ଆଧାର ବଦଳରେ ପାନ୍‌, ପାନ୍‌ ବଦଳରେ ଆଧାର ଚଳିବ

ନୂଆଦିଲ୍ଲୀ: ରିଟର୍ଣ୍ଣ ଫାଇଲ ବେଳେ ଏଣିକି ଆଧାର ଓ ପାନ୍‌ କାର୍ଡ ବାଧ୍ୟତାମୂଳକ ହେବନାହିଁ। ଯଦି ଜଣଙ୍କ ପାଖରେ ଆଧାର କାର୍ଡ ରହିଛି, ତା’ହେଲେ ସେ ରିଟର୍ଣ୍ଣ ଫାଇଲ କରିପାରିବ। ସେହିପରି ଆଧାର ବଦଳରେ ପାନ୍‌ କାର୍ଡ ଥିଲେ ମଧ୍ୟ ଜଣେ ବ୍ୟକ୍ତି ରିଟର୍ଣ୍ଣ ଦାଖଲ କରିପାରିବ। ଅର୍ଥାତ ଆଧାର ବଦଳରେ ପାନ୍‌ ଓ ପାନ୍‌ ବଦଳରେ ଆଧାର ଚଳିବ ବୋଲି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି। ଏହାସହିତ ଅର୍ଥମନ୍ତ୍ରୀ […]

qa

Hemant Lenka
  • Published: Friday, 05 July 2019
  • , Updated: 05 July 2019, 01:17 PM IST

ନୂଆଦିଲ୍ଲୀ: ରିଟର୍ଣ୍ଣ ଫାଇଲ ବେଳେ ଏଣିକି ଆଧାର ଓ ପାନ୍‌ କାର୍ଡ ବାଧ୍ୟତାମୂଳକ ହେବନାହିଁ। ଯଦି ଜଣଙ୍କ ପାଖରେ ଆଧାର କାର୍ଡ ରହିଛି, ତା’ହେଲେ ସେ ରିଟର୍ଣ୍ଣ ଫାଇଲ କରିପାରିବ। ସେହିପରି ଆଧାର ବଦଳରେ ପାନ୍‌ କାର୍ଡ ଥିଲେ ମଧ୍ୟ ଜଣେ ବ୍ୟକ୍ତି ରିଟର୍ଣ୍ଣ ଦାଖଲ କରିପାରିବ।

ଅର୍ଥାତ ଆଧାର ବଦଳରେ ପାନ୍‌ ଓ ପାନ୍‌ ବଦଳରେ ଆଧାର ଚଳିବ ବୋଲି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି। ଏହାସହିତ ଅର୍ଥମନ୍ତ୍ରୀ ଆଜି ବଜେଟ୍‌ ଉପସ୍ଥାପନ ବେଳେ ଟିକସ ପ୍ରଦାନ କରୁଥିବା ଲୋକଙ୍କୁ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି,୨୦୧୩-୧୪ରେ ପ୍ରତ୍ୟକ୍ଷ ଟିକସର ପରିମାଣ  ୬.୩୮ ଲକ୍ଷ କୋଟି ଥିଲା। କିନ୍ତୁ ୨୦୧୮-୧୯ରେ ଏହା ୧୧.୩୭ ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ଟିକସ ପ୍ରଦାନରେ ସ୍ୱଚ୍ଛତା ଆମ ସରକାରଙ୍କ ମୂଳ ଲକ୍ଷ୍ୟ। ୨୫୦ କୋଟି ଟଙ୍କା ଆୟ କରୁଥିବା କମ୍ପାନୀକୁ ୨୫% କର୍ପୋରେଟ୍‌ ଟିକସ ଦେବାକୁ ପଡୁଥିଲା। କିନ୍ତୁ ଏବେ ଏହାକୁ ୪୦୦ କୋଟିକୁ ବଢ଼ାଇ ଦିଆଯାଇଛି। ଏଥିରେ ୯୯.୩% କମ୍ପାନୀ ସାମିଲ ହୋଇପାରିବେ।

ସେ ଆହୁରି କହିଛନ୍ତି, ପୂର୍ବପରି ୫ ଲକ୍ଷ ଆୟ ପର୍ଯ୍ୟନ୍ତ କୌଣସି ଟିକସ ବ୍ୟବସ୍ଥା ରହିବ ନାହିଁ। ପାନ୍‌ କାର୍ଡ ନଥିଲେ, ଆଧାର କାର୍ଡ ଜରିଆରେ ଆୟକର ରିଟର୍ଣ୍ଣ ଦାଖଲ ହୋଇପାରିବ। ସେହିପରି ଆଧାର କାର୍ଡ ନଥିଲେ ପାନ୍‌ କାର୍ଡ ଜରିଆରେ ରିଟର୍ଣ୍ଣ ଫାଇଲ କରିହେବ।

ବିଦ୍ୟୁତ୍‌ ଚାଳିତ ଯାନ ଓ ସୋଲାର ପ୍ୟାନେଲ ଉପରୁ ଜିଏସ୍‌ଟି ପରିମାଣ ୧୨%ରୁ ୫%କୁ ହ୍ରାସ କରାଯାଇଛି। ବିଦ୍ୟୁତ ଚାଳିତ କାର କିଣିଲେ ଟିକସରେ ସ୍ୱତନ୍ତ୍ର ରିହାତି ମିଳିବ। ଯେଉଁମାନଙ୍କ ଆୟ ୨ରୁ ୫ କୋଟି ଏବଂ ୫ କୋଟିରୁ ଅଧିକ ସେମାନେ ଦେଶର ବିକାଶ ପାଇଁ ଅଧିକ ଟିକସ୍‌ ଦେବାକୁ ଅର୍ଥମନ୍ତ୍ରୀ ସୀତାରମଣ ଆହ୍ୱାନ ଦେଇଛନ୍ତି। ୨ରୁ ୫ କୋଟି ଆୟ ଯାଏ ଟିକସ ସହ ୩% ସରଚାର୍ଜ ଓ ୫ କୋଟିରୁ ଅଧିକ ଆୟ କରୁଥିବା ବ୍ୟକ୍ତି ଟିକସ ସହ ୭% ସରଚାର୍ଜ ଦେବେ।

Related story