ଇନ୍ଦୋର: କରୋନା ସନ୍ଦିଗ୍ଧଙ୍କୁ ଖୋଜିବା ପାଇଁ ଯାଇ ଆକ୍ରମଣର ଶିକାର ହୋଇଥିଲେ ମଧ୍ୟପ୍ରଦେଶ ଇନ୍ଦୋରର ସ୍ୱାସ୍ଥ୍ୟ କର୍ମଚାରୀ। ଏହି ଘଟଣାରେ ୭ ଜଣ ଗିରଫ ହୋଇଛନ୍ତି। ଆକ୍ରମଣ ଘଟଣାର ଭିଡିଓ ଫୁଟେଜକୁ ଆଧାର କରି ପୁଲିସ ତଦନ୍ତ କରିଥିଲା। ଏହାପରେ ପୁଲିସ ଅଭିଯୁକ୍ତଙ୍କ ଗିରଫ କରିଛି।
ବୁଧବାର ଦିନ ଇନ୍ଦୋରରେ ଜଣେ ମହିଳା କରୋନାରେ ଆକ୍ରାନ୍ତ ହୋଇଥାଇପାରନ୍ତି ବୋଲି ସନ୍ଦେହ ହୋଇଥିଲା। ଏହାପରେ ଡାକ୍ତରଙ୍କ ସହିତ ସ୍ୱାସ୍ଥ୍ୟ କର୍ମଚାରୀ ତାଙ୍କୁ ଖୋଜିବା ପାଇଁ ଯାଇଥିଲେ। ଏହି ସମୟରେ ସ୍ଥାନୀୟ ଲୋକମାନେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରକୁ ଢ଼େଲା ପଥର ମାଡ଼ କରିଥିଲେ। ଏହାପରେ ଥାନାରେ ମାମଲା ରୁଜୁ ହୋଇଥିଲା। ତେବେ ମହିଳା ଜଣଙ୍କ କରୋନାରେ ଆକ୍ରାନ୍ତ ନୁହନ୍ତି ବୋଲି ସ୍ଥାନୀୟ ଲୋକମାନେ କହିଥିଲେ।
ଆକ୍ରମଣର ଶିକାର ହୋଇଥିବା ଜଣେ ମହିଳା ଡାକ୍ତର କହିଥିଲେ ସ୍ୱାସ୍ଥ୍ୟ ବିଭାଗ ତାଙ୍କୁ ସ୍କ୍ରିନିଂ ପାଇଁ ପଠାଇଥିଲା। ତିନି ଦିନ ହେବ ସେଠାକୁ ଯାଉଥିଲୁ। ଲୋକଙ୍କର ସ୍କ୍ରିନିଂ କରିବା ସହିତ ରୋଗୀ ଦେଖୁଥିଲୁ। ହଠାତ୍ ଜଣେ ବ୍ୟକ୍ତିର କରୋନା ଆକ୍ରାନ୍ତଙ୍କ ସହିତ ଲିଙ୍କ୍ ନେଇ ସୂଚନା ମିଳିଥିଲା। ଏହାପରେ ଉକ୍ତ ମହିଳାଙ୍କୁ ଖୋଜିବା ପାଇଁ ଯାଇଥିଲୁ ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।