ନୂଆଦିଲ୍ଲୀ: ଏକବିଂଶ ଶତାବ୍ଦୀର ଶେଷ ସୁଦ୍ଧା ଭାରତର ହାରାହାରି ତାପମାତ୍ରା ପ୍ରାୟ ୧.୩୯–୨.୭୦ ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି।
ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟେରୋଲୋଜି (ଆଇଆଇଟିଏମ୍) ର ସେଣ୍ଟର ଅଫ୍ ଜଳବାୟୁ ପରିବର୍ତ୍ତନ ଷ୍ଟଡିଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆର କୃଷ୍ଣନ୍ କହିଛନ୍ତି, ତାପମାତ୍ରା ବୃଦ୍ଧି ଦେଶର ସମସ୍ତ ଭାଗରେ ସମାନ ହେବ ନାହିଁ।
ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ଭିଡିଓ କନଫରେନସିଂ ବୈଠକରେ କୃଷ୍ଣନ ଏଭଳି ଆକଳନ କରିଛନ୍ତି। ଏହି ବୈଠକରେ ଜଳବାୟୁ ଏବଂ ଆର୍ଥ ସିଷ୍ଟମ ମଡେଲିଂ ଉପରେ ଆଲୋଚନା କରାଯାଇଥିଲା।
କୃଷ୍ଣନ୍ କହିଛନ୍ତି, "୨୦୭୦ ରୁ ୨୦୯୯ ମଧ୍ୟରେ ୨.୭୦ ଡିଗ୍ରୀ ସେଲସିୟମ ତାପମାତ୍ରା ବୃଦ୍ଧି ପାଇପାରେ। ଅଧିକ ଉତ୍ତାପର ଅର୍ଥ ହେଉଛି ବାୟୁମଣ୍ଡଳରେ ଅଧିକ ଜଳୀୟ ବାଷ୍ପ ଉପସ୍ଥିତି ରହିଛି, ଯାହା ଆଗାମୀ ଦଶନ୍ଧିରେ ଅଧିକ ବର୍ଷା କରିବ"।
୧୯୦୧ ରୁ ୨୦୧୮ ମଧ୍ୟରେ ଭାରତରେ ହାରାହାରି ତାପମାତ୍ରା ୦.୭ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଥିଲା। ବିଶେଷଜ୍ଞମାନେ ଏହି ପରିବର୍ତ୍ତନକୁ ଗ୍ରୀନହାଉସ୍ ଗ୍ୟାସର ପ୍ରଭାବ ସହିତ ଚାଷ ଜମି ବ୍ୟବହାର ନହେବାକୁ ଦାୟୀ କରିଥିଲେ।
ଅନ୍ୟପଟେ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ଏକ ରିପୋର୍ଟରୁ ଜଣାପଡିଛି ଯେ ଶତାବ୍ଦୀର ଶେଷ ସୁଦ୍ଧା ଭାରତର ହାରାହାରି ତାପମାତ୍ରା ୪.୪ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇବ।