ଆପଣ ଲୋକସଭାରେ ଚାକିରି କରୁଛନ୍ତି, ମୋଦିଙ୍କ ପ୍ରଶ୍ନରେ ଉତ୍ତର ଦେଲେ ଆହାନା

ନୂଆଦିଲ୍ଲୀ: ବୁଧବାର ସଂସଦରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ବେଶ କୌତୁହଳପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା । ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଂସଦ ପରିସରରେ ବିଜେପି ଏମପି ଅନୀଲ ଫିରୋଜିଆଙ୍କ ୫ ବର୍ଷର ଝିଅ ଆହାନା ଭେଟି ଭାବ ବିନିମୟ କରିଥିଲେ।  ଏହି ସମୟରେ ମୋଦି ଆହାନାଙ୍କ ସହ ଖୁବ ଥଟ୍ଟାମଜା କରିଥିଲେ। ହସଖୁସିର କଥା ବାର୍ତ୍ତା ବେଳେ ମୋଦି ଆହାନାଙ୍କୁ କୌତୁହଳର ସହ କେତେକ ପ୍ରଶ୍ନ ମଧ୍ୟ ପଚାରିଥିଲେ। ମୋଦି ତାଙ୍କୁ […]

modi

modi

Tapas Behera
  • Published: Thursday, 28 July 2022
  • Updated: 28 July 2022, 03:14 PM IST

ନୂଆଦିଲ୍ଲୀ: ବୁଧବାର ସଂସଦରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ବେଶ କୌତୁହଳପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା । ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଂସଦ ପରିସରରେ ବିଜେପି ଏମପି ଅନୀଲ ଫିରୋଜିଆଙ୍କ ୫ ବର୍ଷର ଝିଅ ଆହାନା ଭେଟି ଭାବ ବିନିମୟ କରିଥିଲେ।  ଏହି ସମୟରେ ମୋଦି ଆହାନାଙ୍କ ସହ ଖୁବ ଥଟ୍ଟାମଜା କରିଥିଲେ। ହସଖୁସିର କଥା ବାର୍ତ୍ତା ବେଳେ ମୋଦି ଆହାନାଙ୍କୁ କୌତୁହଳର ସହ କେତେକ ପ୍ରଶ୍ନ ମଧ୍ୟ ପଚାରିଥିଲେ। ମୋଦି ତାଙ୍କୁ ପଚାରିଥିଲେ, `ମୁଁ କିଏ ତୁମେ ଜାଣିଛ?' ଏହାର  ଉତ୍ତରରେ ୫ ବର୍ଷୀୟ ଆହାନା କହିଥିଲେ, ମୁଁ ଜାଣେ। ଆପଣ ହେଉଛନ୍ତି ମୋଦି ଜୀ। ଆପଣ ଟିଭିରେ ସବୁ ଦିନ ଆସନ୍ତି।

https://twitter.com/bjpanilfirojiya/status/1552231469103579136?s=20&t=3r6elZBxAEYAQY1_Zkn3Sg

ଏହା ପରେ ମୋଦି ପଚାରିଥିଲେ, `ତୁମେ ଜାଣିଛ ମୁଁ କ'ଣ କରୁଛି?' ଉତ୍ତରରେ ଆହାନା କହିଥିଲେ, `ଆପଣ ଲୋକସଭାରେ ଚାକିରି କରୁଛନ୍ତି'। ଆହାନାଙ୍କ ଉତ୍ତର ସେଠାରେ ହାସ୍ୟରୋଳ ସୃଷ୍ଟି କରିଥିଲା। ବାକି ସଦସ୍ୟ ମାନେ ତାଙ୍କ କଥା ଶୁଣି ହସିଥିଲେ।

ଆହାନାଙ୍କୁ ମୋଦି ଶ୍ରଦ୍ଧାର ସହ ଏକ ଚକୋଲେଟ ଦେଇଥିଲେ। ପୂର୍ବରୁ ମୋଦି ଏଭଳି ଜଣେ ଛୋଟ ଶିଶୁ ସହ ବାର୍ତ୍ତାଳାପ କରିଥିଲେ।

ଆହାନାଙ୍କ ବାପା ଅନୀଲ ଫିରୋଜିଆ ହେଉଛନ୍ତି ମଧ୍ୟପ୍ରଦେଶ ଉଜ୍ଜୟିନିର ବିଜେପି ଏମପି। ନିକଟରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଚାଲେଞ୍ଜକୁ ଗ୍ରହଣ କରି ଓଜନ କମାଇ ଚର୍ଚ୍ଚାରେ ଥିଲେ ଅନୀଲ । ପ୍ରଧାନମନ୍ତ୍ରୀଙ୍କ ସହ ନିଜ ଝିଅର ଭାବ ବିନିମୟର ମୁହୂର୍ତ୍ତକୁ ସେ ଟ୍ୱିଟ କରି ଶେଆର କରିଛନ୍ତି।

ଅନୀଲ ଲେଖିଛନ୍ତି, ଆଜି ହେଊଛି ମୋ ପାଇଁ ଏକ ଅଭୁଲା ଦିନ। ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ମୋଦିଙ୍କୁ ମୋ ଝିଅ ଭେଟିଥିବାରୁ ମୁଁ ଗର୍ବିତ। ମୋଦିଙ୍କଠାରୁ ସେ ଆଶୀର୍ବାଦ ପାଇବା ସହ ନିଃସ୍ୱାର୍ଥପର ସେବା କରିବାର ମନ୍ତ୍ର ପାଇଛି।

ମୋଦିଙ୍କ ଭଳି ନିଃସ୍ୱାର୍ଥପର, ଦୃଢ଼ ପରିଶ୍ରମୀ, ସଚ୍ଚୋଟ ତଥା ସମର୍ପିତ ନେତାଙ୍କ ସହିତ କାମ କରି ମୁଁ ମଧ୍ୟ ନିଜକୁ ଧନ୍ୟ ମଣୁଛି। ଆଜି ମୋର ଦୁଇ ଝିଅ ତଥା ‌ସାନ ଝିଅ ଆହାନା ଏବଂ ବଡ଼ ଝିଅ ପ୍ରିୟାନ୍ସି ମୋଦିଙ୍କୁ ଭେଟି ତାଙ୍କର ସ୍ନେହ, ଶ୍ରଦ୍ଧାର ପାତ୍ର ହେବା ଏକ ଅପୂର୍ବ ଆନନ୍ଦର କଥା ବୋଲି ସେ ଟ୍ୱିଟ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos