଗାଁରେ ଘଟିଥିବା ଏହି ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆକ୍ରମଣର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ମୀନାକ୍ଷୀ। ସେ […]

TN

Hemant Lenka
  • Published: Thursday, 27 January 2022
  • , Updated: 27 January 2022, 10:39 AM IST

ଚେନ୍ନାଇ: ପୁଅର ପ୍ରେମ ପାଇଁ ଅକଥନୀୟ ନିର୍ଯାତନା ସହିଛି ମା’। ପୁଅ ଗାଁରେ ରହୁଥିବା ଅନ୍ୟ ଜାତିର ଝିଅକୁ ନେଇ ଫେରାର ହୋଇ ଯିବାରୁ କିଛି ଲୋକ ମା’କୁ ଖୁଣ୍ଟରେ ବାନ୍ଧି ପ୍ରବଳ ମାଡ଼ ମାରିଛନ୍ତି। ଲୋକଙ୍କ ଆକ୍ରମଣରେ ୪୫ ବର୍ଷୀୟ ମହିଳା ଜଣଙ୍କ ଗୁରୁତର ହୋଇଛନ୍ତି। ତାମିଲନାଡୁର ବିରୁଦ୍ଧୁନଗର ଜିଲ୍ଲା ଅନ୍ତର୍ଗତ ବାଗାଇକୁଲମ ଗାଁରେ ଘଟିଥିବା ଏହି ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଆକ୍ରମଣର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ମୀନାକ୍ଷୀ। ସେ ଏବେ ଗୁରୁତର ଅବସ୍ଥାରେ ଅରୁପ୍ପୁକୋଟ୍ଟାଇ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମୀନାକ୍ଷୀଙ୍କ ଅଭିଯୋଗ ପରେ ପାରଲାଚି ପୁଲିସ୍‌ ୧୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ଏହି ୧୪ ଜଣଙ୍କ ମଧ୍ୟରେ ଝିଅର ମା’ଙ୍କ ନାଁ ମଧ୍ୟ ରହିଛି।

ମୀନାକ୍ଷୀଙ୍କ ପୁଅ ସେହି ଗାଁରେ ରହୁଥିବା ଅନ୍ୟ ଜାତିର ଜଣେ ଝିଅଙ୍କୁ ଭଲ ପାଉଥିଲେ। ଦୀର୍ଘ ବର୍ଷ ହେଲା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ତେବେ ଜାନୁଆରୀ ୨୨ରେ ଉଭୟ କାହାକୁ କିଛି ନ କହି ଫେରାର ହୋଇ ଯାଇଥିଲେ। ଏହାପରେ ବାହା ହୋଇ ସେମାନେ ଅରୁପ୍ପୁକୋଟ୍ଟାଇ ଅଲ ଓମେନ ପୁଲିସ୍‌ ଷ୍ଟେସନରେ ପହଞ୍ଚିଥିଲେ।

ପରିବାର ଲୋକଙ୍କ ଆଡ଼ୁ ବିପଦ ରହିଥିବା ନବଦମ୍ପତି ପୁଲିସ୍‌କୁ ଜଣାଇ ସୁରକ୍ଷା ମାଗିଥିଲେ। ଏହା ସତ୍ତ୍ୱେ ଝିଅର ପରିବାର ଓ ସମ୍ପର୍କୀୟମାନେ ଜାନୁଆରୀ ୨୫ରେ ପୁଅ ଘରେ ପହଞ୍ଚିଥିଲେ।

ସେମାନେ ଘରେ ଥିବା ମୀନାକ୍ଷୀଙ୍କୁ ମାଡ଼ ମାରିବା ସହ ବାହାରକୁ ଘୋଷାଡ଼ି ଆଣିଥିଲେ। ପରେ ଗାଁ ଦାଣ୍ଡରେ ଥିବା ଗୋଟିଏ ଖୁଣ୍ଟରେ ବାନ୍ଧି ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଏହାକୁ ନେଇ ଗାଁରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି।

Related story