ଦିନେ ସେ ଥିଲେ ଦୁର୍ଦ୍ଦାନ୍ତ ଡକାୟତ, ଏବେ ଚିତାବାଘର ବନ୍ଧୁ

ନୂଆଦିଲ୍ଲୀ: ରମେଶ ଶିକାରୱାର। ଦେଖିବାକୁ କୌଣସି ସିନେମାର ଦୁର୍ଦ୍ଦାନ୍ତ ଭିଲିଆନଠାରୁ କମ୍‌ ନୁହଁ। ପହଲବାନ ଭଳି ଶରୀର, ନାକତଳେ ଛାଟ ନିଶ ଆଉ ହାତରେ ବନ୍ଧୁକ ସାଙ୍ଗକୁ ସର୍ଦ୍ଦାରଙ୍କ ଭଳି ଠାଣି। ସେ ଦେଖିବାକୁ ଯେମିତି ତାଙ୍କ କାରନାମା ବି ସେମିତି। ରମେଶଙ୍କ ନାମରେ ରହିଛି ୭୦ରୁ ଊର୍ଦ୍ଧ ହତ୍ୟା ଅଭିଯୋଗ। ଡକାୟତି ମାମଲାର ହିସାବ ନାହିଁ। କିନ୍ତୁ ରମେଶ ଏବେ ଚିତା ମିତ୍ର। ଚିତା ବାଘର ସୁରକ୍ଷା ପାଇଁ ଜଙ୍ଗଲରେ ପଇଁତରା ମାରିବେ ରମେଶ। କାରଣ […]

tiger

tiger

Tapas Behera
  • Published: Friday, 16 September 2022
  • Updated: 16 September 2022, 04:30 PM IST

ନୂଆଦିଲ୍ଲୀ: ରମେଶ ଶିକାରୱାର। ଦେଖିବାକୁ କୌଣସି ସିନେମାର ଦୁର୍ଦ୍ଦାନ୍ତ ଭିଲିଆନଠାରୁ କମ୍‌ ନୁହଁ। ପହଲବାନ ଭଳି ଶରୀର, ନାକତଳେ ଛାଟ ନିଶ ଆଉ ହାତରେ ବନ୍ଧୁକ ସାଙ୍ଗକୁ ସର୍ଦ୍ଦାରଙ୍କ ଭଳି ଠାଣି। ସେ ଦେଖିବାକୁ ଯେମିତି ତାଙ୍କ କାରନାମା ବି ସେମିତି। ରମେଶଙ୍କ ନାମରେ ରହିଛି ୭୦ରୁ ଊର୍ଦ୍ଧ ହତ୍ୟା ଅଭିଯୋଗ। ଡକାୟତି ମାମଲାର ହିସାବ ନାହିଁ। କିନ୍ତୁ ରମେଶ ଏବେ ଚିତା ମିତ୍ର। ଚିତା ବାଘର ସୁରକ୍ଷା ପାଇଁ ଜଙ୍ଗଲରେ ପଇଁତରା ମାରିବେ ରମେଶ। କାରଣ ବାଘର ସୁରକ୍ଷା ପାଇଁ ରମେଶଙ୍କୁ ନିଯୁକ୍ତ କରିଛନ୍ତି ସରକାର। ମଧ୍ୟପ୍ରଦେଶ ବନ ବିଭାଗ ତାଙ୍କୁ ଚିତାମିତ୍ର ଭାବେ ଆଖ୍ୟା ଦେଇଛି। ସୂଚନା ଅନୁଯାୟ ମଧ୍ୟପ୍ରଦେଶ କୁନୋ ପାଲପୁର ଅଭୟାରଣ୍ୟ ୮ଟି ଚିତା ବାଘକୁ ଛଡ଼ାଯିବ। କେନ୍ଦ୍ର ସରକାରଙ୍କ ବହୁ ପ୍ରତୀକ୍ଷିତ ଚିତା ପ୍ରକଳ୍ପ ପାଇଁ ଆଫ୍ରିକାର ନାମ୍ବିଆରୁ ୮ଟି ଚିତା ବାଘ ଆସିବ । ତେବେ କୁନୋ ପାଲପୁର ଅଭୟାରଣ୍ୟରେ ଚିବାଘ ବଂଶ ବିଲୁପ୍ତ ହେଉଥିବାରୁ  ମଧ୍ୟପ୍ରଦେଶ ସରକାର ସେମାନଙ୍କ ସୁରକ୍ଷା ପାଇ ‘ଚିତା ମିତ୍ର’ ନାମରେ ସୁରକ୍ଷାକର୍ମୀ ନିୟୋଜିତ କରିଛନ୍ତି।

ଏହି ନିଯୁକ୍ତି ହେଉଛି  ସ୍ୱେଚ୍ଛାକୃତ। ଏହି ଚିତା ମିତ୍ରମାନେ ସ୍ଥାନୀୟ ଅଞ୍ଚଳରେ ଗାଁ ଲୋକଙ୍କଠାରୁ ବାଘର ସୁରକ୍ଷା ପାଇଁ ସଚେତନ କରିବେ। ଆଉ ଚିତାମିତ୍ର ସୁରକ୍ଷା କର୍ମୀଙ୍କ ତାଲିକାରେ ଶୀର୍ଷରେ ଅଛନ୍ତି ରମେଶ। ୭୧ ବର୍ଷୀୟ ରମେଶ ପୂର୍ବରୁ ଡକାୟତି କରୁଥିଲେ। ତାଙ୍କ ନାମରେ ୭୦ଟି ହତ୍ୟା ମାମଲା ରହିଛି। ୧୯୮୪ରେ ସେ ଆତ୍ମସମର୍ପଣ କରିଥିଲେ। କିନ୍ତୁ ଉକ୍ତ ଇଲାକାରେ ରମେଶ ଡକାୟତ ଭାବେ ବେଶ କୁଖ୍ୟାତି ରହିଛି। ଏବେ ବାଘଙ୍କ ସୁରକ୍ଷାରେ ତାଙ୍କ ନାମ ଘୋଷଣା ହେବା ପରେ ରମେଶ ଭାରି ଖୁସି ଥିବା କହିଛନ୍ତି।  ରମେଶ କହିଛନ୍ତି ଯେ, ମୁଁ  ମୋ ଜୀବନ ଦେଇଦେବି। କିନ୍ତୁ ଚିତା ବାଘଙ୍କର କିଛି କ୍ଷତି ହେବାକୁ ଦେବିନି। ମୁଁ ପୂର୍ବରୁ ବନ୍ୟଯନ୍ତୁ ସୁରକ୍ଷା ପାଇଁ କାମ କରିଛି। ସୂଚନା ଅନୁଯାୟୀ, ପ୍ରାୟ ୭୦ ବର୍ଷ ଅର୍ଥାତ ସାତ ଦଶନ୍ଧି ପରେ ଭାରତରେ ଜଙ୍ଗଲରେ ଦୌଡିବ ଚିତା ବାଘ। କେନ୍ଦ୍ର ସରକାରଙ୍କ ବହୁ ପ୍ରତୀକ୍ଷିତ ଚିତା ପ୍ରକଳ୍ପ ପାଇଁ ଆଫ୍ରିକାର ନାମ୍ବିଆରୁ ୮ଟି ଚିତା ବାଘ ଆସିବ । ନାମ୍ବିଆରୁ ଏକ ସ୍ୱତନ୍ତ୍ର ବିମାନରେ ଚିତା ବାଘଙ୍କୁ ଭାରତ ଅଣାଯିବ। ଏଥି ପାଇଁ ଭାରତରୁ ଏକ ସ୍ୱତନ୍ତ୍ର ବିମାନ ନାମ୍ବିଆରେ ପହଞ୍ଚି ସାରିଛି।

ନାମ୍ବିଆରେ ଚିତା ବାଘଙ୍କୁ ନେଇ ଆସିବାକୁ ଥିବା ବିମାନର ଫଟୋ ସେୟାର କରିଛନ୍ତି ଭାରତୀୟ ହାଇ କମିସନ । ବିମାନର ଚିତା ବାଘର ମୁହଁ ଚିତ୍ରିତ କରାଯାଇଥିବା ଦେଖିବାକୁ ମିଳିଛି । ଏଥିରେ ୩ଟି ଅଣ୍ଡିରା ଓ ୫ଟି ମାଇ ଚିତା ଅଛନ୍ତି। ଚିତା ବାଘଙ୍କ ବୟସ ୨ରୁ ୫ ବର୍ଷ ବୟସ ହୋଇଥିବା ବେଳେ ବାଘୁଣୀଙ୍କ ବୟସ ସାଢେ ୪ ବର୍ଷରୁ ସାଢେ ୫ ବର୍ଷ ଭିତରେ ରହିଛି । ତେବେ ଆଣିବା ବାଟରେ ଚିତାଙ୍କୁ କୌଣସି ଖାଦ୍ୟ ଦିଆଯିବ ନାହିଁ । ବିମାନ ଇନ୍ଧନ ଭର୍ତ୍ତି କରିବାକୁ କୌଣସି ସ୍ଥାନରେ ଅଟକିବ ନାହିଁ। ଆସନ୍ତା ୧୭ ତାରିଖରେ ସକାଳ ୬ଟାରୁ ୭ଟା ଭିତରେ ରାଜସ୍ଥାନ ଇିମାନ ବନ୍ଦରରେ ପହଂଚିବ । ଏହାପରେ ହେଲିକପ୍ଟର ଯୋଗେ ୮ଟି ଚିତାକୁ ମଧ୍ୟପ୍ରଦେଶ କୁନୋ ପାଲପୁର ଅଭୟାରଣ୍ୟକୁ ଅଣାଯିବ । ସେପ୍ଟେମ୍ବର ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ କୁନୋ ପାଲପୁର ଅଭୟାରଣୟରେ ନିର୍ମିତ ସ୍ୱତନ୍ତ୍ର ଖୁଆଡରେ ୮ଟି ଚିତା ବାଘକୁ ଛାଡି ଚିତା ପ୍ରକଳ୍ପର ଶୁଭାରମ୍ଭ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story