ଇଣ୍ଡୋନେସିଆର ବାଲିରୁ ଗ୍ୟାଙ୍ଗଷ୍ଟାର ଛୋଟା ରାଜନ୍ ଗିରଫ୍

ଜାକର୍ତ୍ତା: ଇଣ୍ଡୋନେସିଆର ବାଲିରୁ ସୋମବାର ଗିରଫ ହୋଇଛି ଭାରତର ମୋଷ୍ଟ ୱାଣ୍ଟେଡ୍ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ୍ ଓରଫ୍ ରାଜେନ୍ଦ୍ର ସଦାଶିବ୍ ନିକାଲଜେ ଓରଫ୍ ସିଆନାଇଡ୍ ମୋହନ। ଗତକାଲି ସେ ଅଷ୍ଟ୍ରେଲିଆ ପୋଲିସ ଆଖିରେ ଧୂଳି ଦେଇ ସିଡନୀରୁ ବାଲିକୁ ପଳାଇ ଆସିଥିଲା। ତାକୁ ପିଛା କରି ଅଷ୍ଟ୍ରେଲିଆ ପୋଲିସ ଇଣ୍ଡୋନେସିଆ ସରକାରଙ୍କ ସହାୟତା ଲୋଡିଥିଲା। ସ୍ଥାନୀୟ ପୋଲିସର ସହାୟତା ଗତକାଲି ଛୋଟା ରାଜନକୁ ଅଟକ ରଖାଯାଇଥିଲା। ପଚରାଉଚରା କରିବା ପରେ ସୋମବାର ଛୋଟା ରାଜନକୁ ଗିରଫ […]

chhota-rajan

chhota-rajan

Rakesh Mallick
  • Published: Monday, 26 October 2015
  • Updated: 29 October 2015, 05:36 AM IST

Sports

Latest News

ଜାକର୍ତ୍ତା: ଇଣ୍ଡୋନେସିଆର ବାଲିରୁ ସୋମବାର ଗିରଫ ହୋଇଛି ଭାରତର ମୋଷ୍ଟ ୱାଣ୍ଟେଡ୍ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ୍ ଓରଫ୍ ରାଜେନ୍ଦ୍ର ସଦାଶିବ୍ ନିକାଲଜେ ଓରଫ୍ ସିଆନାଇଡ୍ ମୋହନ। ଗତକାଲି ସେ ଅଷ୍ଟ୍ରେଲିଆ ପୋଲିସ ଆଖିରେ ଧୂଳି ଦେଇ ସିଡନୀରୁ ବାଲିକୁ ପଳାଇ ଆସିଥିଲା। ତାକୁ ପିଛା କରି ଅଷ୍ଟ୍ରେଲିଆ ପୋଲିସ ଇଣ୍ଡୋନେସିଆ ସରକାରଙ୍କ ସହାୟତା ଲୋଡିଥିଲା। ସ୍ଥାନୀୟ ପୋଲିସର ସହାୟତା ଗତକାଲି ଛୋଟା ରାଜନକୁ ଅଟକ ରଖାଯାଇଥିଲା। ପଚରାଉଚରା କରିବା ପରେ ସୋମବାର ଛୋଟା ରାଜନକୁ ଗିରଫ କରାଯାଇଥିଲା। ପରେ ଇଣ୍ତୋନେସିଆ ପୋଲିସ, ଇଣ୍ଟରପୋଲ୍ ଓ ଇଣ୍ଡିଆନ୍ ଅଥୋରିଟି ସହ ଯୋଗାଯୋଗ କରିଥିଲେ। ଅନ୍ୟପକ୍ଷରେ ଗିରଫକୁ ନେଇ ଇଣ୍ଟରପୋଲକୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମର ସହଯୋଗୀ ଛୋଟା ରାଜନ୍ ପ୍ରକୃତ ନାଁ ରାଜେନ୍ଦ୍ର ସଦାଶିବ ନିକାଲଜେ। ଛୋଟା ରାଜନ୍ ବିରୁଦ୍ଧରେ ଭାରତରେ ୧୫ରୁ ୨୦ଟି ହତ୍ୟା ଅଭିଯୋଗ ରହିଛି। ସେ ପ୍ରାୟ ଦୁଇ ଦଶନ୍ଧି ଧରି ଫେରାର୍ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos