ଇଣ୍ଡୋନେସିଆ ବାୟୁ ସେନା ବିମାନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୪୧କୁ ବୃଦ୍ଧି

ଜାକର୍ତା: ଇଣ୍ଡୋନେସିଆ ବାୟୁ ସେନା ବିମାନ ଦୁର୍ଘଟଣାର ମୃତକଙ୍କ ସଂଖ୍ୟା ୧୪୧କୁ ବୃଦ୍ଧି ପାଇଛି। ଗତକାଲି ରାତି ସୁଦ୍ଧା ମୃତକଙ୍କ ସଂଖ୍ୟା ୧୧୬ ବୋଲି କୁହାଯାଇଥିଲା। ତେବେ ବୁଧବାର ଏହି ସଂଖ୍ୟା ୧୪୧ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଗତକାଲି ଦିନ ୧୨ଟା ୫ରେ ବିମାନଟି ମେଦାନ ସହରରୁ ଉଡ଼ାଣ ଭରିବାର ମାତ୍ର ଦୁଇ ମିନିଟ୍ ପରେ ଏକ ନବ ନିର୍ମିତ କୋଠା ଉପରେ ପଡ଼ି ଯାଇଥିଲା। ପ୍ରାଥମିକ ଭାବେ ବିମାନରେ ମୋଟ ୧୧୩ ଜଣ ଯାତ୍ରୀ […]

indonesiaplane

Rakesh Mallick
  • Published: Wednesday, 01 July 2015
  • , Updated: 04 May 2017, 03:45 PM IST

ଜାକର୍ତା: ଇଣ୍ଡୋନେସିଆ ବାୟୁ ସେନା ବିମାନ ଦୁର୍ଘଟଣାର ମୃତକଙ୍କ ସଂଖ୍ୟା ୧୪୧କୁ ବୃଦ୍ଧି ପାଇଛି। ଗତକାଲି ରାତି ସୁଦ୍ଧା ମୃତକଙ୍କ ସଂଖ୍ୟା ୧୧୬ ବୋଲି କୁହାଯାଇଥିଲା। ତେବେ ବୁଧବାର ଏହି ସଂଖ୍ୟା ୧୪୧ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଗତକାଲି ଦିନ ୧୨ଟା ୫ରେ ବିମାନଟି ମେଦାନ ସହରରୁ ଉଡ଼ାଣ ଭରିବାର ମାତ୍ର ଦୁଇ ମିନିଟ୍ ପରେ ଏକ ନବ ନିର୍ମିତ କୋଠା ଉପରେ ପଡ଼ି ଯାଇଥିଲା। ପ୍ରାଥମିକ ଭାବେ ବିମାନରେ ମୋଟ ୧୧୩ ଜଣ ଯାତ୍ରୀ ଥିବା କୁହାଯାଇଥିଲା। ଏମାନଙ୍କ ମଧ୍ୟରେ ୧୨ ଜଣ ବିମାନ କର୍ମଚାରୀ ମଧ୍ୟ ଥିଲେ। ତେବେ ଆଜି କୁହାଯାଇଛି ଯେ ୧୨ ଜଣ ବିମାନ କର୍ମଚାରୀଙ୍କ ସମେତ ସେଥିରେ ୧୨୨ ଜଣ ସବାର ହୋଇଥିଲେ। ଏହା ବ୍ୟତୀତ ଭୂପୃଷ୍ଠରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି।

Related story