କରୋନା: ଦେଶରେ ବଢ଼ୁଛି ସୁସ୍ଥହାର ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। କିନ୍ତୁ ଏହା ମଧ୍ୟରେ ସବୁଠାରୁ ବଡ଼ ଆଶ୍ୱସ୍ତିକର କଥା ହେଉଛି, ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଦେଶରେ କରୋନା ରିକଭରୀ ରେଟ୍ ୪୮.୦୭ ପ୍ରତିଶତକୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସମ୍ପାଦକ ଲଭ୍ ଅଗ୍ରୱାଲ୍ ମଙ୍ଗଳବାର ପ୍ରେସ କନଫରେନ୍ସ ଜରିଆରେ ଏହି ସୂଚନା ଦେଇଛନ୍ତି। ଦେଶରେ ଟେଷ୍ଟିଂର ସୁବିଧା ମଧ୍ୟ ବୃଦ୍ଧି ପାଇଛି। ଭାରତରେ ପ୍ରତିଦିନ […]

covid19

Ranjit Kumar Jena
  • Published: Tuesday, 02 June 2020
  • , Updated: 02 June 2020, 06:43 PM IST

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। କିନ୍ତୁ ଏହା ମଧ୍ୟରେ ସବୁଠାରୁ ବଡ଼ ଆଶ୍ୱସ୍ତିକର କଥା ହେଉଛି, ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଦେଶରେ କରୋନା ରିକଭରୀ ରେଟ୍ ୪୮.୦୭ ପ୍ରତିଶତକୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସମ୍ପାଦକ ଲଭ୍ ଅଗ୍ରୱାଲ୍ ମଙ୍ଗଳବାର ପ୍ରେସ କନଫରେନ୍ସ ଜରିଆରେ ଏହି ସୂଚନା ଦେଇଛନ୍ତି। ଦେଶରେ ଟେଷ୍ଟିଂର ସୁବିଧା ମଧ୍ୟ ବୃଦ୍ଧି ପାଇଛି। ଭାରତରେ ପ୍ରତିଦିନ ୧ଲକ୍ଷ ୨୦ ହଜାରରୁ ଊର୍ଦ୍ଧ୍ୱ ଟେଷ୍ଟିଂ ହେଉଛି। ଏହା ମଧ୍ୟରେ ସରକାର କରୋନାରେ ଅଧିକ ଗୁରୁତର ହୋଇଥିବା ରୋଗୀଙ୍କୁ ରେମିଡେସିଭିର ଔଷଧ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛନ୍ତି।

ଲଭ୍ ଅଗ୍ରୱାଲ୍ କହିଛନ୍ତି, ବର୍ତ୍ତମାନ କୋଭିଡ୍-୧୯ ପଜିଟିଭ୍ କେସକୁ ଚିହ୍ନଟ କରିବା ଏବଂ ଏହାର ଚିକିତ୍ସା କରିବା ଆମର ମୂଳ ଲକ୍ଷ୍ୟ। ଏପର୍ଯ୍ୟନ୍ତ ୯୫,୫୨୭ ଜଣ କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି। ଗତ ୨୮ ଘଣ୍ଟାରେ ୩୭୦୮ ରୋଗୀ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି। ଆମର ରିକଭରୀ ରେଟ୍ ୪୮.୦୭ ପ୍ରତିଶତ ରହିଛି। ୧୫ ଏପ୍ରିଲରେ ଦେଶରେ କରୋନା ରିକଭରୀ ରେକଟ୍ ୧୧.୪୨ ପ୍ରତିଶତ ଥିଲା। ସେହିପରି ଦେଶରେ କରୋନା ମୃତ୍ୟୁ ହାର ୨.୮୨ ପ୍ରତିଶତ ରହିଛି, ଯାହାକି ସାରା ବିଶ୍ୱରେ ଏହା ସବୁଠାରୁ କମ୍ ମୃତ୍ୟୁହାର। କରୋନାରେ ମ୍ୟୃତ୍ୟୁବରଣ କରିଥିବା ୭୩ ପ୍ରତିଶତ ଲୋକଙ୍କୁ ଅନ୍ୟ ସମସ୍ୟା ମଧ୍ୟ ଥିଲା ବୋଲି ଲଭ୍ ଅଗ୍ରୱାଲ୍ କହିଛନ୍ତି।

କରୋନା ମାମଲାକୁ ନେଇ ଲଭ୍ ଅଗ୍ରୱାଲ୍ ଆହୁରି କହିଛନ୍ତି, ବିଶ୍ୱ ତୁଳନାରେ ଭାରତର ତୁଳନା କରିବା ଠିକ୍ ହେବନି। ଅନ୍ୟ ଦେଶ ତୁଳନାରେ ଭାରତର ଜନସଂଖ୍ୟା ବହୁତ ଅଧିକ। ଯଦି ଆମେ ତୁଳନା କରିବା, ତାହେଲେ ଏହାକୁ ଆଖି ଆଗରେ ରଖିବାକୁ ପଡ଼ିବ।

ପ୍ରେସ କନଫରେନ୍ସରେ ଆଇସିଏମଆର୍ ପକ୍ଷରୁ କୁହାଯାଇଛି ଯେ କରୋନା ଟେଷ୍ଟିଂ ବଢ଼ାଇବା ପାଇଁ ଆମେ ଅନ୍ୟ ସ୍ବତନ୍ତ୍ର ପ୍ଲାଟଫର୍ମର ବ୍ୟବହାର କରୁଛୁ। ଟ୍ରୁନେଟ୍ ସ୍କ୍ରିନିଂ ଆଣ୍ଡ କନଫମେଣ୍ଟ୍ରି ଟେଷ୍ଟକୁ ମାନ୍ୟତା ପ୍ରଦାନ କରାଯାଇଛି। ଏହାଦ୍ୱାରା ଟେଷ୍ଟିଂ ସୁଯୋଗ ବଢ଼ିବ। ଦେଶରେ ୬୮୧ ଲ୍ୟାବକୁ କରୋନା ଟେଷ୍ଟ ପାଇଁ ମଞ୍ଜୁରୀ ମିଳିଛି। ଏଥିରୁ ୪୭୬ ସରକାରୀ ଏବଂ ୨୦୫ ବେସରକାରୀ ରହିଛି। ଏହି ଆଧାରରେ ପ୍ରତିଦିନ ୧ଲକ୍ଷ ୨୦ହଜାର ଟେଷ୍ଟ କରାଯାଉଛି।

Related story