କରୋନା କର୍ତ୍ତବ୍ୟ ଆଗରେ କ୍ୟାନସର୍‌ରେ ଆକ୍ରାନ୍ତ ବୋଲି ଭୁଲିଗଲେ ଆଇପିଏସ୍ ଅଫିସର୍

ନୂଆଦିଲ୍ଲୀ: କରୋନାଭାଇରସ୍ ଲଢ଼େଇରେ ଯେଉଁମାନେ ଆଗଧାଡ଼ିରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ଡାକ୍ତର ଓ ପୁଲିସ୍ ଅନ୍ୟତମ। ଗୋଟିଏ ପଟେ ଡାକ୍ତର ରୋଗୀଙ୍କୁ ଏହି ମହାମାରୀ ସଂକ୍ରମଣରୁ ରକ୍ଷା କରୁଛନ୍ତି ତ ଅନ୍ୟପଟେ ପୁଲିସକର୍ମୀ ଜନସାଧାରଣଙ୍କୁ ଯେପରି କୌଣସି ସମସ୍ୟା ନହେବ, ଏଥିପାଇଁ ଦିନରାତି ସେମାନଙ୍କ ସୁରକ୍ଷାରେ ମୁତୟନ ରହୁଛନ୍ତି। ଆଜି ଆମେ ଏମିତି ଜଣେ ଯୁବ ଆଇପିଏସ୍ ଅଫିସରଙ୍କ କଥା କହିବା, ଯିଏ ନିଜ କର୍ତ୍ତବ୍ୟ ଆଗରେ କ୍ୟାନସର୍ ଭଳି ମାରାତ୍ମକ ରୋଗକୁ ପଛରେ ପକାଇ ଦେଇଛନ୍ତି। […]

ips-officer

Ranjit Kumar Jena
  • Published: Sunday, 26 April 2020
  • , Updated: 26 April 2020, 06:45 PM IST

ନୂଆଦିଲ୍ଲୀ: କରୋନାଭାଇରସ୍ ଲଢ଼େଇରେ ଯେଉଁମାନେ ଆଗଧାଡ଼ିରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ଡାକ୍ତର ଓ ପୁଲିସ୍ ଅନ୍ୟତମ। ଗୋଟିଏ ପଟେ ଡାକ୍ତର ରୋଗୀଙ୍କୁ ଏହି ମହାମାରୀ ସଂକ୍ରମଣରୁ ରକ୍ଷା କରୁଛନ୍ତି ତ ଅନ୍ୟପଟେ ପୁଲିସକର୍ମୀ ଜନସାଧାରଣଙ୍କୁ ଯେପରି କୌଣସି ସମସ୍ୟା ନହେବ, ଏଥିପାଇଁ ଦିନରାତି ସେମାନଙ୍କ ସୁରକ୍ଷାରେ ମୁତୟନ ରହୁଛନ୍ତି। ଆଜି ଆମେ ଏମିତି ଜଣେ ଯୁବ ଆଇପିଏସ୍ ଅଫିସରଙ୍କ କଥା କହିବା, ଯିଏ ନିଜ କର୍ତ୍ତବ୍ୟ ଆଗରେ କ୍ୟାନସର୍ ଭଳି ମାରାତ୍ମକ ରୋଗକୁ ପଛରେ ପକାଇ ଦେଇଛନ୍ତି।

ସେ ହେଉଛନ୍ତି ୨୦୦୯ ବ୍ୟାଚର ଆଇପିଏସ୍ ଅଫିସର୍ ଆନନ୍ଦ ମିଶ୍ର। ଆନନ୍ଦ ବର୍ତ୍ତମାନ ଆଉଟର୍ ଦିଲ୍ଲୀରେ ଆଡିସିନାଲ୍ ଡେପୁଟୀ କମିଶନର୍ ଭାବେ କାର୍ଯ୍ୟରତ ଅଛନ୍ତି। ଆନନ୍ଦ କାମରେ ଏତେ ବ୍ୟସ୍ତ ରହିଗଲେ ଯେ ନିଜ ଭିତରେ ଜନ୍ମୁଥିବା ରୋଗକୁ ଜାଣିପାରିଲେ ନାହିଁ। ମାର୍ଚ୍ଚ ମାସ ଅଧାରେ ତାଙ୍କୁ ଗଳାରେ ଯନ୍ତ୍ରଣା ଅନୁଭୂତ ହେଉଥିଲା। କିନ୍ତୁ ତାଙ୍କ ପୋଷ୍ଟିଂ ଏଭଳି ସ୍ଥାନରେ ହୋଇଥିଲା, ଯେଉଁଠାରେ ଅଧିକ ସଂଖ୍ୟକ ପ୍ରବାସୀ ଶ୍ରମିକ ବାସ କରୁଥିଲେ। ଆନନ୍ଦ ପ୍ରତିଦିନ ସକାଳେ ସେହିମାନଙ୍କ କାମରେ ହିଁ ନିୟୋଜିତ ରହୁଥିଲେ। ଏହା ମଧ୍ୟରେ ସେ ସମୟ କାଢ଼ି ଡାକ୍ତରଙ୍କୁ ପରାମର୍ଶ କରିଥିଲେ, ଯେଉଁଠାରେ ତାଙ୍କର କିଛି ଚେକଅପ୍ କରାଯାଇଥିଲା।

ମାର୍ଚ୍ଚ ୨୮ ତାରିଖରେ ତାଙ୍କ ଟେଷ୍ଟର ରିପୋର୍ଟ ଆସିଥିଲା, ଯେଉଁଥିରେ ତାଙ୍କୁ ଥାଇରଏଡ୍ ଗ୍ଲାଣ୍ଡସ୍ ହୋଇଥିବା ଜଣାପଡ଼ିଥିଲା। ଏହି ରୋଗ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଲା। ତେବେ ଏପ୍ରିଲ୍‌ ୨୪ ତାରିଖରେ ରାଜୀବ ଗାନ୍ଧି କ୍ୟାନସର୍ ଇନଷ୍ଟିଚ୍ୟୁଟରେ ତାଙ୍କ ଗଳାର ଅପରେସନ୍ କରାଯାଇଥିଲା। ବର୍ତ୍ତମାନ ସେ ଡାକ୍ତରଙ୍କ ଅଭଜରଭେସନରେ ଅଛନ୍ତି, କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ଉନ୍ନତ ଅଛି। କିନ୍ତୁ ମାର୍ଚ୍ଚ ୨୮ ତାରିଖରେ ଆନନ୍ଦ ଯେତେବେଳେ ଜାଣିବାକୁ ପାଇଲେ ଯେ ତାଙ୍କୁ କ୍ୟାନସର୍ ହୋଇଛି, ତଥାପି ସେ ନିଜର ଡ୍ୟୁଟି ଜାରି ରଖିଥିଲେ।

ଉଭୟ କ୍ୟାନସର୍ ଏବଂ ଯନ୍ତ୍ରଣା ସହ ସେ ନିଜର କର୍ତ୍ତବ୍ୟକୁ ସୁଚାରୁରୂପେ ପ୍ରତିପାଦନ କରୁଛନ୍ତି। ଏପରିକି ନିଜର ଏହି ଗମ୍ଭୀର ରୋଗ ସମ୍ବନ୍ଧରେ ପରିବାର ସଦସ୍ୟକୁ କୌଣସି ସୂଚନା ମଧ୍ୟ ଦେଇନଥିଲେ, କେବଳ ତାଙ୍କୁ ତାଙ୍କ ପତ୍ନୀ ଓ ବଡ଼ ଭାଇ ଏକଥା ଜାଣିଥିଲେ। ଆନନ୍ଦ ମଧ୍ୟ ଏହାର ସୂଚନା ଅନ୍ୟ କାହାରିକୁ ନଦେବାକୁ ତାଙ୍କ ପତ୍ନୀ ଓ ଭାଇଙ୍କୁ କହିଥିଲେ।

Related story