ନୂଆଦିଲ୍ଲୀ: ଜରୁରୀକାଳୀନ ପରିସ୍ଥିତିରେ ରାଜପଥରେ ଓହ୍ଲାଇବ ବିମାନ। ଏଥିପାଇଁ ଦେଶର ୧୨ ଜାତୀୟ ରାଜପଥକୁ ଚିହ୍ନଟ କରିଛି ଭାରତୀୟ ବାୟୁସେନା। ଚିହ୍ନଟ ହୋଇଥିବା ୧୨ ଜାତୀୟ ରାଜପଥ ମଧ୍ୟରେ ୨ଟି ଓଡ଼ିଶା ଦେଇ ଯାଇଛି । ଜାମଶେଦପୁର-ବାଲେଶ୍ୱର ଏବଂ ଛତ୍ରପୁର- ଦିଘା ଜାତୀୟ ରାଜପଥ ଓଡ଼ିଶା ଦେଇ ଯାଇଛି । ଆଗକୁ ଦେଶର ୨୧ ରାଜପଥରେ ହେଲିକପ୍ଟର ଏବଂ ବଡ଼ଧରଣର ବିମାନର ଜରୁରୀକାଳୀନ ଅବତରଣ ପାଇଁ ବାୟୁସେନାର ପ୍ରସ୍ତାବ ରହିଛି । ସମସ୍ତ ୧୨ଟି ରାଜପଥରେ ବିମାନର ଜରୁରୀକାଳୀନ ଅବତରଣ ପାଇଁ ଏୟାରଷ୍ଟ୍ରିପ ପ୍ରସ୍ତୁତ କରାଯିବ । ବିମାନ ଓହ୍ଲାଇବାକୁ ରାଜପଥର ମାନ ବୃଦ୍ଧି କରାଯିବ। ଜାତୀୟ ରାଜପଥଗୁଡିକ ଅନ୍ୟ ସମୟରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ। ତେବେ ଜରୁରୀକାଳୀନ ପରିସ୍ଥିତିରେ ଜାତୀୟ ରାଜପଥରେ ସାଧାରଣ ଜନତାଙ୍କ ଚଳପ୍ରଚଳକୁ ବନ୍ଦ ରଖାଯିବ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପଯର୍ୟୟ ସମୟରେ ସୁରକ୍ଷାକର୍ମୀଙ୍କୁ ପହଞ୍ଚାଇବା ଏବଂ ଉଦ୍ଧାରକାର୍ଯ୍ୟ କରାଯିବା ଲାଗି ଏହି ସବୁ ରାଜପଥରକୁ ଏୟାର ଷ୍ଟ୍ରିପ ଭାବରେ ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।