ନ୍ୟୁଜିଲାଣ୍ଡର ସାଂସଦ ହେଲେ ଭାରତୀୟ ବଂଶୋଦ୍ଭବ

ଓ୍ୱେଲିଙ୍ଗଟନ/ଶିମଲା: ହିମାଚଳ ପ୍ରଦେଶର ହାମିପୁର ନିବାସୀ ଡାକ୍ତର ଗୌରବ ଶର୍ମା ହୋଇଛନ୍ତି ନ୍ୟୁଜିଲାଣ୍ଡର ସାଂସଦ। ଗୌରବ ଲେବର ପାର୍ଟିର ପ୍ରାର୍ଥୀ ଭାବେ ସେଠିକାର ସଂସଦକୁ ନିର୍ବାଚିତ ହୋଇଛନ୍ତି। ସେ ହାମିଲଟନ ଓ୍ୱେଷ୍ଟର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଗୌରବ ଦୀର୍ଘ ୨୦ ବର୍ଷ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଯାଇଥିଲେ। ଏବେ ଗୌରବଙ୍କ ବୟସ ୩୫। ସେ ମେଡିସିନ୍ ଏବଂ ସର୍ଜରୀରେ ଗ୍ରାଜୁଏସନ ପାସ୍ କରିବା ପରେ ହାମିଲଟନର ନଟଁନ ପ୍ରାକ୍ଟିସ କରୁଥିଲେ। ନ୍ୟୁଜିଲ୍ୟାଣ୍ଡ ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁଯାୟୀ, […]

Gaurav-Sharma

Subhransu Sekhar
  • Published: Tuesday, 20 October 2020
  • , Updated: 20 October 2020, 12:53 PM IST

ଓ୍ୱେଲିଙ୍ଗଟନ/ଶିମଲା: ହିମାଚଳ ପ୍ରଦେଶର ହାମିପୁର ନିବାସୀ ଡାକ୍ତର ଗୌରବ ଶର୍ମା ହୋଇଛନ୍ତି ନ୍ୟୁଜିଲାଣ୍ଡର ସାଂସଦ। ଗୌରବ ଲେବର ପାର୍ଟିର ପ୍ରାର୍ଥୀ ଭାବେ ସେଠିକାର ସଂସଦକୁ ନିର୍ବାଚିତ ହୋଇଛନ୍ତି। ସେ ହାମିଲଟନ ଓ୍ୱେଷ୍ଟର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଗୌରବ ଦୀର୍ଘ ୨୦ ବର୍ଷ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଯାଇଥିଲେ। ଏବେ ଗୌରବଙ୍କ ବୟସ ୩୫। ସେ ମେଡିସିନ୍ ଏବଂ ସର୍ଜରୀରେ ଗ୍ରାଜୁଏସନ ପାସ୍ କରିବା ପରେ ହାମିଲଟନର ନଟଁନ ପ୍ରାକ୍ଟିସ କରୁଥିଲେ।

ନ୍ୟୁଜିଲ୍ୟାଣ୍ଡ ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁଯାୟୀ, ସାଧାରଣ ନିର୍ବାଚନରେ ଗୌରବ ୧୬,୯୫୦ ଖଣ୍ଡ ଭୋଟ ପାଇଛନ୍ତି। ନ୍ୟାସନାଲ ପାର୍ଟିର ଟିମ୍ ମାସିଣ୍ଡୋଙ୍କୁ ସେ ୪,୪୨୫ ଭୋଟରେ ହରାଇଛନ୍ତି।

ଶର୍ମା ତାଙ୍କ ଦଳର ଅଫିସିଆଲ ୱେବସାଇଟରେ କହିଛନ୍ତି, 'ଜଣେ ସ୍ଥାନୀୟ ଡାକ୍ତର ଭାବରେ ମୁଁ ପ୍ରତ୍ୟେକ ଦିନ ଲୋକଙ୍କ ସମସ୍ୟା ବୁଝୁଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ମୋର ଉଭୟ କାର୍ଯ୍ୟ ଏବଂ କୋଭିଡ -୧୯ ମୁକାବିଲା ସମୟର ଅଭିଜ୍ଞତା ହାମିଲଟନ ବାସୀଙ୍କ ସ୍ୱର ହେବାକୁ ସାହାଯ୍ୟ କରିଛି।'

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ଗୌରବଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶର୍ମାଙ୍କ ବାପା ନ୍ୟୁଜିଲ୍ୟାଣ୍ଡ ଯିବା ପୂର୍ବରୁ ହିମାଚଳ ପ୍ରଦେଶର ଇଲେକ୍ଟ୍ରିକାଲ ଇଞ୍ଜିନିୟର ଥିଲେ।

ଗୌରବ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କ ପରିବାର ନ୍ୟୁଜିଲ୍ୟାଣ୍ଡ ପଳାଇଥିଲେ। ଲେବର ପାର୍ଟି ବିବୃତ୍ତି ଅନୁଯାୟୀ, 'ଗୌରବଙ୍କ ବାପା ଏଠାରେ ଖାପଖୁଆଇବା ପୂର୍ବରୁ ଆର୍ଥିକ ସଙ୍କଟ ଦେଇ ଗତି କରିଥିଲେ। ସେତେବେଳେ ସେ ଘୋର ଅଭାବରେ ଥିଲେ। ଏମିତିକି ପାର୍କର ବେଞ୍ଚରେ ଶୋଇଥିଲେ।

Related story