ନୂଆଦିଲ୍ଲୀ: ଗୁରୁବାର ଦିନ ଦେଶର ସପ୍ତମ ତଥା ଅନ୍ତିମ ନ୍ୟାଭିଗେସନାଲ ସାଟେଲାଇଟ୍ ଲଞ୍ଚ୍ କରି ଇସ୍ରୋ ମହାକାଶ ବିଜ୍ଞାନ କ୍ଷେତ୍ରରେ ବଡ଼ ସଫଳତା ପାଇଛି। ଶ୍ରୀହରିକୋଟ୍ଟାରୁ ପିଏସ୍ଏଲ୍ଭି –ସି ୩୩ ଜରିଆରେ IRNSS-1G ଲଞ୍ଚ ହୋଇଛି। ଭାରତ ଆଜି ଏହି ଉପଗ୍ରହ ଉତ୍କ୍ଷେପଣ କରି ଆମେରିକା ଓ ରୁଷ୍ ସହ ସମକକ୍ଷ ହୋଇପାରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଜ୍ଞାନିକମାନଙ୍କୁ IRNSS-1G ଲଞ୍ଚ୍ ନେଇ ଅଭିନନ୍ଦନ ଜଣାଇଛନ୍ତି। ମୋଦି ଏହି ଅବସରରେ କହିଛନ୍ତି, ”ଏବେ ଆମ ରାସ୍ତା ଆମେ ତିଆରି କରିବୁ, କିପରି ଯିବୁ, କେମିତି ପହଞ୍ଚିବୁ, ଏହା ଏବେ ଆମ ଟେକ୍ନଲୋଜି ମାଧ୍ୟମରେ ସ୍ଥିର ହେବ।”
ଭାରତ ଏବେ ସ୍ୱଦେଶୀ ଜିପିଏସ୍ ନିର୍ମାଣ କରିବାରେ ସଫଳ ହୋଇପାରିବ।