କଶ୍ମୀର: ଜମ୍ମୁ ଓ କଶ୍ମୀର ଡିଜିପି ଦିଲବାଗ୍ ସିଂଙ୍କ ବିରୋଧରେ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ଓଡ଼ିଆ ଆଇପିଏସ୍ ଅଫିସର୍ ତଥା କଶ୍ମୀର ଆଇଜି ବସନ୍ତ ରଥ। ସେ ଜମ୍ମୁର ଗାନ୍ଧିନଗର ପୁଲିସ୍ ଥାନାରେ ଦିଲବାଗ୍ ସିଂଙ୍କ ନାଁରେ ଏଭଳି ଅଭିଯୋଗ କରିଛନ୍ତି।
ଜୀବନ ପ୍ରତି ବିପଦ ଥିବା ସହ ସମ୍ମାନହାନୀ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ବସନ୍ତ ରଥ। ତେବେ ସେ କୈଣସି ଲିଖିତ ଏତଲା ଦେଇ ନାହାନ୍ତି। କେବଳ ପୁଲିସଙ୍କୁ ଜଣାଇଛନ୍ତି।
୧୯୮୭ ବ୍ୟାଚ୍ ଆଇପିଏସ୍ ଦିଲବାଗ୍ ସିଂ ଏବେ ଜମ୍ମୁ ଓ କଶ୍ମୀର ପୁଲିସର ଡିଜି ରହିଛନ୍ତି। ସେହିପରି ୨୦୦୦ ବ୍ୟାଚର ଆଇପିଏସ୍ ବସନ୍ତ ରଥ କଶ୍ମୀର ଟ୍ରାଫିକ୍ ଆଇଜି ରହିଛନ୍ତି। ବସନ୍ତ ସବୁବେଳେ ନିଜ କାର୍ଯ୍ୟଶୈଳୀକୁ ନେଇ ପରିଚିତ। ନିକଟରେ ସେ କଶ୍ମୀର ଛାତ୍ରଛାତ୍ରୀଙ୍କୁ କମ୍ପିଟେଟିଭ ପରୀକ୍ଷା ପାଇଁ ମାଗଣାରେ ବହି ବାଣ୍ଟି ଚର୍ଚ୍ଚାକୁ ଆସିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ରାସ୍ତାରେ ବହିଲା ରକ୍ତର ସ୍ରୋତ! ଲୋକେ ଭୟଭୀତ
ରାସ୍ତାରେ ଯେମିତି ରକ୍ତର ସ୍ରୋତ ଚାଲିଛି ବୋଲି ଆଶଙ୍କା କରି ଲୋକମାନେ ପୂରା ଆତଙ୍କିତ ହୋଇପଡ଼ିଥିଲେ।
Special
ଆମ ସମ୍ବିଧାନ, ଆମ ସମ୍ମାନ
ଭାରତୀୟ ସମ୍ବିଧାନ କ’ଣ ବୋଲି ବ୍ୟାଖ୍ୟା କରିବାକୁ ଯାଇ ସମ୍ବିଧାନ ପ୍ରଣୟନ କମିଟିର ମୁଖ୍ୟ ଡକ୍ଟର ଭୀମରାଓ ଆମ୍ବଦକର ଏକଦା କହିଥିଲେ, ‘ଏହା କେବଳ ଆଇନଜୀବୀର ନଥିପତ୍ର ନୁହେଁ, ଏହା ହେଉଛି ଜୀବନର ଯାନ ଏବଂ ଏହାର ଭାବ ହେଉଛି ସମୟର ଭାବ।’
Guest Column
ମହାରାଷ୍ଟ୍ରରେ ମହାୟୁତିର ମହାବିଜୟର କାରଣ କ’ଣ?
ରାଜନୈତିକ ଦଳମାନେ ନିଜନିଜର ଶକ୍ତିଶାଳୀ ଭୋଟବ୍ୟାଙ୍କ ଗଠନ ପାଇଁ ମହିଳା ସଶକ୍ତିକରଣ ନାମରେ ଭିନ୍ନ ଭିନ୍ନ ମହିଳା-କେନ୍ଦ୍ରିତ ଯୋଜନାଗୁଡ଼ିକୁ ଅଧିକରୁ ଅଧିକ ପ୍ରଣୟନ କରୁଥିବାର ଦେଖା ଯାଉଛି। ଏହା ଏଭଳି ଏକ ସଫଳ ରଣନୀତି, ଯାହା ସେମାନଙ୍କୁ କ୍ରମାଗତ ଭାବରେ ଲାଭ ମଧ୍ୟ ଦେଉଛି। ସଦ୍ୟ ସମ୍ପନ୍ନ ମହାରାଷ୍ଟ୍ର ଏବଂ ଝାରଖଣ୍ଡ ନିର୍ବାଚନରେ ମିଳିଥିବା ଭୋଟ୍ ଫଳାଫଳ ଉପରେ ମହିଳାମାନଙ୍କ ଭୂମିକା କେତେ ଅଧିକ, ତାହା ସ୍ପଷ୍ଟ ହୋଇ ଯାଇଛି।