ବିୟର କିଣିଲାନି ବୋଲି ସାଙ୍ଗକୁ ଛୁରୀ ଭୁଷିଦେଲା ଯୁବକ

ବେଙ୍ଗାଲୁରୁ: ଦୁଇ ଜଣ ସାଙ୍ଗ ଏକାଠି ମଦ ପିଇଲେ। ନିଶା ହେବା ପରେ ଜଣେ ସାଙ୍ଗ ଆଉ ଜଣଙ୍କୁ ପୁଣି ବିୟର ଆଣିବାକୁ କହିଲା। ହେଲେ ଟଙ୍କା ନଥିବାରୁ ବିୟର କିଣିବାକୁ ସାଙ୍ଗ ମନା କଲା। ବାସ୍‌ ଏହି ସାମାନ୍ୟ କଥାକୁ ନେଇ ଜଣେ ଯୁବକ ତା’ ସାଙ୍ଗକୁ ଛୁରି ଭୁଷି ଦେଇ ଫେରାର ହୋଇଯାଇଛି। କର୍ଣ୍ଣାଟକାର ବାୟାପ୍ପାନାହାଲିରେ ଏହି ଘଟଣା ଘଟିଛି। ପୁଲିସ୍‌ର କହିବା ଅନୁଯାୟୀ, ଫେରାର ଯୁବକ ଜଣଙ୍କ ହେଲା ରାଘବେନ୍ଦ୍ର। ସେ ବାୟାପ୍ପାନାହାଲି […]

Police

  • Published: Monday, 08 August 2022
  • , Updated: 08 August 2022, 08:18 AM IST

ବେଙ୍ଗାଲୁରୁ: ଦୁଇ ଜଣ ସାଙ୍ଗ ଏକାଠି ମଦ ପିଇଲେ। ନିଶା ହେବା ପରେ ଜଣେ ସାଙ୍ଗ ଆଉ ଜଣଙ୍କୁ ପୁଣି ବିୟର ଆଣିବାକୁ କହିଲା। ହେଲେ ଟଙ୍କା ନଥିବାରୁ ବିୟର କିଣିବାକୁ ସାଙ୍ଗ ମନା କଲା। ବାସ୍‌ ଏହି ସାମାନ୍ୟ କଥାକୁ ନେଇ ଜଣେ ଯୁବକ ତା’ ସାଙ୍ଗକୁ ଛୁରି ଭୁଷି ଦେଇ ଫେରାର ହୋଇଯାଇଛି। କର୍ଣ୍ଣାଟକାର ବାୟାପ୍ପାନାହାଲିରେ ଏହି ଘଟଣା ଘଟିଛି।

ପୁଲିସ୍‌ର କହିବା ଅନୁଯାୟୀ, ଫେରାର ଯୁବକ ଜଣଙ୍କ ହେଲା ରାଘବେନ୍ଦ୍ର। ସେ ବାୟାପ୍ପାନାହାଲି ନିକଟରେ ଥିବା ନାଗାଭାରାପାଲୟା ମେନ ରୋଡରେ ରହୁଥିଲା। ରାଘବେନ୍ଦ୍ରର ଛୁରୀ ମାଡ଼ରେ ତା’ ସାଙ୍ଗ ବାବାଜାନ ଆହତ ହୋଇଛି। ରାଘବେନ୍ଦ୍ର ଓ ବାବାଜାନ ପରସ୍ପରର ଘନିଷ୍ଠ ବନ୍ଧୁ। ସବୁବେଳେ ସେମାନେ ଏକାଠି ବୁଲାବୁଲି ମଧ୍ୟ କରନ୍ତି। ଗୁରୁବାର ସନ୍ଧ୍ୟାରେ ଉଭୟ ସନ୍ଧ୍ୟା ବେଳେ ବୁଲିବାକୁ ଯାଇଥିଲେ।

ବୁଲାବୁଲି ସରିବା ପରେ ରାଘବେନ୍ଦ୍ରଙ୍କ କଥାରେ ବାବାଜାନ ୩ଟି ବିୟର ବୋତଲ କିଣିଥିଲା। ଏହାପରେ ବିୟର ବୋତଲ ଧରି ଦୁଇ ଜଣ ଯାକ ବାବାଜାନର ଘରକୁ ଯାଇଥିଲେ। ସେଠାରେ ସେମାନେ ବିଳମ୍ବିତ ରାତି ଯାଏ ପାର୍ଟି କରିବା ସହ ମଦ ପିଇଥିଲେ। ନିଶା ହୋଇଯିବା ପରେ ରାଘବେନ୍ଦ୍ର ଆଉ ମଦ ପିଇବ ବୋଲି କହିବା ସହ ବାବାଜାନକୁ ବିୟର ମଗାଇବାକୁ କହିଥିଲା।

ହେଲେ ଆଉ ଟଙ୍କା ନଥିବାରୁ ବାବାଜାନ ବିୟର କିଣି ପାରିବେ ନାହିଁ ବୋଲି କହିଥିଲା। ଏହାଶୁଣି ରାଘବେନ୍ଦ୍ର ରାଗି ଯାଇଥିଲା ଓ ପ୍ରବଳ ଗାଳିଗୁଲଜ କରିଥିଲେ। କିଛି ସମୟ ପରେ ଘରେ ଥିବା ଗୋଟିଏ ଛୁରୀ ଆଣି ବାବାଜାନଙ୍କ ପେଟରେ ଭର୍ତ୍ତି କରି ଦେଇଥିଲା।

ବାବାଜାନ ଚିତ୍କାର କରିବାରୁ ପଡ଼ୋଶୀମାନେ ଦୌଡ଼ି ଆସିଥିଲେ। ଏହା ଦେଖି ରାଘବେନ୍ଦ୍ର ଘଟଣାସ୍ଥଳରୁ ଚମ୍ପଟ ମାରିଛି। ପୁଲିସ ତା’ ନାଁରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତା’କୁ ଧରିବା ପାଇଁ ଶୁକ୍ରବାର ଠାରୁ ଲାଗିଛି। ହେଲେ ଏଯାଏ ସଫଳତା ମିଳିନି।

Related story