କମିଲା ଇପିଏଫଓ ସୁଧହାର

ନୂଆଦିଲ୍ଲୀ: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (ଇପିଏଫଓ) ସୁଧ ହାରକୁ ୦.୧୫ ପ୍ରତିଶତ କମାଇଛନ୍ତି। ୦.୧୫ ପ୍ରତିଶତ ସୁଧହାର କମିବା ପରେ ଏବେ ୮. ୫% ହୋଇଛି ସୁଧହାର। ମାର୍ଚ୍ଚ ୫ ରେ ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ବୈଠକରେ ଏହି ପ୍ରସଙ୍ଗ ଉଠାଯିବାର ସମ୍ଭାବନା ରହିଛି। ସୁଧହାର କମିବ ବୋଲି ପୂର୍ବରୁ ସମ୍ଭାବନା ଦେଖାଦେଇଥିଲା। କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (ଇପିଏଫ୍ଓ) ର ନିବେଶ ଉପରେ […]

epfo 650

Subhransu Sekhar
  • Published: Thursday, 05 March 2020
  • , Updated: 05 March 2020, 03:53 PM IST

ନୂଆଦିଲ୍ଲୀ: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (ଇପିଏଫଓ) ସୁଧ ହାରକୁ ୦.୧୫ ପ୍ରତିଶତ କମାଇଛନ୍ତି। ୦.୧୫ ପ୍ରତିଶତ ସୁଧହାର କମିବା ପରେ ଏବେ ୮. ୫% ହୋଇଛି ସୁଧହାର। ମାର୍ଚ୍ଚ ୫ ରେ ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ବୈଠକରେ ଏହି ପ୍ରସଙ୍ଗ ଉଠାଯିବାର ସମ୍ଭାବନା ରହିଛି।

ସୁଧହାର କମିବ ବୋଲି ପୂର୍ବରୁ ସମ୍ଭାବନା ଦେଖାଦେଇଥିଲା। କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (ଇପିଏଫ୍ଓ) ର ନିବେଶ ଉପରେ କମ୍ ରିଟର୍ଣ୍ଣ ଏହା ପଛରେ ମୁଖ୍ୟ କାରଣ ହୋଇପାରେ। ୨୦୧୯ ଆର୍ଥିକ ବର୍ଷରେ, ସୁଧ ହାର ୮.୬୫ ପ୍ରତିଶତ ଥିଲା। ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Related story