ମୁଖ୍ୟମନ୍ତ୍ରୀ ଦୁଷ୍କର୍ମକାରୀଙ୍କ ଭାଷା କହିବା ବନ୍ଦ କରନ୍ତୁ: ମହିଳା କମିଶନ

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବୟାନକୁ ନେଇ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ଦିଲ୍ଲୀ ମହିଳା କମିଶନ। ସେ ନିକଟରେ ଦେଶରେ ବଢ଼ୁଥିବା ଦୁଷ୍କର୍ମ ଘଟଣାକୁ ନେଇ ବିବାଦ ବୟାନ ଦେଇଥିଲେ। ତେଣୁ ମହିଳା କମିଶନ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ଦୁଷ୍କର୍ମକାରୀଙ୍କ ଭାଷା କହିବା ବନ୍ଦ କରନ୍ତୁ ବୋଲି ତାଗିଦ କରିଛନ୍ତି। ଦିଲ୍ଲୀର ମହିଳା କମିଶନର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ କହିଛନ୍ତି, “ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଦୁଷ୍କର୍ମକାରୀଙ୍କ ଭାଷା କହିବାକୁ ବନ୍ଦ କରନ୍ତୁ। ସେ ଯେଉଁଭଳି […]

CM

  • Published: Monday, 08 August 2022
  • , Updated: 08 August 2022, 10:23 AM IST

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବୟାନକୁ ନେଇ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ଦିଲ୍ଲୀ ମହିଳା କମିଶନ। ସେ ନିକଟରେ ଦେଶରେ ବଢ଼ୁଥିବା ଦୁଷ୍କର୍ମ ଘଟଣାକୁ ନେଇ ବିବାଦ ବୟାନ ଦେଇଥିଲେ। ତେଣୁ ମହିଳା କମିଶନ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ଦୁଷ୍କର୍ମକାରୀଙ୍କ ଭାଷା କହିବା ବନ୍ଦ କରନ୍ତୁ ବୋଲି ତାଗିଦ କରିଛନ୍ତି।

ଦିଲ୍ଲୀର ମହିଳା କମିଶନର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ କହିଛନ୍ତି, “ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଦୁଷ୍କର୍ମକାରୀଙ୍କ ଭାଷା କହିବାକୁ ବନ୍ଦ କରନ୍ତୁ। ସେ ଯେଉଁଭଳି ନିର୍ଭାୟାଙ୍କୁ ନେଇ ଥଟ୍ଟାମଜା କରିଛନ୍ତି, ତାହା ଦୁଷ୍କର୍ମ ପୀଡ଼ିତାଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି। ଆମେ ଅନେକ ସଂଘର୍ଷ ପରେ ଛୋଟ ପିଲାଙ୍କ ଦୁଷ୍କର୍ମକାରୀଙ୍କୁ ଫାଶୀରେ ଝୁଲାଇବାକୁ ଆଇନ ଆଣି ପାରିଛୁ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅନାବଶ୍ୟକ ଭାଷଣ ଦେବା ବଦଳରେ ନିଜ ରାଜ୍ୟରେ ସଶକ୍ତ ଆଇନ ପ୍ରଣୟନ କରନ୍ତୁ। କାରଣ ରାଜସ୍ଥାନରେ ମଧ୍ୟ ଅନେକ ଦୁଷ୍କର୍ମ ଘଟଣା ଘଟୁଛି।”

ଶୁକ୍ରବାର ମୁଖ୍ୟମନ୍ତ୍ରୀ ଗେହଲଟ ଦରଦାମ ବୃଦ୍ଧି ବିରୋଧରେ କଂଗ୍ରେସ ଆୟୋଜନ କରୁଥିବା ବିକ୍ଷୋଭରେ ସାମିଲ ହୋଇଥିଲେ। ଏହି ସମୟରେ ସେ କହିଥିଲେ ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବାର ଆଇନ ଆସିବା ପରେ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣା ଦେଶରେ ବୃଦ୍ଧି ପାଇଛି। ନିର୍ଭୟା ଘଟଣା ପରେ ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବାକୁ ଦାବି ତେଜିଥିଲା। ଏହାପରେ ହିଁ ଏପରି ଆଇନ ଆସିଛି। ଏହି ଆଇନ ଆସିବା ପରେ ମହିଳାମାନଙ୍କୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଉଛି। ଦେଶରେ ବର୍ତ୍ତମାନ ଏପରି ଏକ ବିପଦଜନକ ଟ୍ରେଣ୍ଡ ଜାରି ରହିଛି। ସମଗ୍ର ଦେଶରେ ଦୁଷ୍କର୍ମ ପରେ ହତ୍ୟା ଘଟଣା ଦ୍ରୁତଗତିରେ ବୃଦ୍ଧି ପାଇବା ଚିନ୍ତାର ବିଷୟ ବୋଲି ସେ କହିଥିଲେ।

Related story