ଆଇଏନକ୍ସ ମିଡିଆ ମାମଲାରେ ଇଡିର ତଦନ୍ତ ଅଧିକାରୀଙ୍କ ବଦଳି

ନୂଆଦିଲ୍ଲୀ: ଗତକାଲି ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ କଂଗ୍ରେସ ନେତା ଚିଦାମ୍ୱରମଙ୍କୁ ଗିରଫ କରିଛି। ଆଜି କିନ୍ତୁ ଏହି ଦୂର୍ନିତି ମାମଲାର ତଦନ୍ତ କରୁଥିବା ଇଡିର ତଦନ୍ତ ଅଧିକାରୀ ରାକେଶ ଆହୁଜାଙ୍କର ବଦଳି ହୋଇଛି। ଅନ୍ୟ ଜଣେ ଇଡି ଅଧିକାରୀ ଏହି ଆଇଏନଏକ୍ସ ଦୂର୍ନୀତି ମାମଲାର ତଦନ୍ତ କରିବେ ବୋଲି ଜଣାପଡ଼ିଛି। ରାକେଶ ଆହୁଜାଙ୍କର ଦିଲ୍ଲୀ ପୁଲିସକୁ ବଦଳି ହୋଇଥିବା ଜଣାପଡ଼ିଛି। ଉଭୟ ଇଡି ଏବଂ ସିବିଆଇ ଆଇଏନଏକ୍ସ ମିଡିଆ ମାମଲାର ତଦନ୍ତ କରୁଥିବା ବେଳେ […]

ED

Subhransu Sekhar
  • Published: Thursday, 22 August 2019
  • , Updated: 22 August 2019, 02:42 PM IST
ନୂଆଦିଲ୍ଲୀ: ଗତକାଲି ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ କଂଗ୍ରେସ ନେତା ଚିଦାମ୍ୱରମଙ୍କୁ ଗିରଫ କରିଛି। ଆଜି କିନ୍ତୁ ଏହି ଦୂର୍ନିତି ମାମଲାର ତଦନ୍ତ କରୁଥିବା ଇଡିର ତଦନ୍ତ ଅଧିକାରୀ ରାକେଶ ଆହୁଜାଙ୍କର ବଦଳି ହୋଇଛି। ଅନ୍ୟ ଜଣେ ଇଡି ଅଧିକାରୀ ଏହି ଆଇଏନଏକ୍ସ ଦୂର୍ନୀତି ମାମଲାର ତଦନ୍ତ କରିବେ ବୋଲି ଜଣାପଡ଼ିଛି। ରାକେଶ ଆହୁଜାଙ୍କର ଦିଲ୍ଲୀ ପୁଲିସକୁ ବଦଳି ହୋଇଥିବା ଜଣାପଡ଼ିଛି।
ଉଭୟ ଇଡି ଏବଂ ସିବିଆଇ ଆଇଏନଏକ୍ସ ମିଡିଆ ମାମଲାର ତଦନ୍ତ କରୁଥିବା ବେଳେ ହଠାତ୍ କାହିଁକି ଇଡି ଅଧିକାରୀ ରାକେଶ ଆହୁଜାଙ୍କର ବଦଳି ହେଲା ତାହା ଏବେ ପ୍ରଶ୍ନ ଘେରରେ? କାରଣ ରାକେଶ ଆହୁଜା ପ୍ରଥମରୁ ଏହି ଦୂର୍ନୀତି ମାମଲାର ତଦନ୍ତ କରୁଥିଲେ।
ସୂଚନାଯୋଗ୍ୟ, ମଙ୍ଗଳବାର ଆଇଏନଏକ୍ସ ମିଡିଆ ମାମଲାରେ ଦିଲ୍ଲୀ ହାଇକୋର୍ଟ ଆଗୁଆ ଜାମିନ ପାଇଁ ଚିଦାମ୍ୱରମ୍ କରିଥିବା ଆବେଦନ ଖାରଜ କରିଥିଲେ। ଏହାପରେ ଚିଦାମ୍ୱରମ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଏହାରି ଭିତରେ ମଙ୍ଗଳବାର ରାତିରେ ଇଡି ଏବଂ ସିବିଆଇ ଚିଦାମ୍ୱରମଙ୍କୁ ଗିରଫ କରିବା ପାଇଁ ଖୋଜିଥିଲେ ମଧ୍ୟ ତାଙ୍କର କୌଣସି ଖୋଜ୍ ଖବର ମିଳିନଥିଲା। ଏହାପରେ ହଠାତ୍ ଚିଦାମ୍ୱରମ କଂଗ୍ରେସ କାର୍ଯ୍ୟାଳୟରେ ପ୍ରେସ କନଫରେନସ କରି କହିଥିଲେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଛ। ରାଜନୀତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଏହି ମାମଲାରେ ଛନ୍ଦି ଦିଆଯାଉଛି।
ପ୍ରେସ କନଫରେନ୍ସ ପରେ ଚିଦାମ୍ୱରମ୍ ତାଙ୍କ ବାସଭବନକୁ ଯାଇଥିଲେ। ଏହି ସମୟରେ ସିବିଆଇ ଅଧିକାରୀ ତାଙ୍କ ଗେଟ୍ ଡେଇଁ ଚିଦାମ୍ୱରମଙ୍କୁ ଗିରଫ କରିଥିଲେ।

Related story