ଭାରତର ୪୦ତମ କମ୍ୟୁନିକେସନ୍‌ ସ୍ୟାଟେଲାଇଟ୍‌ର ସଫଳ ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ସଦ୍ୟ ନିର୍ମିତ ଭାରତର ଯୋଗାଯୋଗ କୃତ୍ରିମ ଉପଗ୍ରହ ବା କମ୍ୟୁନିକେସନ୍‌ ସ୍ୟାଟେଲାଇଟ୍‌ ଜିସ୍ୟାଟ୍‌-୩୧ର ସଫଳ ଉତ୍‌କ୍ଷେପଣ ସମ୍ଭବ ହୋଇପାରିଛି। ୨୦୧୯ ବର୍ଷ ଆରମ୍ଭରୁ ଏହା ଇସ୍ରୋର ତୃତୀୟ ସଫଳ ମିଶନ୍। ତେବେ ଏହି ସ୍ୟାଟେଲାଇଟ୍‌କୁ ଭାରତ ବାହାରେ ଫ୍ରେଞ୍ଚ ଗୁଏନାଠାରେ ଉତ୍‌କ୍ଷେପଣ କରାଯାଇଥିଲା। ଆମେରିକାର ଦକ୍ଷିଣ ଉପକୂଳ ନିକଟବର୍ତ୍ତୀ ତଥା ଫ୍ରାନ୍ସର ସୀମା ଭିତରେ ଥିବା କୌରୋଉସ୍ଥିତ ଏରିଏନ୍‌ ଲଞ୍ଚ କମ୍ପ୍ଲେକ୍ସରୁ ଏହାର ଉତ୍‌କ୍ଷେପଣ କରାଯିବାର ୪୨ ମିନିଟ୍‌ ପରେ ଏହା କକ୍ଷ ପଥରେ ଅବସ୍ଥାପିତ […]

sattelite

sattelite

Subrat Kumar Nayak
  • Published: Wednesday, 06 February 2019
  • Updated: 06 February 2019, 10:08 AM IST

Sports

Latest News

ନୂଆଦିଲ୍ଲୀ: ସଦ୍ୟ ନିର୍ମିତ ଭାରତର ଯୋଗାଯୋଗ କୃତ୍ରିମ ଉପଗ୍ରହ ବା କମ୍ୟୁନିକେସନ୍‌ ସ୍ୟାଟେଲାଇଟ୍‌ ଜିସ୍ୟାଟ୍‌-୩୧ର ସଫଳ ଉତ୍‌କ୍ଷେପଣ ସମ୍ଭବ ହୋଇପାରିଛି। ୨୦୧୯ ବର୍ଷ ଆରମ୍ଭରୁ ଏହା ଇସ୍ରୋର ତୃତୀୟ ସଫଳ ମିଶନ୍। ତେବେ ଏହି ସ୍ୟାଟେଲାଇଟ୍‌କୁ ଭାରତ ବାହାରେ ଫ୍ରେଞ୍ଚ ଗୁଏନାଠାରେ ଉତ୍‌କ୍ଷେପଣ କରାଯାଇଥିଲା।

ଆମେରିକାର ଦକ୍ଷିଣ ଉପକୂଳ ନିକଟବର୍ତ୍ତୀ ତଥା ଫ୍ରାନ୍ସର ସୀମା ଭିତରେ ଥିବା କୌରୋଉସ୍ଥିତ ଏରିଏନ୍‌ ଲଞ୍ଚ କମ୍ପ୍ଲେକ୍ସରୁ ଏହାର ଉତ୍‌କ୍ଷେପଣ କରାଯିବାର ୪୨ ମିନିଟ୍‌ ପରେ ଏହା କକ୍ଷ ପଥରେ ଅବସ୍ଥାପିତ ହୋଇଥିଲା।

ଏହି ଉତ୍‌କ୍ଷେପଣ ପରେ ସତୀଶ ଧୱନ୍‌ ମହାକାଶ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଏସ୍‌ ପାଣ୍ଡିଆନ୍‌ଙ୍କ କହିବା ଅନୁଯାୟୀ, “ଜିସ୍ୟାଟ-୩୧ର ସଫଳ ଉତ୍‌କ୍ଷେପଣରେ ମୁଁ ଆନନ୍ଦିତ। ୨୦୧୯ ମସିହାରେ ଏହା ଇସ୍ରୋର ତୃତୀୟ ମିଶନ୍‌।”

ଜିସ୍ୟାଟ୍‌-୩୧ ଇନ୍‌ସ୍ୟାଟ୍‌ର ସ୍ଥାନ ନେବ। ଇନ୍‌ସ୍ୟାଟ୍‌ର ଆୟୁ ସରିଆସୁଥିବାରୁ ତାକୁ ପୃଥିବୀପୃଷ୍ଠକୁ ଖସାଯିବ। ଏହା ଭାରତର ମୂଳଭୂମି ଏବଂ ଦ୍ୱୀପସମୂହଙ୍କୁ ଯୋଗାଯୋଗ ସେବା ଯୋଗାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos