ଇନ୍ଦିରାଙ୍କ ହତ୍ୟାକୁ ଆତ୍ମହତ୍ୟା ଘୋଷଣା ଆବେଦନ ଖାରଜ

ଅହମଦାବାଦ: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଘଟଣାକୁ ଆତ୍ମହତ୍ୟା ଘୋଷଣା କରିବା ନେଇ ହୋଇଥିବା ଏକ ଆବେଦନକୁ ଗୁଜୁରାଟ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ରୋଚକର କଥା ହେଉଛି ଏହି ଆବେଦନ କରାଯିବାର ୨୯ ବର୍ଷ ପରେ ଗତକାଲି ଏହାର ପ୍ରଥମ ଥର ପାଇଁ ଶୁଣାଣି କରାଯାଇଥିଲା। ଶୁଣାଣିର ମାତ୍ର ଅଳ୍ପ ସମୟ ମଧ୍ୟରେ କୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଥିଲେ। ୧୯୮୬ରେ ଏହି ଆବେଦନ କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ଇନ୍ଦିରା […]

igandhi

Rakesh Mallick
  • Published: Wednesday, 01 July 2015
  • , Updated: 01 July 2015, 10:33 AM IST

ଅହମଦାବାଦ: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଘଟଣାକୁ ଆତ୍ମହତ୍ୟା ଘୋଷଣା କରିବା ନେଇ ହୋଇଥିବା ଏକ ଆବେଦନକୁ ଗୁଜୁରାଟ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ରୋଚକର କଥା ହେଉଛି ଏହି ଆବେଦନ କରାଯିବାର ୨୯ ବର୍ଷ ପରେ ଗତକାଲି ଏହାର ପ୍ରଥମ ଥର ପାଇଁ ଶୁଣାଣି କରାଯାଇଥିଲା। ଶୁଣାଣିର ମାତ୍ର ଅଳ୍ପ ସମୟ ମଧ୍ୟରେ କୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଥିଲେ। ୧୯୮୬ରେ ଏହି ଆବେଦନ କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଘଟଣା ଏକ ଯୋଜନାବଦ୍ଧ ଆତ୍ମହତ୍ୟା ଥିଲା। ଇନ୍ଦିରା ନିଜ ପୁଅକୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଥିଲେ। କିନ୍ତୁ ସେତେବେଳେ ରାଜନୈତିକ ସ୍ଥିତି ତାଙ୍କ ସପକ୍ଷରେ ନଥିଲା। ତେଣୁ ନିଜର ହତ୍ୟା ପାଇଁ ସେ ଷଡ଼ଯନ୍ତ୍ର ରଚିଥିଲେ। ତାଙ୍କର ମୃତ୍ୟୁ ପରେ ଲୋକେ ସ୍ୱତଃସ୍ପୃତ ଭାବେ ରାଜୀବଙ୍କୁ ଭୋଟ୍ ଦେବେ ବୋଲି ଇନ୍ଦିରା ଜାଣିଥିଲେ। ତେଣୁ ଏହାକୁ ଆତ୍ମହତ୍ୟା ବୋଲି ଘୋଷଣା କରାଯାଉ।

ତେବେ ଏହାକୁ ଖାରଜ କରି କୋର୍ଟ କହିଥିଲେ ଯେ ଏହି ଆବେଦନ ଉପରେ ଗୁରୁତ୍ୱ ଦେବା ଅବା ବିଚାର କରିବା ପାଇଁ ଯଥେଷ୍ଟ ତଥ୍ୟ ନାହିଁ। ତେଣୁ ଏହାକୁ ଖାରଜ କରି ଦିଆଗଲା।

Related story