ପାର୍ଲାମେଣ୍ଟ ସ୍ପିକରଙ୍କ ଘର ଉପରକୁ ରକେଟ ମାଡ଼

ବାଗଦାଦ: ମଙ୍ଗଳବାର ବିଳମ୍ବିତ ରାତିରେ ଇରାକ ପାର୍ଲାମେଣ୍ଟ ସ୍ପିକର ମୋହମ୍ମଦ ଅଲ-ହଲବୁସୀଙ୍କ ଘର ଉପରକୁ ରକେଟ ମାଡ଼ ହୋଇଛି। ଏହି ଘଟଣାରେ ସ୍ପିକରଙ୍କ ସ୍ଥିତି ସ୍ପଷ୍ଟ ହୋଇ ନ ଥିବା ବେଳେ ୨ ଛୁଆ ଗୁରୁତର ହୋଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ,  ୩ଟି ରକେଟ ରାଜଧାନୀ ବାଗଦାଦର ପଶ୍ଚିମ ଦିଗରେ ଗୁରମା ଜିଲ୍ଲା ଅଧୀନ ମୋହମ୍ମଦ ଅଲ-ହଲବୁସୀଙ୍କ ଘରଠୁ ପ୍ରାୟ ୫ଶହ ମିଟର ଦୂରରେ ପଡ଼ିଛି । ମୋହମ୍ମଦ ଅଲ-ହଲବୁସୀଙ୍କୁ ଦ୍ୱିତୀୟ ଥର ପାଇଁ ସ୍ପିକର ରୂପେ […]

rocket

Niharika Rout
  • Published: Wednesday, 26 January 2022
  • , Updated: 26 January 2022, 09:40 AM IST

ବାଗଦାଦ: ମଙ୍ଗଳବାର ବିଳମ୍ବିତ ରାତିରେ ଇରାକ ପାର୍ଲାମେଣ୍ଟ ସ୍ପିକର ମୋହମ୍ମଦ ଅଲ-ହଲବୁସୀଙ୍କ ଘର ଉପରକୁ ରକେଟ ମାଡ଼ ହୋଇଛି। ଏହି ଘଟଣାରେ ସ୍ପିକରଙ୍କ ସ୍ଥିତି ସ୍ପଷ୍ଟ ହୋଇ ନ ଥିବା ବେଳେ ୨ ଛୁଆ ଗୁରୁତର ହୋଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ,  ୩ଟି ରକେଟ ରାଜଧାନୀ ବାଗଦାଦର ପଶ୍ଚିମ ଦିଗରେ ଗୁରମା ଜିଲ୍ଲା ଅଧୀନ ମୋହମ୍ମଦ ଅଲ-ହଲବୁସୀଙ୍କ ଘରଠୁ ପ୍ରାୟ ୫ଶହ ମିଟର ଦୂରରେ ପଡ଼ିଛି ।

ମୋହମ୍ମଦ ଅଲ-ହଲବୁସୀଙ୍କୁ ଦ୍ୱିତୀୟ ଥର ପାଇଁ ସ୍ପିକର ରୂପେ ବଛା ଯାଇଥିବା ବେଳେ ଏନେଇ ଇରାକର ସର୍ବୋଚ୍ଚ ଅଦାଲତ ପକ୍ଷରୁ ଗତକାଲି ଘୋଷଣା କରାଯାଇଥିଲା। ଏହି ଘୋଷଣାର କିଛି ସମୟ ପରେ ଏହି ହାମଲା ହୋଇଥିଲା।  ମୋହମ୍ମଦ ଅଲ-ହଲବୁସୀଙ୍କୁ ଟାର୍ଗେଟ କରି ଏହି ମାଡ଼ କରାଯାଇଥିବା ବେଳେ ଉକ୍ତ ସମୟରେ ସେ ଘରେ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନି।

ଇରାକ ପୁଲିସ୍‌  ପକ୍ଷରୁ କୁହାଯାଇଛି, ଏହି ଦୁର୍ଘଟଣାରେ ଗୁରୁତର ୨ ଶିଶୁଙ୍କୁ ଗୁରମାସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି ସଙ୍ଗଠନ ଏଥିପାଇଁ ନିଜକୁ ଦାୟୀ କରି ନାହାନ୍ତି।

୪୧ ବର୍ଷୀୟ ହଜବୁସି ଜଣେ ସୁନି ନେତା ହୋଇଥିବା ବେଳେ ୨୦୧୮ ମସିହାରୁ ଇରାକ ପାର୍ଲାମେଣ୍ଟର ଅଧ୍ୟକ୍ଷତା କରୁଛନ୍ତି।

Related story