୧୯,୩୦୦ ଫୁଟ ଉପରେ ରାସ୍ତା ତିଆରି କଲା ଭାରତ, ବିଶ୍ୱରେ ପ୍ରଥମ

ନୂଆଦିଲ୍ଲୀ: ନୂଆ ଇତିହାସ ସୃଷ୍ଟି କରିଛି ଭାରତ। ଇଷ୍ଟର୍ଣ୍ଣ ଲଦାଖରେ ବର୍ଡର ରୋଡ୍ସ ଅର୍ଗାନାଇଜେସନ ପକ୍ଷରୁ ବିଶ୍ୱର ସବୁଠାରୁ ଉଚ୍ଚତମ ସ୍ଥାନରେ ରାସ୍ତା ତିଆରି କରାଯାଇଛି। ରାସ୍ତା ତିଆରି ହୋଇଥିବା ସ୍ଥାନଟି ଭୂପୃଷ୍ଠରୁ ୧୯,୩୦୦ ଫୁଟ ଉପରେ ରହିଛି। ଆଜି ଯାଏ କୌଣସି ରାଷ୍ଟ୍ର ଏତେ ଉଚ୍ଚ ସ୍ଥାନରେ କେବେ ହେଲେ ରାସ୍ତା ନିର୍ମାଣ କରିନାହାନ୍ତି। ରାସ୍ତା ତିଆରି ହେଇଥିବା ସ୍ଥାନଟି ମାଉଣ୍ଟ ଏଭରେଷ୍ଟର ବେସ୍‌ କ୍ୟାମ୍ପ ଠାରୁ ମଧ୍ୟ ଅଧିକ ଉଚ୍ଚରେ ରହିଛି। ନେପାଳରେ ଥିବା […]

Road

Hemant Lenka
  • Published: Wednesday, 04 August 2021
  • , Updated: 04 August 2021, 07:17 PM IST

ନୂଆଦିଲ୍ଲୀ: ନୂଆ ଇତିହାସ ସୃଷ୍ଟି କରିଛି ଭାରତ। ଇଷ୍ଟର୍ଣ୍ଣ ଲଦାଖରେ ବର୍ଡର ରୋଡ୍ସ ଅର୍ଗାନାଇଜେସନ ପକ୍ଷରୁ ବିଶ୍ୱର ସବୁଠାରୁ ଉଚ୍ଚତମ ସ୍ଥାନରେ ରାସ୍ତା ତିଆରି କରାଯାଇଛି। ରାସ୍ତା ତିଆରି ହୋଇଥିବା ସ୍ଥାନଟି ଭୂପୃଷ୍ଠରୁ ୧୯,୩୦୦ ଫୁଟ ଉପରେ ରହିଛି। ଆଜି ଯାଏ କୌଣସି ରାଷ୍ଟ୍ର ଏତେ ଉଚ୍ଚ ସ୍ଥାନରେ କେବେ ହେଲେ ରାସ୍ତା ନିର୍ମାଣ କରିନାହାନ୍ତି।

ରାସ୍ତା ତିଆରି ହେଇଥିବା ସ୍ଥାନଟି ମାଉଣ୍ଟ ଏଭରେଷ୍ଟର ବେସ୍‌ କ୍ୟାମ୍ପ ଠାରୁ ମଧ୍ୟ ଅଧିକ ଉଚ୍ଚରେ ରହିଛି। ନେପାଳରେ ଥିବା ଏଭରେଷ୍ଟର ଦକ୍ଷିଣ ବେସ୍‌ କ୍ୟାମ୍ପ ୧୭,୫୯୮ ଫୁଟ ଉପରେ ଥିବା ବେଳେ ତିବ୍ବତ ବେସ୍‌ କ୍ୟାମ୍ପର ଉଚ୍ଚତା ଭୂପୃଷ୍ଠ ଠାରୁ ୧୬,୯୦୦ ଫୁଟ। କିନ୍ତୁ ଭାରତ ୧୯,୩୦୦ ଫୁଟ ଉପରେ ରାସ୍ତା ନିର୍ମାଣ କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସାଧାରଣତଃ ବ୍ୟବସାୟିକ ବିମାନ ଗୁଡ଼ିକ ୩୦ ହଜାର ଫୁଟ ଉପରେ ଉଡ଼ିଥାଆନ୍ତି। ତେଣୁ ଭାରତ ତିଆରି କରିଥିବା ରାସ୍ତାଟି ଏହି ଉଚ୍ଚତାର ଅଧାରୁ ଅଧିକ। ସରକାର କହିଛନ୍ତି, ଉମଲିଙ୍ଗଲା ପାସ୍‌ରେ ଏହି ରାସ୍ତା ତିଆରି କରାଯାଇଛି। ପୂର୍ବରୁ ବୋଲିଭିୟା ଠାରେ ୧୮,୯୫୩ ଫୁଟ ଉଚ୍ଚରେ ରାସ୍ତା ତିଆରି ହୋଇଥିଲା।

କିନ୍ତୁ ଏବେ ଏହି ରେକର୍ଡ ଭାଙ୍ଗିଛି। କାରଣ ବିଆରଓ ୧୯,୩୦୦ ଫୁଟ ଉପରେ ରାସ୍ତା ତିଆରି କରିଛି। ଏହା ସୋସିଓ-ଇକୋନୋମିକ ବ୍ୟବସ୍ଥାରେ ସହାୟକ ହେବା ସହ ଲଦାଖର ପର୍ଯ୍ୟଟନ ବିକାଶ ହୋଇପାରିବ।

ଏତେ ଉଚ୍ଚରେ ଭିତ୍ତିଭୂମି ବିକାଶ କରିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜିଂ ଥିଲା। କାରଣ ଶୀତ ଦିନେ ଏଠାରେ ତାପମାତ୍ରା ବିଯୁକ୍ତ ୪୦ ଡିଗ୍ରୀକୁ ଖସି ଯାଇଥାଏ। ସେହିପରି ଅକ୍ସିଜେନସ୍ତର ସ୍ୱାଭାବିକ ଠାରୁ ୫୦%କୁ ଖସିଯାଇ ଥାଏ। ଏସବୁ ସତ୍ତ୍ୱେ ବିଆରଓ ସବୁ ଚ୍ୟାଲେଞ୍ଜକୁ ସମ୍ମୁଖୀନ ହୋଇ ଉମଲିଙ୍ଗଲା ପାସ୍‌ ଦେଇ ୫୨ କିମିର ରାସ୍ତା ତିଆରି କରିଛି। ଏହି ରାସ୍ତାଟି ପୂର୍ବ ଲଦାଖର ଗୁରୁତ୍ୱପୂର୍ଣ୍ଣ ଚୁମାର ସେକ୍ଟରକୁ ସଂଯୋଗ କରିବ।

Related story