ଭିଶାଖାଖାପାଟଣାମ୍: ବିମାନ ବନ୍ଦରରେ ଜଙ୍ଗଲୀ ବାରହା ଆତଙ୍କ। ବନ୍ଦରରୁ ବିମାନ ଆରୋହଣ ବେଳେ ହଠାତ୍ ବିମାନର ଡାହାଣପଟକୁ ପଶିଆସିଲା ବାରହା। ତେବେ ଏହା ଜାଣିପାରି ପାଇଲଟ୍ ବିମାନଟିକୁ ରଖିବା ପରିବର୍ତ୍ତେ ଏହାକୁ ଉଡ଼ାଇବାକୁ ଉଚିତ୍ ମଣିଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଭିଶାଖାପାଟଣାମ୍ ବିମାନ ବନ୍ଦରରେ ଘଟିଛି। ଏହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଛି। ସୂଚନାମୁତାବକ ଭିଶାଖାପାଟଣାମ୍ରୁ ଏକ ଇଣ୍ଡିଗୋ ବିମାନ ଯାତ୍ରା କରିବାକୁ ପ୍ରସ୍ତୁତ ହେଉଥିଲା। ଉକ୍ତ ବିମାନରେ କ୍ର୍ୟୁମେମ୍ବରଙ୍କ ସମେତ ୧୬୦ ଜଣ ଯାତ୍ରୀ ଥିଲେ। ତେବେ ବିମାନଟି ଉଡ଼ିବା ପାଇଁ ପ୍ରସ୍ତୁତ ହେଉଥିଲେ ମଧ୍ୟ ଉଚିତ୍ ସମୟ ହୋଇ ନଥିଲା। ସେତେବେଳେ ଟ୍ରାଫିକ୍ ସିଗନାଲ ମଧ୍ୟ ନ ଥିଲା।
ହେଲେ ହଠାତ୍ ବାରହାଟି ବିମାନ ପାଖକୁ ଚାଲିଆସିବାରୁ ପାଇଲଟଙ୍କ ନଜରେ ପଡ଼ିଥିଲା। ଆଉ ବାଧ୍ୟ ହୋଇ ପାଇଲଟ ସୁରକ୍ଷା ଦୃଷ୍ଟିରୁ ବିମାନ ଉଡ଼ାବାକୁ ବାଧ୍ୟ ହୋଇଥିଲେ। କିଛି ସମୟ ଉଡ଼ିବା ପରେ ପୁଣି ରନୱେରେ ବିମାନଟିକୁ ଅବତରଣ କରିଥିଲେ ବୋଲି ଇଣ୍ଡିଗୋ ପକ୍ଷରୁ ଏକ ପ୍ରେସ୍ ବିବୃତିରେ ସୂଚନା ଦିଆଯାଇଛି। ତେବେ ପରବର୍ତ୍ତୀ ସମୟରେ ଦେଢଘଣ୍ଟା ବିଳମ୍ବରେ ବିମାନ ଉଡ଼ାଣ ଆରମ୍ଭ କରିଥିଲା। ଘଟଣାକୁ ନେଇ ତଦନ୍ତ ଜାରି ରହିଥିଲା ବେଳେ ବିମାନ ବନ୍ଦରେ କିଭଳି ଜଙ୍ଗଲି ଯନ୍ତୁ ପ୍ରବେଶ କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ସୁରକ୍ଷାକୁ ନେଇ ମଧ୍ୟ ଅନେକ କଥା ଉଠିଛି। ଅନ୍ୟପକ୍ଷରେ ରବିବାର ଦିନ ଏହି ଘଟଣା ଘଟିଥିବା ବେଳେ ଏହାର ରିପୋର୍ଟ ଡିଜିସିଏ( ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟକୁ) ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।