ନୌସେନାରେ ସାମିଲ ହେଲା ଆଇଏନ୍‌ଏସ୍ କିଲ୍‌ଟନ୍ ଯୁଦ୍ଧ ଜାହାଜ

ବିଶାଖାପାଟଣା: ଏଣିକି ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା। କାରଣ ନୌସେନାରେ ସାମଲି ହୋଇଛି ଶକ୍ତିଶାଳି ଆଇଏନ୍‌ଏସ୍ କିଲ୍‌ଟନ୍ ଯୁଦ୍ଧ ଜାହାଜ। ବିଶାଖପାଟଣାର ଇଷ୍ଣର୍ଣ୍ଣ ନାଭାଲ କମାଣ୍ଡରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ଯୁଦ୍ଧ ଜାହାଜକୁ ଦେଶ ପାଇଁ  ଉତ୍ସର୍ଗ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି। ଶିବାଲିକ କ୍ଲାସ୍, କୋଲକତା କ୍ଲାସ୍ ପରେ ଏବେ ଏହି ଆଇଏନ୍‌ଏସ୍ କିଲ୍‌ଟନ୍ ଜାହାଜଟି ଯୁଦ୍ଧ ଜାହାଜ ତାଲିକାରେ […]

Rakesh Mallick
  • Published: Monday, 16 October 2017
  • , Updated: 16 October 2017, 09:24 PM IST

ବିଶାଖାପାଟଣା: ଏଣିକି ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା। କାରଣ ନୌସେନାରେ ସାମଲି ହୋଇଛି ଶକ୍ତିଶାଳି ଆଇଏନ୍‌ଏସ୍ କିଲ୍‌ଟନ୍ ଯୁଦ୍ଧ ଜାହାଜ। ବିଶାଖପାଟଣାର ଇଷ୍ଣର୍ଣ୍ଣ ନାଭାଲ କମାଣ୍ଡରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ଯୁଦ୍ଧ ଜାହାଜକୁ ଦେଶ ପାଇଁ  ଉତ୍ସର୍ଗ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି।

ଶିବାଲିକ କ୍ଲାସ୍, କୋଲକତା କ୍ଲାସ୍ ପରେ ଏବେ ଏହି ଆଇଏନ୍‌ଏସ୍ କିଲ୍‌ଟନ୍ ଜାହାଜଟି ଯୁଦ୍ଧ ଜାହାଜ ତାଲିକାରେ ସାମିଲ ହୋଇଛି। ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓଜନିଆ ଟରପିଡୋସ୍, ଏଏସଡବ୍ଲୁ ରକେଟ, ୭୬ ଏମ୍ଏମ୍ କାଲିବ୍ରେ, ମିଡିୟମ ରେଂଜ ଗନ୍ ଓ ଦୁଇଟି ମଲ୍ଟି ବ୍ୟାରେଲ୍ ୩୦ ଏମ୍ଏମ୍ ଗନ୍ ସହ ସ୍ୱତନ୍ତ୍ର ଅଗ୍ନି ନିୟନ୍ତ୍ରଣ ବ୍ୟବସ୍ଥା ରହିଛି। ଆଇଏନ୍‌ଏସ୍ କିଲ୍‌ଟନ୍ ଦ୍ୱାରା ଭାରତର ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହେବା ସହ ଶତ୍ରୁମାନଙ୍କ ସହ କଡ଼ା ମୁକାବିଲା କରିବାର ବୋଲି ସହାୟକ ହେବ ବୋଲି ନୌସେନା କହିଛି।

Related story