ନୂଆଦିଲ୍ଲୀ: ଖସୁଛି କରୋନା ଗ୍ରାଫ। ନିକଟରେ ପଜିଟିଭିଟି ରେଟ୍ ୧୦ ପ୍ରତିଶତକୁ ହ୍ରାସ ପାଇଛି। ଆଜି ଦେଶରେ ୧.୬୧ ଲକ୍ଷ ନୂଆ କୋଭିଡ୍ ମାମଲା ରେକର୍ଡ଼ କରାଯାଇଛି। ଏଥିସହ ଦେଶରେ ମୋଟ ମାମଲା ୪,୧୬,୩୦,୮୮୫କୁ ଛୁଇଁଛି। ଗତକାଲିଠାରୁ ଏହି ମାମଲା ୩ ପ୍ରତିଶତ ହ୍ରାସ ଘଟିଥିବା ଆକଳନ କରାଯାଇଛି।
ସେହିପରି ନିକଟରେ ଦୈନିକ ପଜିଟିଭିଟି ମାମଲା ୧୧.୬ ପ୍ରତିଶତରୁ ୯.୨୬ ପ୍ରତିଶତକୁ ଖସିଛି। ସେହିପରି ସାପ୍ତାହିକ ପଜିଟିଭିଟି ରେଟ୍ ୧୪.୧୫ ପ୍ରତିଶତ ରହିଛି। ଏବେ ଦେଶରେ ୧୬.୨୧,୬୦୩ଟି ଆକ୍ଟିଭ କେସ୍ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୭୩୩ ଜଣ କୋଭିଡ୍ରେ ପ୍ରାଣ ହରାଇଛନ୍ତି। ସେଥିରେ କେରଳର ସର୍ବାଧିକ ମୃତ୍ୟୁ ସଂଖ୍ୟା ୧୦୬୩ ଟି ରହିଛି। ରାଜ୍ୟରେ କୋଭିଡ୍ରେ ମୋଟ ମୃତକଙ୍କ ସଂଖ୍ୟା ୪.୯୭,୯୭୫କୁ ବୃଦ୍ଧି ପାଇଛି ।
ଦେଶରେ କୋଭିଡ୍ ଟିକାରକରଣ ଅଭତଯାନ ଜାରି ରହିଥିବା ବେଳେ ଏଯାଏଁ ୧୬୭.୨୧ କୋଟି ଡୋଜ୍ ଦିଆଗଲାଣି। ଦେଶର ୭୫ ପ୍ରତିଶତ ବୟସ୍କ ସମ୍ପୂର୍ଣ୍ଣ ଟିକାକରଣ ହୋଇସାରିଲେଣି। ସେହିପରି ୧୫ରୁ ୧୮ ବର୍ଷ ମଧ୍ୟରେ ୪,୭୧,୪୪,୪୨୩ ଜଣଙ୍କୁ ପ୍ରଥମ ଡୋଜ୍ ଦିଆଗଲାଣି। ୧୦,୮୧,୮୩୮ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି। ୨୦୨୦ ଡିସେମ୍ବର ୧୯ ରେ ଟିକାକରଣ ଅଭିଯାନ ୧ କୋଟି ଛୁଇଁପାରିଥିଲା। ଯାହାକୁ ଏକ ମାଇଲ ଷ୍ଟୋନ୍ ବୋଲି କୁହାଯାଉଥିଲା। ମେ’ ୪ ସୁଦ୍ଧା ୨ କୋଟି ଏବଂ ୨୦୨୧ ଜୁନ୍ ୨୩ ସୁଦ୍ଧା ୩ କୋଟି ଛୁଇଁ ପାରିଛି। ମଙ୍ଗଳବାର ଦିଲ୍ଲୀରେ ୨,୬୮୩ ଟି ନୂଆ ମାମଲା ରେକର୍ଡ଼ ହୋଇଛି। ରାଜଧାନୀ ଦିଲ୍ଲୀରେ ପଜିଟିଭିଟି ରେଟ୍ ୫.୦୯ ପ୍ରତିଶତ ରହିଛି। ସେହିପରି ମହରାଷ୍ଟ୍ରରେ ଗତକାଲି ୧୪,୩୭୨ଟି ମାମଲା ରେକର୍ଡ଼ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।