ଚାଇନା ଉପରେ ରହିବ ନଜର, ନୌସେନା କିଣିବ ୧୦ ଡ୍ରୋନ

ନୂଆଦିଲ୍ଲୀ: ଶତ୍ରୁପକ୍ଷକୁ ଚେକ ଦେବ ଭାରତ। ୩ ସେନା ବାହିନୀରେ ଥିବା ସମସ୍ତ ଡ୍ରୋନକୁ ଭାରତ ସରକାର ଅପଗ୍ରେଡ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ସରକାରଙ୍କ ଏହି ନିଷ୍ପତ୍ତି ପରେ ଭାରତୀୟ ନୌସେନା ଆଉ ୧୦ଟି ସର୍ଭେଲାନ୍ସ ଡ୍ରୋନ କିଣିବାକୁ ଘୋଷଣା କରିଛି। ଏହି ଡ୍ରୋନ ଗୁଡ଼ିକ ଦ୍ୱାରା ନୌସେନା ଭାରତୀୟ ପାଣିରେ ପ୍ରବେଶ କରୁଥିବା ଚାଇନିଜ ଜାହାଜ ଉପରେ ନଜର ରଖିବ। ସୂଚନା ଅନୁସାରେ, ନୌସେନା ପାଇଁ କିଣିଯିବାକୁ ଥିବା ଡ୍ରୋନ ଗୁଡ଼ିକ ଫାଷ୍ଟଟ୍ରାକ ପ୍ରକ୍ରିୟାରେ […]

ty

Hemant Lenka
  • Published: Friday, 14 August 2020
  • , Updated: 14 August 2020, 08:09 PM IST

ନୂଆଦିଲ୍ଲୀ: ଶତ୍ରୁପକ୍ଷକୁ ଚେକ ଦେବ ଭାରତ। ୩ ସେନା ବାହିନୀରେ ଥିବା ସମସ୍ତ ଡ୍ରୋନକୁ ଭାରତ ସରକାର ଅପଗ୍ରେଡ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ସରକାରଙ୍କ ଏହି ନିଷ୍ପତ୍ତି ପରେ ଭାରତୀୟ ନୌସେନା ଆଉ ୧୦ଟି ସର୍ଭେଲାନ୍ସ ଡ୍ରୋନ କିଣିବାକୁ ଘୋଷଣା କରିଛି।

ଏହି ଡ୍ରୋନ ଗୁଡ଼ିକ ଦ୍ୱାରା ନୌସେନା ଭାରତୀୟ ପାଣିରେ ପ୍ରବେଶ କରୁଥିବା ଚାଇନିଜ ଜାହାଜ ଉପରେ ନଜର ରଖିବ। ସୂଚନା ଅନୁସାରେ, ନୌସେନା ପାଇଁ କିଣିଯିବାକୁ ଥିବା ଡ୍ରୋନ ଗୁଡ଼ିକ ଫାଷ୍ଟଟ୍ରାକ ପ୍ରକ୍ରିୟାରେ କିଣାଯିବ। ଅର୍ଥାତ ଆସନ୍ତାବର୍ଷ ଏଗୁଡ଼ିକ ସେନା ବାହିନୀକୁ ମିଳିବ। ଏହି ଡ୍ରୋନ ଗୁଡ଼ିକ ସମସ୍ତ ଯୁଦ୍ଧ ଜାହଜରେ ଲାଗିବ ବୋଲି ଜଣାପଡ଼ିଛି।

ଭାରତୀୟ ନୌସେନାରେ ଆଇଏନଏସ ଗରୁଡ଼ ୧୯୫୩ ମସିହା ମେ ୧୧ ତାରିଖରେ ସାମିଲ ହୋଇଥିଲା। ସେବେଠାରୁ ଭାରତୀୟ ନୌସେନାରେ ଡ୍ରୋନ ବ୍ୟବହାର କରାଯାଇ ଶତ୍ରୁ ପକ୍ଷ ଉପରେ ନଜର ରଖାଯାଉଛି।

Related story